ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଥର ଅଧିକ ଡାକ୍ତରୀ ସିଟ୍‌ରେ ନାମଲେଖା, ସିଟ୍‌ ସଂଖ୍ୟା ୨୫ଶହ ଟପିବ

ଭୁବନେଶ୍ୱର,୧୦/୦୬: ନିଟ୍‌ରେ ର‌୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଆଉ ବାହାର ରାଜ୍ୟକୁ ଯିବାକୁ  ପଡ଼ିବନି। ରାଜ୍ୟରେ ୧୧ଟି ସରକାରୀ ମେଡିକାଲ କଲେଜ, ୩ଟି ଘରୋଇ ମେଡିକାଲ କଲେଜ, ସୋଆ ବିଶ୍ୱବିଦ୍ୟାଳୟର ଆଇଏମଏସ୍‌ ଓ ସମ୍‌  ହସ୍ପିଟାଲ ସମେତ ଦୁଇଟି ଡିମ୍‌ଡ ୟୁନିଭର୍ସିଟିରେ  ଚଳିତବର୍ଷ ଡାକ୍ତରୀ ନାମଲେଖା ହେବ । ତେବେ ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ରାଜ୍ୟରେ ଅଧିକ ମେଡିକାଲ ସିଟରେ ନାମଲେଖା ହେବ  ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । 

ଉଭୟ ଏମ୍‌ବିବିଏସ୍‌ ଓ ବିଡିଏସ୍‌ରେ ନାମଲେଖି ପାରିବେ ଛାତ୍ରଛାତ୍ରୀ । ପ୍ରଥମ ଥର ଲାଗି ଯାଜପୁର ସରକାରୀ ମେଡିକାଲ  କଲେଜରେ ବି ନାମଲେଖା ଆରମ୍ଭ ହେବ ।  ମୋଟ ୧୦୦ସିଟ୍‌ରେ ନାମଲେଖା ପାଇଁ ପ୍ରକ୍ରିୟା  ଆରମ୍ଭ ହେବାକୁ ଅନୁମତି ମିଳିଛି ବୋଲି ସୂଚନା  ମିଳିଛି । ଜାତୀୟ ଭେଷଜ ଆୟୋଗ(ଏନଏମସି)  ଏଥିପାଇଁ ସବୁଜ ସଙ୍କେତ ଦେଇଛନ୍ତି । 

ବର୍ତ୍ତମାନ ରାଜ୍ୟରେ ମୋଟ ୧୧ଟି ସରକାରୀ  ମେଡିକାଲ କଲେଜ ଓ ହସ୍ପିଟାଲ (ଏମସିଏଚ୍‌)  ରହିଛି । ସେଥିମଧ୍ୟରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ  ଏମସିଏଚରେ ୨୫୦ ସିଟ୍‌ ରହିଛି । ସେହିପରି  ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି  ଏମସିଏଚ୍‌ରେ ୨୫୦, ବୁର୍ଲା ଭିସୁଟ୍‌ରେ ୨୦୦,  ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଏମସିଏଚ୍‌ରେ  ୧୨୫, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ  ଏମସିଏଚ୍‌ରେ ୧୨୫, ବଲାଙ୍ଗିର ଭୀମଭୋଇ  ମେଡିକାଲ କଲେଜ ହସ୍ପିଟାଲରେ ୧୦୦,  ବାଲେଶ୍ୱର ଫକୀର ମୋହନ ଏମସିଏଚ୍‌ରେ  ୧୦୦, ତାଳଚେର ପବିତ୍ର ମୋହନ ମେଡିକାଲ  କଲେଜ ହସ୍ପିଟାଲରେ ୧୦୦, ଏସସିବି ଡେଣ୍ଟାଲ  କଲେଜରେ ୫୦ ଓ ନୂଆ କରି ଖୋଲିଥିବା  ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲରେ  ୧୦୦ଟି ସିଟ୍‌ ରହିଛି । ପୁରୀ, କେନ୍ଦୁଝର ଓ  ଫୁଲବାଣୀରେ ଖୋଲିଥିବା ନୂଆ ଏମସିଏଚ୍‌ରେ  ପାଠପଢା ଆରମ୍ଭ ହେବାକୁ ଯାଉଛି । ସେହିପରି  ଘରୋଇ ମେଡିକାଲ କଲେଜ ମଧ୍ୟରେ ସୋଆ  ପରିଚାଳିତ ଆଇଏମଏସ ଆଣ୍ଡ ସମ୍‌ ହସ୍ପିଟାଲ  ଓ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ  ସାଇନସେସ୍‌ରେ ୨୫୦ ଲେଖାଏଁ ସିଟ୍‌ ରହିଛି ।  ରାଉରକେଲା ହାଇଟେକ୍‌ ଏମସିଏଚ୍‌ରେ ୧୦୦,  ଭୁବନେଶ୍ୱର ହାଇଟେକ୍‌ ଏମସିଏଚ୍‌ରେ ୧୫୦,  ହାଇଟେକ୍‌ ଡେଣ୍ଟାଲ କଲେଜରେ ୧୦୦, କିଡ୍ସ  ଡେଣ୍ଟାଲ କଲେଜରେ ୧୦୦, ସମ୍‌ ଡେଣ୍ଟାଲ  କଲେଜରେ ୧୦୦ ଓ ଗାନ୍ଧୀ ଡେଣ୍ଟାଲ  କଲେଜରେ ୫୦ଟି ସିଟ୍‌ ରହିଛି ।

 ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମେଡିକାଲ  ନାମଲେଖା ପାଇଁ ନିଟ୍‌ ର‌୍ୟାଙ୍କ ଆବଶ୍ୟକ  ହେଉଥିବା ବେଳେ ଓଡ଼ିଶା ଯୁଗ୍ମ ପ୍ରବେଶିକା  ପରୀକ୍ଷା (ଓଜେଇଇ) କର୍ତ୍ତୃପକ୍ଷ ଏହାକୁ  ପରିଚାଳନା କରୁଛନ୍ତି । ତେବେ ଦେଶରେ  ଡାକ୍ତରୀ ନାମଲେଖା ପାଇଁ ଏକକ ପ୍ରବେଶିକା  ପରୀକ୍ଷା କରାଯାଉଛି । ଏହି ପରୀକ୍ଷା ନିଟ୍‌କୁ  ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନଟିଏ)  ପରିଚାଳନା କରୁଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.