ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

୨୧ରୁ ବିଧାନସଭା ଶୀତ ଅଧିବେଶନ, ଆଜି ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର,୨୦/୧୧: ୨୧ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଯାହା ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଶୀତ ଅଧିବେଶନ ବେଳେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଯୋଜନା କରୁଛନ୍ତି । ଏ ନେଇ ସୋମବାର ଅପରାହ୍ନ ୪ଟାବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ହେବ । ବିରୋଧୀ ବିଜେପି ଓ କଂଗ୍ରେସ ଆସନ୍ତା ଅଧିବେଶନରେ ଚାଷୀ ଆତ୍ମହତ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି, ସରକାରୀ ଅର୍ଥରେ ବ୍ୟାପକ ପ୍ରଚାର ପ୍ରସାର, ମୋ ଓଡ଼ିଶା-ନବୀନ ଓଡ଼ିଶାରେ ଦଳୀୟ ଚିହ୍ନର ବ୍ୟବହାର, ଶିକ୍ଷକ ଓ ଅଙ୍ଗନୱାଡ଼ି ଦିଦିଙ୍କ ଆନ୍ଦୋଳନ, ଚାଷ ଓ ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଜଣାପଡିଛି। 

ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମଙ୍ଗଳବାର ସକାଳେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ବୈଠକରେ କେନ୍ଦ୍ର ବିରୋଧୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ କିଭଳି ମୁକାବିଲା କରାଯିବ, ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ । ବିଶେଷ କରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ମହିଳା ବିଲ୍‌ ଲାଗୁ କରିବାରେ ବିଳମ୍ବ, ରେଳ କାର୍ଯ୍ୟରେ ବିଳମ୍ବ, ବିଭିନ୍ନ ବିଭାଗର ବକେୟା ଅର୍ଥ ପ୍ରଦାନରେ ବିଳମ୍ବ ଆଦି ପ୍ରସଙ୍ଗରେ ବିଜେଡି ଘେରିବ ବୋଲି ଜଣାପଡିଛି । 

ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଙ୍ଗଳବାର ୧୧ଟା ବେଳେ ଅନୁଷ୍ଠିତ ହେବ । ବୈଠକରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ  ନୀତିଗୁଡିକ ବାବଦରେ ଆଲୋଚନା କରାଯିବ । ଏ ନେଇ ବିଧାୟକ ଦଳ ବୈଠକରେ ଚୂଡାନ୍ତ ହେବ ବୋଲି ବିଧାୟକ ତାରାପ୍ରାସଦା ବାହିନୀପତି ସୂଚନା ଦେଇଛନ୍ତି । 

୨୧ ତାରିଖ ସକାଳ ୯ଟା ୩୦ରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ ହେବ । ତା’ ପୂର୍ବରୁ ୨୦ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ହେବ । ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏହି ପଦ ଖାଲିପଡ଼ିଛି । ତେବେ ଏହି ପଦବୀ ପାଇଁ ବିଜେଡିର ବରିଷ୍ଠ ବିଧାୟକ ଅରବିନ୍ଦ ଢ଼ାଲି, ଶଶୀଭୂଷଣ ବେହେରା, ନିତ୍ୟାନନ୍ଦ ସାହୁ ଓ ପର୍ଶୁରାମ ଧଡ଼ାଙ୍କ ନାମ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଯଦି ଜଣେ ମହିଳାଙ୍କୁ ଉପବାଚସ୍ପତି କରିବା ପାଇଁ ବିଜେଡି ଯୋଜନା କରିବ, ତେବେ ସେ ନେଇ ସୀମାରାଣୀ ନାୟକ ଓ ସୁନନ୍ଦା ଦାସ ଆଗରେ ଥିବା ଜଣାପଡିଛି ।

Copyright © 2022 - Summa Real Media Private Limited. All Rights Reserved.