ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଆଜି ଦହିବରା ଦିବସ, କଟକରେ ଦହିବରା ପାଇଛି ସୁଆଦିଆ ଷ୍ଟ୍ରିଟ୍‌ ଫୁଡ୍‌ର ପରିଚୟ..

କଟକ ୦୧/୦୩:  ଚାରୋଟି ଦହି ବରା, ଟିକେ ଘୁଘୁନି, ଆଳୁଦମ୍‌, ଛଣା ସେଓ ଆଉ ପୁଦିନା ଦହି ମିଶା ଚଟଣି ଠୋଲାଟି କଟକିଆଙ୍କ ବେଶ୍‌ ପସନ୍ଦ । ଏହି କଟକ ଦହିବରା ଖାଇବାକୁ ଲୋକଙ୍କ ଲାଗେ ଲମ୍ବା ଲାଇନ୍‌ । ସେଥିପାଇଁ ଦୀର୍ଘ ବର୍ଷ ଧରି କଟକର ପାରମ୍ପରିକ ଖାଦ୍ୟ ସହ ଏହା ଯୋଡ଼ି ହୋଇଯାଇଛି । ସିଏ ବିବାହ, ବ୍ରତ, ଜନ୍ମଦିନ ହେଉ କିମ୍ବା  ପର୍ବ ପର୍ବାଣୀ ଆଉ ଯାନିଯାତ୍ରା । ସବୁଠି ଏହାର ଆଦର ।  ସ୍ୱତନ୍ତ୍ର ଖାଦ୍ୟ ମେନ୍ୟୁରେ ରହି ଆସିଛି ଦହିବରା ଓ ଆଳୁଦମ୍‌ ।  ପ୍ରତି ବର୍ଷ ଭଳି ମାର୍ଚ୍ଚ ୧ ତାରିଖରେ କଟକବାସୀ ପାଳିନ କରୁଛନ୍ତି ଦହିବରା ଦିବସ । ବେଶ୍‌ ପାଟିସୁଆଦ  ହେବ । ଏଇ ଦହିବରା ଏବେ ବିଶ୍ୱ ଦରବାରରେ ତାର  ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ସବୁଠୁ ସୁଆଦିଆ ଷ୍ଟିଟ୍‌ ଫୁଡ୍‌ ଭାବେ ଏକ ନୂଆ ପରିଚୟ ପାଇଛି । ଦେଶର ଜଣାଶୁଣା  ସେଫ୍‌ ବିକାଶ ଖାନ୍ନା କଟକ ଦହିବରାକୁ ପ୍ରଶଂସା କରିଛନ୍ତି ।  ସେ ତାଙ୍କର ତିନୋଟି ହୋଟେଲର ମେନ୍ୟୁରେ ଏହାକୁ  ସାମିଲ କରିଛନ୍ତି । ଏହା କଟକିଆଙ୍କ ପାଇଁ କମ୍‌ ବଡ଼ କଥା ।

 ତେବେ ବ୍ରିଟିଶ୍‌ ଶାସନ କାଳରୁ କଟକରେ ଦହିବରା ବିକ୍ରି  ଆରମ୍ଭ ହୋଇଥିବା ଲୋକକଥା ରହିଛି । ମହାନଦୀ ପଠାକୁ ବରା ବିକ୍ରି ଲାଗି ବିଡ଼ାନାସୀ ଗୋପାଳ ସମ୍ପ୍ରଦାୟର ଲୋକେ ଯାଉଥିଲେ ।  ସେଠି ବରା କୁଆଡ଼େ ଶୁଖି ଟାଣ ହୋଇଯିବାରୁ ସେଥିରେ  ସାଙ୍ଗରେ ନେଇଥିବା ଦହିକୁ ମିଶାଇ ଖାଇବାକୁ ଦେଉଥିଲେ । ଏପରି ଭାବେ ବରାରୁ ଦହିବରାର ଉତ୍ପତ୍ତି ହୋଇଥିଲା । ଧୀରେ  ଧୀରେ ଏଥିରେ ଗୋଟିକିଆ ନାଲି ଆଳୁ ଯୋଡ଼ି ହେଲା । ଆଳୁ  କଣା କରି ସେଥିରେ ମସଲା ଦେଇ ଆଳୁଦମ କରାଗଲା । ପୁଣି  ଦହିବରା, ଆଳୁଦମ ଏବଂ ଘୁଘୁନି ମଧ୍ୟ ଯୋଡ଼ି ହୋଇଗଲା । କୁହାଯାଏ ପ୍ରଥମେ ବିଡ଼ାନାସୀରେ ୬ରୁ୭ ଜଣ ଦହିବରା  ବେପାରୀ ରହିଥିବା ବେଳେ ଏବେ ଜଣାଶୁଣା ବେପାରୀଙ୍କ ସଂଖ୍ୟା ୩୦ରୁ ଅଧିକ ହେବ । 

ନୟାଗଡ଼, ଖୋର୍ଦ୍ଧା, ଟାଙ୍ଗୀ ଏବଂ ଆଠଗଡ଼  ଆଦି ସ୍ଥାନରୁ ଆସି ଏଠାରେ ଭଡ଼ାରେ ରହି ପ୍ରାୟ ୨୦୦ରୁ ଅଧିକ  ବେପାରୀ ବେପାର କରୁଛନ୍ତି । ୧୯୬୦ ମସିହାରେ ଦହିବରା  ପୁଡ଼ିଆ ୫ ଟଙ୍କାରେ ବିକ୍ରି ହେଉଥିଲା । ଏବେ ବଢ଼ି ପ୍ଲେଟ୍‌ ୩୦ରୁ  ୫୦ ଟଙ୍କାରେ ପହଞ୍ଚିଲାଣି । ଚୌଧୁରୀ ବଜାର, ନୟାସଡ଼କ,  ମହତାବ ରୋଡ଼, ଦୋଳମୁଣ୍ଡାଇ ଚନ୍ଦନ ପଡ଼ିଆ, ବିଡ଼ାନାସୀ, ସିଡିଏ ସେକ୍ଟର-୬ ଏବଂ ବାରବାଟୀ ଷ୍ଟାଡିୟମ ନିକଟରେ ବିକ୍ରି  କରୁଥିବା ବେପାରୀମାନେ ଦିନ ୨ଟାରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ସନ୍ଧ୍ୟା ହେଲେ ନିଜ ନିଜ ସ୍ଥାନକୁ ଆସି ବିକ୍ରି କରିଥାନ୍ତି । ପ୍ରାୟ ବେପାରୀଙ୍କ ରାତି ୯ ସୁଦ୍ଧା ସରିଯାଉଥିବା ବେଳେ  ଅନ୍ୟମାନଙ୍କର ବେପାର ପ୍ରାୟ ରାତି ୧୧ ଟା ପର୍ଯ୍ୟନ୍ତ ଚାଲିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.