ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୁଧବାର ନୟାଗଡ଼ ଯିବେ ନବୀନ, ବିଶାଳ ଜନସମାବେଶ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ସୁପ୍ରିମୋ

ନୟାଗଡ଼,୨୧/୦୫: ନୟାଗଡ଼ ନିର୍ବାଚନମଣ୍ଡଳୀର ଭୋଟରଙ୍କ ଉଦ୍ଦେଶ୍ୟରେ ବିଶାଳ ଜନସମାବେଶ ଅନୁଷ୍ଠିତ ହେବ । ଆସନ୍ତା ୨୨ ତାରିଖ ଷ୍ଟାଡିୟମରେ ଅନୁଷ୍ଠିତ ସଭାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ଉଦ୍‌ବୋଧନ ଦେବେ  । ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟାର୍‌ ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍‌ ଯୋଗ ଦେବାର ସୂଚନା ମିଳିଛି । ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।  

୨୩ ତାରିଖରେ ନିର୍ବାଚନ ପ୍ରଚାର ଶେଷ ହେବାକୁ ଥିବା ବେଳେ ୨୨ ତାରିଖ ନୟାଗଡ଼ରେ ଅନୁଷ୍ଠିତ ବିଶାଳ ଜନସମାବେଶ ବେଶ ଗୁରୁତ୍ୱ ବହନ କରୁଛି । ନୟାଗଡ଼ ନିର୍ବାଚନମଣ୍ଡଳୀରେ ଅଭୂତପୂର୍ବ ବିକାଶ ହୋଇଛି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ଅନେକ ଜନହିତକର  ଯୋଜନାର ଉପକାର ଲୋକମାନେ ଠିକ ଭାବେ ପାଉଛନ୍ତି । ବିଶେଷ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ମଧୁବାବୁ  ପେନ୍‌ସନ୍‌ ଯୋଜନା ଦ୍ୱାରା ବହୁ ହିତାଧିକାରୀ ଉପକୃତ  ହେଉଛନ୍ତି । ନୟାଗଡ଼ର ବିକାଶକୁ ଆଗେଇ ନେବାର କର୍ଣ୍ଣଧାର ସାଜିଥିବା ନେତା ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର  ସାହୁ ଚଳିତ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । 

ସେହିପରି ପୁରୀ ସାଂସଦ ପ୍ରାର୍ଥୀ ଭାବେ ଡେଲାଙ୍ଗ ମାଟିର  ପୁଅ ଅରୂପ ପଟ୍ଟନାୟକ ନିର୍ବାଚନ ମଇଦାନରେ ରହିଛନ୍ତି । ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନୟାଗଡ଼ ଆସିବେ ବୋଲି ଜଣାଯାଇଛି । ଏହି ସମାବେଶରେ ୩୦ ହଜାରରୁ ଅଧିକ ଜନସମାଗମ ହେବାର  ରହିଥିବା ଦଳ ପକ୍ଷରୁ ସୂଚନା ମିଳିଛି । ନୟାଗଡ଼ ବ୍ଲକର ୨୯  ପଞ୍ଚାୟତ, ଓଡ଼ଗାଁ ବ୍ଲକ ୧୮ ପଞ୍ଚାୟତ, ଓଡ଼ଗାଁ ଏନ୍‌ଏସି, ନୟାଗଡ଼  ପୌର ପରିଷଦର ଜନସାଧାରଣ ଏହି ସମାବେଶରେ ସାମିଲ  ହେବାକୁ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.