ଭୁବନେଶ୍ୱର,୦୫/୦୮: ବିଧାନସଭା ଅଧିବେଶନ ପାଇଁ ସ୍ଥଗିତ ଥିବା ସୋମବାର ପୁଣି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ । ସୋମବାର ପୂର୍ବାହ୍ଣ ୧୧ଟାରେ ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଜନ ଶୁଣାଣି ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ।ଅଭିଯୋଗ ପାଇଁ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପଞ୍ଜୀକରଣ ଖୋଲା ରହିବ । ତେଣୁ ଅଭିଯୋଗକାରୀମାନେ ଯଥା ସମୟରେ ଆସି ପଞ୍ଜୀକରଣ କରି ଅଭିଯୋଗ ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।
ଅପରପକ୍ଷେ, ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଧ୍ୟ ଜନ ଅଭିଯୋଗ ଶୁଣାଣି ହେବ । ଯେଉଁଠି ତିନିଜଣ ବିଭାଗୀୟ ମନ୍ତ୍ରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ । ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିବେ । ପୂର୍ବାହ୍ଣ ୧୦ରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ ।