ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ୍ ୧ରୁ ଡିପ୍ଲୋମା ନାମଲେଖା ପ୍ରକ୍ରିୟା ଆରମ୍ଭ, ଅନ୍‌ଲାଇନ୍‌ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୯/୦୩: ଏପ୍ରିଲ୍‌ ୧ରୁ ଡିପ୍ଲୋମା ନାମଲେଖା ପ୍ରକ୍ରିୟା ଆରମ୍ଭ । ଡିପ୍ଲୋମା ଇଞ୍ଜିନିୟରିଂ/ଟେକ୍ନୋଲୋଜି, ଡିପ୍ଲୋମା ଲାଟେରାଲ୍‌ ଏଣ୍ଟ୍ରି, ଡିପ୍ଲୋମା ଲାଟେରାଲ୍‌ ଏଣ୍ଟ୍ରି ଫର ୱାର୍କିଂ  ପ୍ରଫେସନାଲ୍‌, ଡିପ୍ଲୋମା ଇନ୍‌ ଅଣ ଇଞ୍ଜିନିୟରିଂ, ପିଡିଆଇଏସ୍‌  ଏବଂ ଧନ୍ଦାମୂଳକ ଶିକ୍ଷା ପାଇଁ ନାମଲେଖା ଆବେଦନ ଆରମ୍ଭ  ହେବ । ଇଛୁକ ଛାତ୍ରଛାତ୍ରୀମାନେ ସାମ୍‌ସ ୱେବ୍‌ସାଇଟ୍‌ www.samsodisha.gov.inରେ ଅନ୍‌ଲାଇନ୍‌ ଆବେଦନ କରିବେ । ଏନେଇ ବୈଷୟିକ ଶିକ୍ଷା ଓ  ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିପ୍ଲୋମା ଇଞ୍ଜିନିୟରିଂ ନାମଲେଖା ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ଶ୍ରେଣୀ ପାସ୍‌ ରହିଛି । 

ସେହିପରି ଡିପ୍ଲୋମା ଲାଟେରାଲ୍‌ ଏଣ୍ଟ୍ରି ଫର ୱାର୍କିଂ  ପ୍ରଫେସନାଲ୍‌ ପାଇଁ ନାମଲେଖା ପାଇଁ ଆବେଦନକାରୀ କାର୍ଯ୍ୟ  କରୁଥିବା ସଂସ୍ଥାରୁ ଏନ୍‌ଓସି ଏବଂ କାର୍ଯ୍ୟ ଅଭିଜ୍ଞତାପତ୍ର ଦାଖଲ  କରିବେ । ମହିଳା, ଏସ୍‌ସି ଏବଂ ଏସ୍‌ଟି ଆବେଦନକାରୀ ମାନେ  ୨୦୦ ଟଙ୍କା ଏବଂ ସାଧାରଣ ବର୍ଗର ପୁରୁଷ ଆବେଦନକାରୀମାନେ ୩୦୦ ଟଙ୍କା ଦାଖଲ କରିବେ । ତେବେ ପିଭିଟିଜି, ତୃତୀୟଲିଙ୍ଗି,  ନିରାଶ୍ରୟ ଏବଂ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଆବେଦନ ଫି  ରଖାଯାଇନାହିଁ । ଡିପ୍ଲୋମା ପାଇଁ ନାମ ଲେଖାଉଥିବା ଶିକ୍ଷାର୍ଥୀଙ୍କ  ପାଇଁ ବିଭିନ୍ନ ପ୍ରକାରର ଛାତ୍ରବୃତ୍ତି ରହିଛି। ଯେଉଁଥିରୈ ପ୍ରଗତି  ଛାତ୍ରବୃତ୍ତି, ସୁଦକ୍ଷା ଯୋଜନା, ଗ୍ରୀନ୍‌ ପାସେଜ୍‌ ଯୋଜନା, ସକ୍ଷମ  ଛାତ୍ରବୃତ୍ତି, ସ୍ୱନାଥ ଏଆଇସିଟିଇ ଛାତ୍ରବୃତ୍ତି, ପିଏମ୍‌ଏସ୍‌ କମ୍‌  ପ୍ରୋଭୋଟି ଛାତ୍ରବୃତ୍ତି, ବ୍ରାଞ୍ଚ ଟପ୍ପର ଛାତ୍ରବୃତ୍ତି ଆଦି ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.