ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୪ ମହାସଂଗ୍ରାମ: ରାଜନୈତିକ ଦଳ ମଧ୍ୟରେ ମନଛୁଆଁ ସ୍ଲୋଗାନ୍‌ ୱାର୍‌, ଜମୁଛି ପ୍ରଚାର

  • ବିଜେଡିର ‘ଅତୁଟ ଏ ବନ୍ଧନ, ସାଥେ ଅଛନ୍ତି ନବୀନ’, 
  • ବିଜେପିର ‘କେତେ ଦିନ ସହିବା, ଓଡ଼ିଶାରେ ପରିବର୍ତ୍ତନ ଆଣିବା’, 
  • ଉନ୍ନତି ନା ଅଧିକାର, ଆସୁଛି କଂଗ୍ରେସ ସରକାର’

ଭୁବନେଶ୍ୱର ୨୮/୪(ରାମଜୀବନ ଗୋଛାୟତ) : ଚଳିତ ନିର୍ବାଚନରେ ଲଢ଼େଇ ଭିନ୍ନ ଭିନ୍ନ ଢଙ୍ଗରେ ଚାଲିଛି । ଆଗଭଳି ଅଧିକ ସଂଖ୍ୟାରେ ବ୍ୟାନର, ପୋଷ୍ଟର୍‌ରେ ଲଢେଇ  ନ ହୋଇ ଏବେ ସୋସିଆଲ୍‌ ମିଡିଆରେ  ଚାଲିଛି ଲଢ଼େଇ । ବିଶେଷ କରି ସୋସିଆଲ୍‌  ମିଡିଆରେ ନିଜ ଦଳ ସପକ୍ଷରେ ଭଲ ଭଲ ସ୍ଲୋଗାନ୍‌ ଲେଖି ଛାଡ଼ିବାକୁ ଆରମ୍ଭ ହୋଇଛି ପ୍ରତିଯୋଗିତା । ଏଥିରେ ନିୟୋଜିତ  ହୋଇଛନ୍ତି ରାଜ୍ୟର ବିଶିଷ୍ଟ ଲେଖକ ଓ  କଥାକାର । ଲୋକଙ୍କୁ ଆକର୍ଷିତ କରିବା ସହିତ  ବାନ୍ଧି ପାରିଲା ଭଳି ଧାଡ଼ି ଲେଖିପାରିଲେ  ଦଳଗୁଡିକ ଖୁସି ହେବା ସହିତ ସୋସିଆଲ୍‌  ମିଡିଆରେ ଅଧିକରୁ ଅଧିକ ସେୟାର୍‌ କରି ଚାଲୁଛନ୍ତି ।  

ବିଜେଡିର ସ୍ଲୋଗାନ୍‌ ରହିଛି  ‘ବିକାଶଧାରା ବଜାୟ ରହିବ, ୨୦୩୬  ସୁଦ୍ଧା ଓଡ଼ିଶା ୧ ନମ୍ବର ହେବ’ । ‘ଅତୁଟ  ଏ ବନ୍ଧନ, ସାଥେ ଅଛନ୍ତି ନବୀନ’ ।  ‘ସବୁବେଳେ ସେ ସମସ୍ତଙ୍କର ସାଥୀରେ,  ଏଥର ଯୋଡ଼ିଶଙ୍ଖ ବାଜିବ ଘରେ ଘରେ’ ।  ‘ଶଙ୍ଖ ଚିହ୍ନରେ ଭୋଟ ଦେବା, ନବୀନ ଓଡ଼ିଶା ଗଢ଼ିବା’ । ‘ବିକାଶର ବିରୋଧୀ,  ଓଡ଼ିଶାର ବିରୋଧୀ । ‘ବିଜୁ ଜନତା  ଦଳ, ପ୍ରତିଟି ଓଡ଼ିଆର ବଳ’ । ‘ଭରସା  ବଢୁଛି, ବଳ ବଢୁଛି’ । ‘ଗମନାଗମନ  ସେବାରେ ରୂପାନ୍ତର, ବିକାଶ ହେଉଛି  ନିରନ୍ତର’ । ‘ଡାବୁଗାଁ ଓ ନବରଙ୍ଗପୁରରେ  ଜନସମୁଦ୍ର, ଉଡାଇଛି ବିକାଶ ବିରୋଧୀଙ୍କ  ନିଦ’ । ‘ଶଙ୍ଖ ବାଜୁଛି ଘରେ ଘରେ,  ଉତ୍ସାହ ଖେଳିଛି ଉମରକୋଟରେ’ ।  ଏଭଳି ବିଜେଡି ନେତାମାନେ ଭିନ୍ନ  ଭିନ୍ନ ସ୍ଲୋଗାନ୍‌ ଲେଖୁଛନ୍ତି । ସୋସିଆଲ୍‌  ମିଡିଆରେ ସେୟାର୍‌ କରିବା ସହିତ ଏଥିରେ  କମେଣ୍ଟଗୁଡିକର ଜବାବ ମଧ୍ୟ ରଖୁଛନ୍ତି ।  ଯାହା ଚଳିତ ନିର୍ବାଚନରେ ଲଢିବାକୁ ଏକ  ପ୍ରକାରର ଅସ୍ତ୍ର ସାଜିଛି ।  

ସେହିପରି ବିଜେପି ବି ସ୍ଲୋଗାନ୍‌  ପ୍ରତିଯୋଗିତାରେ ଦମଦାର ଲଢେଇ କରୁଛି ।  ସାରା ଦେଶରେ ଚାଲିଥିବା ସ୍ଲୋଗାନଗୁଡିକୁ  ରାଜ୍ୟ ନେତାମାନେ ବି ଖୁସି ହୋଇ ସେୟାର୍‌  କରୁଛନ୍ତି । ସେଥି ମଧ୍ୟରୁ ‘ଅବକି ବାର୍‌, ଚାର୍‌  ଶୋ ପାର୍‌’ ବେଶ ଲୋକପ୍ରିୟ ହୋଇପାରିଛି ।  ଏହା ସହିତ ରାଜ୍ୟ ବିଜେପି ନେତାମାନେ  ମାର୍କେଟକୁ ଛାଡୁଥିବା ସ୍ଲୋଗାନ୍‌ ହେଉଛି-  ‘ମୋଦି ସରକାର ଆସିବ, ଓଡ଼ିଶାରୁ ଦୁର୍ନୀତି  ହଟିବ’ । ‘ଯୋଡ଼ି ପଦ୍ମ ଫୁଲ, ବହୁତ ଭଲ’ ।  ‘ଯୋଡ଼ି ଶଙ୍ଖ, ଦେବ ଦାଦନ ଦୁଃଖ’ । ‘ଯୋଡ଼ି  ଫୁଲ ଦେବ ବିକାଶ ସୁଖ’ । ‘କେତେ ଦିନ  ସହିବା, ଓଡ଼ିଶାରେ ପରିବର୍ତ୍ତନ ଆଣିବା । 

ସ୍ଲୋଗାନ୍‌ ଦୌଡ଼ରେ ପଛରେ ପଡିନି  କଂଗ୍ରେସ । କଂଗ୍ରେସ ନେତା ସେୟାର୍‌  କରୁଥିବା ସ୍ଲୋଗାନ୍‌ଗୁଡିକ ମଧ୍ୟରୁ ‘ଏଥର  ବିଜେଡି ଯାଉଛି, କଂଗ୍ରେସ ଆସୁଛି’ । ‘ଉନ୍ନତି  ନା ଅଧିକାର, ଆସୁଛି କଂଗ୍ରେସ ସରକାର’ ।  ‘କଂଗ୍ରେସ ଭରସା’ । ‘ନୁହେଁ ଶଙ୍ଖ ଯୋଡ଼ି- ନୁହେଁ ଫୁଲ ଯୋଡ଼ି, ଜଣେ ବାଳୁଙ୍ଗା- ଜଣେ  ଅଗାଡି । କଂଗ୍ରେସ କେବଳ ରାଜ୍ୟସ୍ତରରେ  ସ୍ଲୋଗାନ ନୁହଁ, ଅଞ୍ଚଳକୁ ନେଇ ବି ସ୍ଲୋଗାନ୍‌  ଜାରି କରିଛନ୍ତି । ଯେମିତି ‘ଦୁର୍ନୀତି ହଟିବ,  ନୀତି ଚାଲିବ । ଭଣ୍ଡାରିପାଖରୀରେ ବିକାଶ  ହେବ । ଏଥର ପରିବର୍ତ୍ତନ, ଏଥର ନିରଞ୍ଜନ’ ।  ‘ଏଥର ନାନୀ ନୁହଁ କି ନନା । ବାଲେଶ୍ୱରରେ  କେବଳ ଶ୍ରୀକାନ୍ତ ଜେନା । ‘ଏବେ ନାଇଁ ତ  କେଭେ ନାହିଁ । କରେ କଂଗ୍ରେସ, କରେ  କୋଶଲ, କରେ କିରିଆ ଖାଉଛେ.. । 

ଦଳଗୁଡିକୁ ବାଦ୍‌ ଦେବା ପରେ  ସାଧାରଣ ଲୋକ ଓ ବିଭିନ୍ନ ସଙ୍ଗଠନ ବି  ରାଜନୀତିକୁ ନେଇ ସ୍ଲୋଗାନ୍‌ ଲେଖିବା ଆରମ୍ଭ  କରିଛନ୍ତି । ଯାହା ସୋସିଆଲ୍‌ ମିଡିଆରେ  ବେଶ ଟ୍ରେଣ୍ଡ କରୁଛି । ମିଳିତ ଓଡ଼ିଶା ନିଶା  ନିବାରଣ ଅଭିଯାନ ପକ୍ଷରୁ ଜାରି ସ୍ଲୋଗାନ  ରହିଛି, ‘ମଦ ବନ୍ଦ କରିବ ଯିଏ, ଆମରି  ଭୋଟ୍‌ ପାଇବ ସିଏ’ । ଏଭଳି କେତେ କ’ଣ  ସ୍ଲୋଗାନ୍‌ ମାର୍କେଟକୁ ଆସିଛି । ତେବେ  କେଉଁ ଦଳର ସ୍ଲୋଗାନ୍‌ କେତେ ଲୋକଙ୍କ  ଛୁଉଁଛି, ତାହା ଦେଖିବାକୁ ବାକି ରହିଛି ।

  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.