ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଆଇଏସ୍‌ଏଲ୍‌-୧୦: ଆଜି କଳିଙ୍ଗରେ ବଡ଼ ଲଢ଼େଇ, ଓଡ଼ିଶା ଏଫ୍‌ସି- ଇଷ୍ଟ୍‌ବେଙ୍ଗଲ ମଧ୍ୟରେ ଟକ୍କର

ଭୁବନେଶ୍ୱର,୨୯/୦୨: ଆଜି କଳିଙ୍ଗ  ଷ୍ଟାଡିୟମରେ ଚଳିତ ଆଇଏସ୍‌ଏଲ୍‌-୧୦ରେ  ଏକ ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଘରୋଇ ଓଡ଼ିଶା ଏଫ୍‌ସି ଏବଂ କଳିଙ୍ଗ ସୁପର କପ୍‌ ଚାମ୍ପିଅନ ଇଷ୍ଟ୍‌ବେଙ୍ଗଲ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ସନ୍ଧ୍ୟା ୭ଟା ୩୦  ମିନିଟରୁ ଖେଳ ଆରମ୍ଭ ହେବ । 

ସିଜନରେ ଓଡ଼ିଶା ଏଫ୍‌ସି ଚମତ୍କାର  ପ୍ରଦର୍ଶନ ଜାରି ରଖିଛି । ୧୬ଟି ୯ଟି  ବିଜୟ ଓ ୫ଟି ଡ୍ର’ ସହ ମୋଟ୍‌ ୩୨  ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ  ରହିଛି । ଏହି ସ୍ଥାନ ବଜାୟ ରଖିବାକୁ  ହେଲେ ଓଡ଼ିଶାକୁ ଗୁରୁବାର ମ୍ୟାଚ୍‌ରେ  ଇଷ୍ଟବେଙ୍ଗଲକୁ ପରାଜିତ କରିବାକୁ  ହେବ । ନଚେତ ମୁମ୍ବାଇ ପ୍ରଥମ ସ୍ଥାନ  ଦଖଲ କରିବ । ତେଣୁ ଘରୋଇ  ଗ୍ରାଉଣ୍ଡର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ  ଓଡ଼ିଶା ଏଫ୍‌ସି ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । 

ଗତ ଜାନୁଆରୀ ୨୮ ତାରିଖରେ  କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍‌ର  ଫାଇନାଲ ଖେଳାଯାଇଥିଲା । ଓଡ଼ିଶା ଏଫ୍‌ସି  ଓ ଇଷ୍ଟ୍‌ବେଙ୍ଗଲ ମଧ୍ୟରେ ଟାଇଟଲ ଲଢ଼େଇ  ହୋଇଥିଲା । ନିର୍ଦ୍ଧାରିତ ସମୟ ଖେଳ ୨-୨  ଗୋଲ ରହିବା ପରେ ଇଷ୍ଟ୍‌ବେଙ୍ଗଲ ଅତିରିକ୍ତ ସମୟ ଖେଳରେ ବିଜୟୀ ଗୋଲ ଦେଇ  ଚାମ୍ପିଅନ ହୋଇଥିଲା । ଓଡ଼ିଶା ଟାଇଟଲ  ବଜାୟ ରଖିବାରେ ବିଫଳ ରହିଥିଲା । ତେଣୁ  ଘରୋଇ ଦଳ ପୂର୍ବ ପରାଜୟର ପ୍ରତିଶୋଧ  ନେଇ ବିଜୟ ଧାରାକୁ ଫେରିବାକୁ ଚାହେଁ ।  କାରଣ ପୂର୍ବ ୨ଟି ମ୍ୟାଚ୍‌ ଓଡ଼ିଶା ଡ୍ର’ ରଖିଛି । 

ଦୁଇ ଦଳ ମଧ୍ୟରେ ପ୍ରଥମ ଲେଗ୍‌  ସଲ୍ଟ ଲେକ୍‌ରେ ଖେଳାଯାଇଥିଲା । ମ୍ୟାଚ୍‌ଟି  ଗୋଲଶୂନ୍ୟ ଡ୍ର’ ରହିଥିଲା । ଚଳିତ  ସିଜନରେ ଇଷ୍ଟ୍‌ବେଙ୍ଗଲର ପ୍ରଦର୍ଶନ ଭଲ  ନାହିଁ । ଦଳ ଏ ପର୍ଯ୍ୟନ୍ତ  ୧୬ଟି ମ୍ୟାଚ୍‌ ଖେଳି  ୪ଟିରେ ବିଜୟ ଏବଂ ୬ଟି ଡ୍ର’ ରଖି  ୧୮ ପଏଣ୍ଟ ପାଇଛି । ଏଥର ଦଳ ପ୍ଲେ  ଅଫ୍‌ ଦୌଡ଼ରେ ଏକ ପ୍ରକାର ପଛରେ  ପଡ଼ି ସାରିଛି ।  

ବୁଧବାର ଆୟୋଜିତ ସାମ୍ବାଦିକ  ସମ୍ମିଳନୀରେ ଓଡ଼ିଶା ମୁଖ୍ୟ କୋଚ୍‌ ସର୍ଜିଓ  ଲୋବେରା କହିଥିଲେ, ‘ଆମେ ଆମର ନିଜ  ଉପରେ ଅଧିକ ଧ୍ୟାନ ଦେଉଛୁ, ବିପକ୍ଷ  ଦଳ ଉପରେ ନୁହେଁ । ପ୍ରତ୍ୟେକ ମ୍ୟାଚ୍‌ରେ  ପୂର୍ବ ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ଦେବାକୁ  ପ୍ରୟାସ କରୁଛୁ । ଆଶା, ଇଷ୍ଟ୍‌ବେଙ୍ଗଲ  ଅଧିକ ରକ୍ଷଣାତ୍ମକ ଏବଂ କୌଶଳାତ୍ମକ ଖେଳ ଉପରେ ଗୁରୁତ୍ୱ ଦେବ । କିନ୍ତୁ ଆମ  ଦଳ ଚିରାଚରିତ ଭାବେ ଆକ୍ରମଣାତ୍ମକ ପ୍ରଦର୍ଶନ କରିବ ।’ ଓଡ଼ିଶା  ଅଧିନାୟକ କାର୍ଲୋସ ଡେଲଗାଡୋ କୋଚ୍‌ଙ୍କ  ମତରେ ସହମତି  ପ୍ରକାଶ କରିଥିଲେ । ସେ  କହିଥିଲେ, ‘ଆମେ ଆମର  ଶ୍ରେଷ୍ଠ ପ୍ରଦର୍ଶନ ଦେବୁ ।  କାରଣ ଆଗକୁ ଆମ ପାଇଁ ଆହୁରି ଅଧିକ  ଆହ୍ୱାନପୂର୍ଣ୍ଣ ସମୟ ଆସୁଛି ।’  

ଓଡ଼ିଶା ପୂର୍ବ ମ୍ୟାଚ୍‌ରେ ମୋହନ  ବାଗାନ ସହ ମ୍ୟାଚ୍‌ ଗୋଲଶୂନ୍ୟ ଡ୍ର’  ରଖିଥିଲା । କିନ୍ତୁ ଇଷ୍ଟ୍‌ବେଙ୍ଗଲ ୧-୦  ଗୋଲରେ ଚେନ୍ନାଇନକୁ ପରାଜିତ କରି  ବିଜୟକୁ ପ୍ରତ୍ୟାବର୍ତ୍ତନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.