ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଜୁନ୍‌ ୧ରେ ଚତୁର୍ଥ ପର୍ଯ୍ୟାୟ ଭୋଟ, ଶେଷ ଲଢ଼େଇ ପାଇଁ ମଇଦାନ୍‌କୁ ଛୁଟିଲେ ତିନି ଦଳର ନେତା

ଭୁବନେଶ୍ୱର,୨୬/୦୫: ସରିଗଲା ତିନି ପର୍ଯ୍ୟାୟ ଲଢ଼େଇ । ୧୫ ଲୋକସଭା, ୧୦୫  ବିଧାନସଭା ପାଇଁ ଭୋଟ ଶେଷ । ଏବେ ଶେଷ ପର୍ଯ୍ୟାୟ ଲଢ଼େଇ ଆସିଗଲା । ଶେଷ ଟକ୍କର ବାକି ଥିବା ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ । ମୁଖ୍ୟତଃ ଉପକୂଳଗଡ଼କୁ କିଏ ହାତେଇବ, ସେଥିପାଇଁ କସରତ ପୂରା ଜୋରଦାର୍‌ । ସବୁ ଦଳର ନଜର ଏବେ ଏହି ପର୍ଯ୍ୟାୟରେ କେତେ ଅଧିକରୁ ଅଧିକ ଆସନ ଝାମ୍ପିବେ।

ବିଜେଡି ଆରମ୍ଭ କରିଦେଇଛି ଚତୁର୍ଥ  ପର୍ଯ୍ୟାୟ ମଇଦାନ ଦଖଲ କସରତ । ବିଜେଡି ସୂତ୍ର ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ଆହୁରି ଜୋରଦାର ହେବ ଶେଷ ପର୍ଯ୍ୟାୟ ପାଇଁ । ପ୍ରଥମ, ଦ୍ୱିତୀୟ, ତୃତୀୟ ପର୍ଯ୍ୟାୟ ଲଢ଼େଇ  ସରିବା ପରେ ସେ ସବୁ ଆସନର ଟାଣୁଆ ନେତା ଏବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ବାଲେଶ୍ୱର ମୁହାଁ  ହୋଇଛନ୍ତି । ସମ୍ବଲପୁର ଲୋକସଭା ଲଢ଼େଇ ଶେଷ ପରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ଯାଜପୁର  ଗଡ଼ର ଗୁରୁଦାୟିତ୍ୱ । ପ୍ରଣବଙ୍କ ମା’ କୋରେଇ ଆସନରୁ ବିଧାନସଭା ପାଇଁ ଲଢ଼ୁଛନ୍ତି । ତେଣୁ ଏ ଆସନ ସମେତ ସମଗ୍ର ଯାଜପୁର ଲୋକସଭା ନେଇ ପ୍ରଣବ ବର୍ତ୍ତମାନ ମଙ୍ଗ ସମ୍ଭାଳିବେ । 

ଚାନ୍ଦବାଲି ଆସନରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଟକ୍କର ଦେଉଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ  ରାୟ । ୪ ବିଧାୟକ ସମେତ ପ୍ରାୟ ୮ଜଣ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ସରିବା ପରେ ସେମାନଙ୍କୁ ଚାନ୍ଦବାଲି ପଠାଇଛି ବିଜେଡି । ଏ  ଆସନରେ ଦଳ ରଚିବ ବ୍ୟୁହ । ଜଗତସିଂହପୁର  ଲୋକସଭା ନିର୍ବାଚନମଣ୍ଡଳୀର ନିମାପଡ଼ା ଆସନ  ଏଥର ଚର୍ଚ୍ଚାରେ । ସମୀର ଦାସ ବିଜେପିକୁ  ଡେଇଁବା ପରେ ବିଜେଡି ପାଇଁ ବଡ଼ ଚାଲେଞ୍ଜ  ସୃଷ୍ଟି ହୋଇଛି । ନିମାପଡ଼ା ପାଇଁ ବିଜେଡି ଏହାର  ପାଶ୍ୱର୍ବର୍ତ୍ତୀ ଆସନର ୮ଜଣ ଟାଣୁଆ ନେତା, ସଂଗଠକ ଓ ପ୍ରାର୍ଥୀଙ୍କୁ ପଠାଇଛି । ଜଗତସିଂହପୁର,  କେନ୍ଦ୍ରାପଡ଼ା, ମୟୂରଭଞ୍ଜର ବିଭିନ୍ନ ଆସନ ଦଖଲ  ପାଇଁ ୯ଜଣ ନେତାଙ୍କୁ ଆହୁରି ପଠାଯାଇଛି ।  କଟକ, ପୁରୀ, ନୟାଗଡ଼ ନିର୍ବାଚନ ସରିଯାଇଥିବାରୁ  ଦଳର ଅନ୍ୟ ବରିଷ୍ଠ ନେତାମାନେ ବି ଦଳର  ବଳ ବଢ଼ାଇବାକୁ ବିଭିନ୍ନ ନିର୍ବାଚନମଣ୍ଡଳୀ  ଗସ୍ତ କରିବେ ବୋଲି ଖବର ମିଳିଛି ।  

ଚତୁର୍ଥ ପର୍ଯ୍ୟାୟରେ ବଡ଼ ସଫଳତା ପାଇବାକୁ  ବିରୋଧୀ କଂଗ୍ରେସ ଓ ବିଜେପି ବି ଲାଗି ପଡ଼ିଛନ୍ତି ।  ବିଜେପିର ସବୁ ଟାଣୁଆ ନେତା ଓ ପ୍ରଚାରକ ଏବେ  କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ  ଡେରା ପକାଇଲେଣି । ସମ୍ବଲପୁର ଲଢ଼େଇ ସରିବା  ପରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ  ବାକି ଥିବା ଆସନରେ ଘନଘନ ପ୍ରଚାର କରିବେ । 

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରେ ମଙ୍ଗ ଧରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଆସିବେ । କେନ୍ଦ୍ରାପଡ଼ାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ  ବହୁ ବଡ଼ ନେତାଙ୍କ ଘନଘନ ଗସ୍ତ ଲାଗି  ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି  ଆସୁଛନ୍ତି ଏହି ପର୍ଯ୍ୟାୟରେ ପ୍ରଚାର ତେଜିବାକୁ ।  ଗୃହମନ୍ତ୍ରୀ ଅମିତ ଶାହ ବି ଆସିବେ । ବିଜେପି  ବି ପ୍ରଚାରକୁ ଆହୁରି ଶାଣିତ କରିବ । 

କଂଗ୍ରେସ ଦଳ ବି ଶେଷ ପର୍ଯ୍ୟାୟ ପାଇଁ କିଛି  ଆସନ ଉପରେ ଆଖି ରଖିଛି । ଦଳର ମୁଖ୍ୟ  ଟାର୍ଗେଟ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଉପରେ । ଭଦ୍ରକର ଭଣ୍ଡାରିପୋଖରୀକୁ ଜଗି ରହିଛନ୍ତି ନିରଞ୍ଜନ  ପଟ୍ଟନାୟକ ଓ ତାଙ୍କ ଟିମ୍‌ । ସାଂସଦ ସପ୍ତଗିରି  ଉଲାକା ବି ନିରଞ୍ଜନଙ୍କୁ ସହଯୋଗ କରିବାକୁ  ପହଞ୍ଚିଛନ୍ତି । ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କୁ  ସହଯୋଗ ପାଇଁ କେନ୍ଦ୍ରୀୟ ନେତା ଓ ରାଜ୍ୟର  ଅନ୍ୟ ବରିଷ୍ଠ ନେତାମାନେ ଗସ୍ତ ପହଞ୍ଚିଲେଣି ।  

୨୦୧୯ ନିର୍ବାଚନରେ ଏହି ପର୍ଯ୍ୟାୟରେ  ନିର୍ବାଚନ ହେବାକୁ ଥିବା ୬ ଲୋକସଭା ଆସନ  ଭିତରୁ ବିଜେଡି ୪ ଓ ବିଜେପି ୨ଟି ଆସନ ଦଖଲ କରିଥିଲେ । ଜଗତସିଂହପୁର ଲୋକସଭା  କ୍ଷେତ୍ରରେ ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ୭ଟି  ଯାକ ଆସନ ବିଜେଡି ଜିତିଥିଲା । ଯାଜପୁରରେ ବି  ବିଜେଡି ସମସ୍ତ ୭ଟି ଆସନ ପୋଛି ନେଇଥିଲା । 

କେନ୍ଦ୍ରାପଡ଼ାର ବି ୭ରୁ ୭ ଆସନ ବିଜେଡି  ଦଖଲରେ ରହିଛି । ଭଦ୍ରକରେ ବିଜେଡି ୬ଟି ଓ  ବିଜେପି ଗୋଟିଏ ଆସନ ଜିତିଥିଲେ । ବାଲେଶ୍ୱର  ଲୋକସଭା କ୍ଷେତ୍ରର ୭ଟି ଆସନରୁ ବିଜେଡି ୫ ଓ  ବିଜେପି ୨ଟି ଆସନ ଜିତିଥିଲେ । ଯଦିଓ ପରବର୍ତ୍ତୀ  ସମୟରେ ଉପନିର୍ବାଚନ ପରେ ବିଜେପି ହାତରୁ  ଗୋଟିଏ ଆସନ ଛଡ଼ାଇ ନେଇଥିଲା ବିଜେଡି । ମୟୂରଭଞ୍ଜ ଲୋକସଭାରେ ବିଜେପି ୭ରୁ ୫ଟି  ଆସନ ଦଖଲ କରିଥିବାବେଳେ ବିଜେଡି ଜିତିଥିଲା  ୨ଟି । ୨୦୧୯ ନିର୍ବାଚନରେ ବିଜେଡି ୩୩ ଓ  ବିଜେପି ପାଇଥିଲା ୯ । କଂଗ୍ରେସ ହାତ ଥିଲା ଖାଲି ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.