ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗୁରୁବାର ସନ୍ଧ୍ୟାରେ ପ୍ରଚାରରେ ପୂର୍ଣ୍ଣଚ୍ଛେଦ: ଓଡିଶା ଆସୁଛନ୍ତି ରାହୁଲ, ମାରାଥନ୍‌ କ୍ୟାମ୍ପେନ୍ କରିବେ ନବୀନ, ପାଣ୍ଡିଆନ, ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦/୦୧: ଗୁରୁବାର ରାଜ୍ୟରେ ନିର୍ବାଚନୀ ପ୍ରଚାରର ଶେଷ ଦିନ । ଜୁନ୍‌ ୧ ତାରିଖରେ ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବ । ଏଥିପାଇଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ସବୁ ଦଳ ପ୍ରଚାର ସାରିବେ । ଶେଷ ଦିନରେ ସବୁ ଦଳ ମାରାଥନ୍‌ ପ୍ରଚାର କରିବାକୁ ଯୋଜନା କରିଛନ୍ତି । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଚାଲିଥିବା ପ୍ରଚାର କୋଳାହଳରେ ବିରାମ ଲାଗିବ ।

ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ । ଭଦ୍ରକର ସାନମଇତାପୁରରେ ସେ ବିଶାଳ ନିର୍ବାଚନୀ ସଭା କରିବେ । ସାଂସଦ ପ୍ରାର୍ଥୀଙ୍କ ସହିତ ସବୁ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ମାରାଥନ୍‌ ପ୍ରଚାର କରିବେ । ଭଦ୍ରକର ଚାନ୍ଦବାଲିରେ ବିଶାଳ ସଭାରେ ବିଜେଡି ପାଇଁ ପ୍ରଚାର କରି ଭୋଟ୍‌ ମାଗିବେ । ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ବାଲେଶ୍ୱରରେ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ବିଜେପି ନେତାଙ୍କର ବି ବିଭିନ୍ନ ସ୍ଥାନରେ ଏକାଧିକ ପ୍ରଚାର କାର୍ଯ୍ୟକ୍ରମ ରହିଛି ।  

ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିଲା । ଏଥିପାଇଁ ଏପ୍ରିଲ ମାସରୁ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଥିଲେ।  ବିଜେଡି ଓ ବିଜେପି ଏକପ୍ରକାର ମୁହାଁମୁହିଁ ହୋଇଥିଲେ। ନିର୍ବାଚନ ପ୍ରଚାର ପାଇଁ ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଓଡ଼ିଶା ଆସିଥିଲେ । ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭା କରି ବିଜେଡିକୁ ଜୋରଦାର ଟାର୍ଗେଟ୍‌ କରିଥିଲେ । ମେ ୧୦ରେ ମୋଦି ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ୍‌ ସୋ' କରିଥିଲେ । ୧୧ରେ କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ୩ଟି ବିଶାଳ ସଭା କରିଥିଲେ । ପ୍ରତିଟି ସଭାରେ ବିଜେଡି ସରକାର ଉପରେ ଜୋର୍‌ଦାର ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ୧୯ରେ ପୁଣି ଓଡ଼ିଶା ଆସି ରାଜ୍ୟ ବିଜେପି ନେତାଙ୍କ ସହ ନିର୍ବାଚନୀ ସମୀକ୍ଷା କରିଥିଲେ । ୨୦ ତାରିଖରେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବଡ଼ଦାଣ୍ଡରେ ରୋଡ୍‌ ସୋ' କରିଥିଲେ । ଅନୁଗୁଳ ଓ କଟକରେ ବିରାଟ ଜନସଭା କରିଥିଲେ । ନିର୍ବାଚନ ପ୍ରଚାର ସରିବା ପୂର୍ବରୁ ଆଜି ମୋଦି ପୁଣି ଓଡ଼ିଶା ଆସିଥିଲେ । ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଆସି ବିଜେଡିକୁ ଜୋରଦାର ହମ୍‌ଲା କରିଛନ୍ତି ।

 ଖାଲି ମୋଦି ନୁହଁନ୍ତି, ଗୃହମନ୍ତ୍ରୀ ଅମିତ ଶାହ ବି ଏକାଧିକ ଥର ଓଡ଼ିଶା ଆସି ମାରାଥନ୍‌ ନିର୍ବାଚନ ପ୍ରଚାର ଓ ରୋଡ୍‌ ସୋ’ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରଚାର ପାଇଁ ୫ଥରରୁ ଅଧିକ ଓଡ଼ିଶା ଆସିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ସଡକ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ବିଜେପି ନେତ୍ରୀ ହେମାମାଳିନୀ, ସ୍ମୃତି ଇରାନୀଙ୍କ ସହିତ ଅନେକ କେନ୍ଦ୍ରୀୟ ନେତା ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିଥିଲେ । ହିମନ୍ତ ବିଶ୍ୱଶର୍ମା, ଭୂପେନ୍ଦ୍ର ଯାଦବ, ବିଜୟ ପାଲ ସିଂ ତୋମାରଙ୍କ ଭଳି କେନ୍ଦ୍ରୀୟ ନେତା ଓଡ଼ିଶାରେ ଡେରା ପକାଇ ରହିବା ସହ ବିଜେଡିକୁ  ଘନ ଘନ ଆକ୍ରମଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ନେତା ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ ବିଭିନ୍ନ ଅଞ୍ଚଳକୁ ଯାଇ ପ୍ରଚାର କରୁଥିଲେ । 

 ପ୍ରଚାରରେ ବିଜେଡି ବି ବହୁତ ଆଗରେ ଥିଲା । ବିଜେଡି ନେତା ଭିକେ ପାଣ୍ଡିଆନ ସବୁ ନିର୍ବାଚନମଣ୍ଡଳୀକୁ ଘନ ଘନ ଗସ୍ତ କରି ମାରାଥନ୍‌ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭା ଓ ରୋଡ୍‌ ସୋ’ରେ ଜନସମୁଦ୍ର ପାଲଟୁଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବି ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରିଥିଲେ। ବିଜେଡି ନେତାମାନେ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ବରିଷ୍ଠ ନେତା ଜୟରାମ ରମେଶ, ସଚିନ ପାଇଲଟ ଓଡ଼ିଶା ଆସି ପ୍ରଚାର କରିଥିଲେ।

  

 


  • PrameyaOdia
  • prameya
  • Odisha election 2024
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.