ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏପ୍ରିଲ୍‌-୧ରେ ଓଡ଼ିଶା ପୁଲିସର ୮୯ ତମ ପ୍ରତିଷ୍ଠା ଦିବସ, ଡିଜିପି ପଦକ ପାଇବେ ୧୦୮ ଅଧିକାରୀ

କଟକ ୨୪/୦୩: ଓଡ଼ିଶା ପୁଲିସର ୮୯ ତମ ପ୍ରତିଷ୍ଠା ଦିବସ ଅପ୍ରେଲ୍‌ରେ ୧ରେ ଅନୁଷ୍ଠିତ ହେବ । ପ୍ରତିବର୍ଷ ଉକ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ  ହେଉଥିଲେ ହେଁ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି  ଲାଗୁ ହୋଇଥିବାରୁ ଏଥର କଟକଣା ଭିତରେ ପାଳନ  କରାଯିବ । ଏହି ଅବସରରେ ରାଜ୍ୟ ପୁଲିସ ବାହିନୀ  ପକ୍ଷରୁ ବରିଷ୍ଠ ପୁଲିସ୍‌ ଅଧିକାରୀ ଏବଂ ପୁଲିସ୍‌ କର୍ମଚାରୀ  ମିଶି ୧୦୮ ଜଣଙ୍କୁ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ  ପଦକ (ଡିଜିପି ଡିକ୍ସ)ପ୍ରଦାନ କରାଯିବ । ଏଥିରେ ୬  ଜଣ ଆଇପିଏସ୍‌, ୨୧ ଜଣ ଓପିଏସ୍‌ ଅଫିସର, ୮  ଜଣ ଓଏପିଏସ୍‌ ଅଫିସର, ୧୪ ଜଣ ଇନ୍ସପେକ୍ଟର,  ୧୨ ଜଣ ଏସ୍‌ଆଇ, ୭ ଜଣ ଏଏସ୍‌ଆଇ, ୧୧ ଜଣ  ହାବିଲଦାର ଏବଂ କନଷ୍ଟେବଳ, ସିପାହୀ, ଓଏପିଏପ୍‌  ମିଶି ୨୭ ଜଣ କର୍ମଚାରୀ ରହିଛନ୍ତି ।

ପୁଲିସ୍‌ ବିଭାଗର  ଏହି ସମ୍ମାନଜନକ ପଦକ ପାଇବା ଯୋଗ୍ୟ ବିବେଚିତ  ହୋଇଥିବା ଅଧିକାରୀଙ୍କ ମଧ୍ୟରେ ବରିଷ୍ଠ ଆଇପିଏସ୍‌  ତଥା ଅତିରିକ୍ତ ଡିଜି ରାଜେଶ କୁମାର, ଡିଆଇଜି ନିତି  ଶେଖର, ଏସ୍‌ପି ରାହୁଲ୍‌ . ପି. ଆର, ଏସ୍‌. ସୁଶ୍ରୀ,  ରାଜ ପ୍ରସାଦ, ଶୁଭେନ୍ଦୁ କୁମାର ପାତ୍ର ପ୍ରମୁଖ ଆଇପିଏସ୍‌  ଅଧିକାରୀ ରହିଛନ୍ତି । ସେହିପରି ଓପିଏସ୍‌ ଏସ୍‌ପି  ଦେବନାରାୟଣ ଦାସ, ବରିଷ୍ଠ ଓପିଏସ୍‌ ଅଫିସର ତାପସ  ରଞ୍ଜନ ଦାସ, ଅଶୋକ ମହାନ୍ତି, ଅତିରିକ୍ତ ଏସ୍‌ପି ଏ.  କୁଜୁର, ବିକାଶ ଚନ୍ଦ୍ର ବେହୁରା, ସୁଧାକର ମିଶ୍ର, ସୁବାସ  ଚନ୍ଦ୍ର ପଣ୍ଡା, ଅନନ୍ତ ମଲ୍ଲିକ୍‌ ପ୍ରମୁଖ ଡିଜିପି ଡିସ୍କ ପାଇବେ  ବୋଲି ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.