ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଘରକୁ ଯାଇ ଇ-କେୱାଇସିର କରାଯିବ ଯାଞ୍ଚ୍‌, ଆଉ ଦେଢ଼ କୋଟି ଲୋକଙ୍କ ହେବ ଇ-କେୱାଇସି: ରାଜ୍ୟରେ ୧୬.୨୭ ଲକ୍ଷ ଭୂତ ଓ ଅଯୋଗ୍ୟ କାର୍ଡ ନାକଚ

କଟକ ୩୦/୦୯: ଇ-କେୱାଇସି  ପଞ୍ଜୀକରଣ ସରିବା ପରେ ଖାଉଟିଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯିବ ।  ରବିବାର ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହା  କହିଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,  ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ  ଇ-କେୱାଇସି ପଞ୍ଜୀକାରଣ ହେବ ।  ଏବେ ସୁଦ୍ଧା ୨ କୋଟି ଲୋକଙ୍କ  ଇ-କେୱାଇସି ସରିଯାଇଛି । ଆଉ ମାସେ ମଧ୍ୟରେ ଅବଶିଷ୍ଟ ଲୋକଙ୍କ  ଇ-କେୱାଇସି ସରିଯିବ । ଏହି ପ୍ରକ୍ରିୟା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟ  କାର୍ଡଧାରୀଙ୍କୁ ହଟାଯିବ । କେବଳ ଯୋଗ୍ୟ ଖାଉଟିଙ୍କୁ ବଛାଯାଇ ସେମାନଙ୍କୁ ନୂଆ ରାସନ କାର୍ଡ ମିଳିବ । ଯେଉଁମାନେ ଇ-କେୱାଇସି କରିନାହାନ୍ତି  ସେମାନଙ୍କର ଯାଞ୍ଚ୍‌ କରାଯାଇ ସ୍ୱତନ୍ତ୍ର ଟିମ୍‌ ଘର ଘର ବୁଲି ସମ୍ପୃକ୍ତ ବ୍ୟକ୍ତି  କାହିଁକି ଇ-କେୱାଇସି କରିନାହାନ୍ତି ତାକୁ ଅନୁଧ୍ୟାନ କରିବେ। କୌଣସି ପରିସ୍ଥିତିରେ ରାସନ୍‌ ଯୋଗାଣ ବନ୍ଦ  ହେବ ନାହିଁ । ଶେଷ ଲୋକର ଇ-କେୱାଇସି  ନସରିବା ଯାଏ ଏହା ଚାଲିବ ବୋଲି ଯୋଗାଣ  ମନ୍ତ୍ରୀ ସୂଚନା ଦେଇଛନ୍ତି । 

କଟକ କଳାବିକାଶ କେନ୍ଦ୍ରଠାରେ ଆଜି  ଆୟୋଜିତ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ  ପୂର୍ବ ପ୍ରାନ୍ତର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର ଏହା କହିଛନ୍ତି ।  ରାଜ୍ୟରେ ୨୦୧୬-୧୭ରୁ ଏ ପର୍ଯ୍ୟନ୍ତ ୧୬ ଲକ୍ଷ  ୨୭ ହଜାର ୯୨୦ଟି କାର୍ଡ଼କୁ ଭୂତ ଓ ଅଯୋଗ୍ୟ  କାର୍ଡ଼ ଭାବେ ଘୋଷଣା କରିବା ସହ ବାଦ୍‌  ଦିଆଯାଇଛି । ସେଥି ମଧ୍ୟରୁ ମୃତ୍ୟୁ ପରେ ବି  ବହୁ ହିତାଧିକାରୀଙ୍କ ନାମରେ କାର୍ଡ ରହିଥିଲା । ଯାହାକୁ ଭୂତ କାର୍ଡ କୁହାଯାଉଥିଲା । ଏହି କାର୍ଡରେ  ଆସୁଥିବା ରାସନ୍‌ ବାଟମାରଣା ହେଉଥିଲା ।  ସେଗୁଡିକୁ କଡ଼ାକଡ଼ି ଭାବେ ଯାଞ୍ଚ କରି ଏବେ  କାଟି ଦିଆଯାଉଛି । ଅଯୋଗ୍ୟ ହିତାଧିକାରୀଙ୍କୁ  କାଟିବା ପରେ ଖାଲି ପଡୁଥିବା ସ୍ଥାନରେ ନୂଆ  ହିତାଧିକାରୀଙ୍କୁ ଯୋଡ଼ାଯିବ । ସେମାନଙ୍କୁ ନୂଆ  ରାସନ୍‌ କାର୍ଡ ମିଳିପାରିବ । ପ୍ରତି କାର୍ଡରେ ଯୋଡ଼ା  ହୋଇଥିବା ପରିବାରର ସମସ୍ତ ସଦସ୍ୟଙ୍କର ଆଧାରଯୁକ୍ତ ଇ-କେୱାଇସି କରାଯିବ । ଯାହା  ଯୋଗାଣ ପ୍ରକ୍ରିୟାକୁ ସ୍ୱଚ୍ଛ କରିବ ବୋଲି ଯୋଗାଣ  ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଛନ୍ତି ।  

ଏହି ଅବସରରେ ଇ-କେୱାଇସି ସହିତ  ଠକ ବ୍ୟବସାୟୀଙ୍କ ଉପରେ ସରକାରଙ୍କ ନଜର  ରହିଥିବା ମନ୍ତ୍ରୀ କହିଥିଲେ । ସେ କହିଲେ, ପାର୍ବଣ ସମୟରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ  ଉପରେ ଜୋର୍‌ଦାର ଚଢ଼ଉ ହେବ । ବିଭିନ୍ନ  ପ୍ରକାର ମିଠା ଦୋକାନରେ ଯାଞ୍ଚ୍‌ ହେବ । ଏନେଇ ଏନ୍‌ଫୋର୍ସମେଣ୍ଟ୍‌ ଟିମକୁ ନିର୍ଦ୍ଦେଶ ଦିଆଯାଇଛି ।  ଅପମିଶ୍ରଣର ପ୍ରମାଣ ମିଳିଲେ ସଙ୍ଗେ ସଙ୍ଗେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିଛି ଦିନ ପୂର୍ବରୁ କଟକରେ ଏକ ନକଲି କ୍ଷୀର କମ୍ପାନି  ଠାବ ହେବା ପରେ ଏଭଳି କଠୋର ଆଭିମୁଖ୍ୟ  ଗ୍ରହଣ କରିଛି ବିଭାଗ। ଗ୍ରାହକ କିଭଳି ଠକାମିର  ଶିକାର ହେବେନି ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।  

ବର୍ତ୍ତମାନ ଓଡ଼ିଶାରେ ପିଆଜ ଦର ବଢ଼ିଯାଇ  ଥିବାରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।  କହିଛନ୍ତି, ଓଡ଼ିଶା ସମେତ ଭାରତରେ ପିଆଜର  ଦର ବୃଦ୍ଧି ଘଟିଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା  ଫଳରେ ଆଜି ଏହିଭଳି ସ୍ଥିତି ଉପୁଜିଛି । ଆଳୁ,  ପିଆଜ, ଅଣ୍ଡା ଓ ମାଛ ପାଇଁ ଆମେ ଅନ୍ୟ ରାଜ୍ୟ  ଉପରେ ନିର୍ଭର କରୁଛୁ । ଖୁବ୍‌ ଶୀଘ୍ର ନୂଆ ଫସଲ  ଆସିଲେ ସ୍ଥିତି ସୁଧୁରିବ । ପିଆଜ ଆମେ ଆମଦାନୀ  କରି ୩୫ ଟଙ୍କାରେ ବିକ୍ରି କରୁଛୁ । ଏହା ସହ  ରାଜ୍ୟରେ ଶୀତଳ ଭଣ୍ଡାରକୁ ନେଇ ପ୍ରତିକ୍ରିୟା ରଖି  ମନ୍ତ୍ରୀ କହିଛନ୍ତି, ରାଜ୍ୟର ୫୮ଟି ସବ୍‌ଡିଭିଜନରେ  ଶୀତଳ ଭଣ୍ଡାର ନିର୍ମାଣ କରାଯିବ । ଯାହା  ଆଗକୁ ଏହିଭଳି ସ୍ଥିତିର ମୁକାବିଲା କରିବାରେ  ସହାୟକ ହେବ । ସେହିପରି ଗହମ ଯୋଗାଣ  ଲାଗି କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି  ମନ୍ତ୍ରୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଆସନ୍ତା  ଅକ୍ଟୋବରରୁ ଗହମ ମିଳିବ ।  

ଏହି ଅବସରରେ ଭାରତୀୟ ଗାହକ  ପଞ୍ଚାୟତର କେନ୍ଦ୍ରୀୟ ସମ୍ପାଦକ ଅରୁଣ  ଦେଶପାଣ୍ଡେ, ପଞ୍ଚାୟତର ଯୁଗ୍ମସମ୍ପାଦକ ସୁବାସ  ଚନ୍ଦ୍ର ବେହୁରା, ସୌମେନ୍ଦ୍ର ଜେନା, ବଦ୍ରିନାରାୟଣ  ମହାରଣା, ଜୟଶ୍ରୀବାଳା ମଲ୍ଲିକ, ଦୀପକ ମହାନ୍ତି,  ଦୀନବନ୍ଧୁ ମହାରଣା, କୌସ୍ତୁଭ ଚୌଧୁରୀ ପ୍ରମୁଖ  ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.