ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ଖଣି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ

ଛତ୍ରପୁର/ଗଞ୍ଜାମ, ୨୩/୦୩ : ଗଞ୍ଜାମ ଋଷିକୂଲ୍ୟା ପୋଲ ନିକଟରୁ ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ଖଣି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଆକ୍ରମଣ। ଡ୍ରାଇଭର୍‌ଙ୍କୁ ମାଡ଼ ମାରିବା ସହ ପୋଲିସକୁ ଗାଡିରୁ ଓହ୍ଲାଇ ଦେଲେ ମାଫିଆ। ଏନେଇ ଖଣି ଅଧିକାରୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଗଞ୍ଜାମ ଥାନା ଜାତୀୟ ରାଜପଥ ଋଷିକୁଲ୍ୟା ପୋଲ ନିକଟରୁ ଦୀର୍ଘଦିନ ଧରି ସ୍ପଷ୍ଟ ଦିବାଲୋକରେ ଚୋରା ବାଲି ଚାଲାଣ ଚାଲିଛି। ଖବର ପାଇ ବ୍ରହ୍ମପୁରର ଇସ୍ପାତ ଓ ଖଣି ବିଭାଗର ଅଧିକାରୀ, କର୍ମଚାରୀ ଏବଂ ସଶସ୍ତ୍ର ପୋଲିସ ବାହିନୀ ସକାଳ ୭ଟାରେ ଚଢାଉ କରିଥିଲେ। ଜେସିବି ଓ କିଛି ଟ୍ରାକ୍ଟର ଜବତ କରି ଅଧିକାରୀମାନେ ନେଉଥିବା ବେଳେ ମାଫିଆ ଓ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଜେସିବି ଦ୍ୱାରା ଖଣି ବିଭାଗ ଅଧିକାରୀ ଆଣିଥିବା ଗାଡିକୁ ଆକ୍ରମଣ କରିଥିଲେ। ଯାହାଫଳରେ ଗାଡିଟି ଭାଙ୍ଗି ଯାଇଛି। ମାଫିଆମାନେ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ତାଙ୍କ ଡ୍ରାଇଭରକୁ ମାଡ଼ ମାରିଛନ୍ତି। ଏପରିକି ସେମାନଙ୍କ ସହିତ ଯାଇଥିବା ପୁଲିସ ଫୋର୍ସକୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ। ଏହିପରି କି ଜେସିବି ସହିତ ଟ୍ରାକ୍ଟରଗୁଡିକ ମାଫିଆମାନେ ନେଇଯାଇଥିଲେ। ଧମକ ଚମକ ଦେଇଥିଲେ। ଏହି ଘଟଣାର ଖବର ପାଇ ଗଞ୍ଜାମ ଥାନା ପୁଲିସ ପହଞ୍ଚିଥିବା ବେଳେ ନିରବଦ୍ରଷ୍ଟା ସାଜିଥିଲା। ତେବେ ଖଣି ଅଧିକାରୀ ଥାନାରେ ଏତେଲା ଦେଇଛନ୍ତି। ଏନେଇ ତଦନ୍ତ ଆରମ୍ଭ ହୋଇଛି। ଏହି ଅଞ୍ଚଳରୁ ଦୈନିକ ଶତାଧିକ ଟ୍ରକ, ଟ୍ରାକ୍ଟର ବାଲି ଚୋରା ଚାଲାଣ କରିବାରେ ଲାଗିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.