ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ବୃଦ୍ଧଙ୍କୁ କୋର୍ଟ ଚାଲାଣ

ଚନ୍ଦାହାଣ୍ଡି ୮।୨ : ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ମାଲଗାଁ ଗ୍ରାମର ରବି ଖମାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳବାର ନାବାଳିକା ଜଣକ ଘରେ ଏକୁଟିଆ ରହିଥିବାର ସୁଯୋଗ ନେଇ  ତାଙ୍କ ଘରକୁ ରବି ଯାଇ ଥିଲା l   ପରେ  ରବି ଜୋରଜବରଦସ୍ତ ନାବାଳିକାକୁ ଦୁଷ୍କର୍ମ କରି ଥିଲା l   ବାପା ମା’ ଘରକୁ ଫେରିବା ପରେ  ତାଙ୍କ ଆଗରେ  ନାବାଳିକା ସବୁ କଥା  କହିଥିଲେ। ଉଭୟ ପରିବାର ପକ୍ଷ ରୁ ପାଟିତୁଣ୍ଡ ହୋଇଥିଲା।  ପୀଡିତାର ଭାଇ   ଅଭିଯୁକ୍ତ ରବିଙ୍କ ସ୍ତ୍ରୀ ଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ ପଲିଥିନ ଘରକୁ ଭାଙ୍ଗି ଦେଇ ଥିଲେ l ବୁଧବାର ଦିନ ନାବାଳିକାର ପରିବାର ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ  ଅଭିଯୋଗ ଦେବା ପରେ  ରବିଙ୍କୁ ପୋଲିସ ଗିରଫ କରିଥିଲା।   ଅଭିଯୁକ୍ତ ରବି ଖମାରୀ ଙ୍କ ଡାକ୍ତରୀ ମାଇନା କରାଯିବା ସହ କୋର୍ଟଚାଲାଣ କରାଯାଇଛି l  ଅନ୍ୟପକ୍ଷେ ପୂର୍ବ ଶତ୍ରୁତାକୁ ନେଇ  ରବିଙ୍କ ଘରକୁ ଭାଙ୍ଗି ଦିଆଯିବା ସହ  ତାଙ୍କୁ ଫସାଯାଉଥିବା ଏବଂ ତାଙ୍କ ସ୍ତ୍ରୀ ଚନ୍ଦାହାଣ୍ଡି ଥାନରେ ପାଲଟା ଅଭିଯୋଗ ଦେଇଛନ୍ତି । ଉଭୟ ପକ୍ଷ ବିରୁଦ୍ଧରେ ପୋଲିସ ଦୁଇଟି ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.