ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବୟସ୍କ ବୃକ୍ଷଗୁଡ଼ିକୁ ମିଳିବ ଭତ୍ତା, ଗଛ ମାଲିକଙ୍କୁ ବାର୍ଷିକ ୨,୭୫୦ ଟଙ୍କା ଦେବେ ସରକାର

ହରିଆଣା ୦୩/୧୧: ହରିଆଣାରେ ବୟସ୍କ ବୃକ୍ଷଗୁଡ଼ିକୁ ଭତ୍ତା ମିଳୁଛି । ଗୁରୁଗ୍ରାମରେ ୭୫ ବର୍ଷରୁ ଅଧିକ ବୟସର ୮୦ ବୃକ୍ଷ ପାଇଁ ପ୍ରଥମ ଥର ଭତ୍ତା ଲାଗୁ କରାଯାଇଛି । ବୃକ୍ଷ ମାଲିକଙ୍କୁ ସରକାରଙ୍କ ତରଫରୁ ୨,୭୫୦ ଟଙ୍କା ପେନ୍‌ସନ୍‌ ରାଶି ଦିଆଯାଇଛି । ଏହି ପେନ୍‌ସନ ପ୍ରତି ବର୍ଷ ମିଳିବ । ହରିଆଣା ସରକାର ପରିବେଶ ସଂରକ୍ଷଣ ପାଇଁ ୨୦୨୧ ମସିହାରେ ପ୍ରାଣ ବାୟୁ ଦେବତା ପେନ୍‌ସନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନ୍ତର୍ଗତ ଜିଲ୍ଲାରେ ପେନ୍‌ସନ ପାଇବାଯୋଗ୍ୟ ବୃକ୍ଷ ଚୟନ କରାଗଲା । ଗୁରୁଗ୍ରାମରେ ୮୦ ବୃକ୍ଷ ଚୟନ କରାଗଲା।

ଏହି ଯୋଜନା ଅନ୍ତର୍ଗତ, ବୃକ୍ଷମାନଙ୍କର ସଂରକ୍ଷଣ ଲାଗି ବାର୍ଷିକ ୨୫୦୦ ଟଙ୍କା ପେନ୍‌ସନ ପ୍ରଦାନ କରିବାକୁ ପ୍ରଥମେ ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ୨୫୦ ଟଙ୍କା ବଢ଼ାଇ ୨,୭୫୦ ଟଙ୍କା କରାଯାଇଛି । ଗତ ଅକ୍ଟୋବର ୨୬ ତାରିଖରେ ସରକାର ଏହି ପେନ୍‌ସନ ଲାଗୁ କରିଛନ୍ତି । ବୃକ୍ଷମାନଙ୍କର ଜୀବନକାଳ ଥିବା ଯାଏ ଏହି ଯୋଜନା ଜାରି ରହିବ । ହରିଆଣାରେ ଏହି ଯୋଜନାରେ ଚୟନ କରାଯାଇଥିବା ବୃକ୍ଷ ମଧ୍ୟରେ ୯୦ ପ୍ରତିଶତ ଅଶ୍ୱତ୍ଥ ଗଛ ରହିଛି । କାରଣ ଏହା ଅଧିକ ମାତ୍ରାରେ ଅମ୍ଳଜାନ ପ୍ରଦାନ କରେ । ତେଣୁ ବହୁ ପୂର୍ବରୁ ଏହାର ସଂରକ୍ଷଣ ଆବଶ୍ୟକତା ରହିଥିଲା ।


ଏହି ଯୋଜନାର ଲାଭ ଉଠାଇବା ପାଇଁ ଲୋକେ ସମ୍ପୃକ୍ତ ଜିଲ୍ଲାର ବନ ବିଭାଗ କାର୍ଯ୍ୟାଳୟରେ ଆବେଦନ କରିପାରିବେ । ତେବେ ବୃକ୍ଷର ବୟସ ୭୫ ବର୍ଷରୁ ଅଧିକ ହେବା ଆବଶ୍ୟକ । ଏହି ପେନ୍‌ସନ ରାଶିକୁ ଲୋକେ ବୃକ୍ଷର ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରିବେ ।

Copyright © 2022 - Summa Real Media Private Limited. All Rights Reserved.