ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମୁଦ୍ର ବେଳାଭୂମିରୁ ମୃତ ଅଲିଭ୍ ରିଡଲେ କଇଁଛ ଉଦ୍ଧାର, ସମୁଦ୍ର ଜୀବ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର, ୦୯/୦୨ : ଗୋପାଳପୁର ସମୁଦ୍ର ବେଳାଭୂମିରେ ପଡିଛି ମୃତ ଅଲିଭ ରିଡଲେ କଇଁଛ। ପର୍ଯ୍ୟଟକ ମହଲରେ ଅସନ୍ତୋଷ। ସମୁଦ୍ର ଜୀବ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। 

ସୂଚନାନୁଯାୟୀ, ଏବେ ଅଲିଭ ରିଡଲେ କଇଁଛଙ୍କ ମିଳନ ପ୍ରକ୍ରିୟା ସରିଛି। ଚଳିତ ମାସ ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହା ପୂର୍ବରୁ ସମୁଦ୍ର କୂଳରୁ ଅଲିଭ ରିଡଲେ କଇଁଛର ମୃତଦେହ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ବନ ବିଭାଗ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ପରିବେଶବିତ୍ ନିବେଦନ କରିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.