ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରାବଣ ମାସର ଚତୁର୍ଥ ସୋମବାର, ଜଳଲାଗି କଲେ ଶ୍ରଦ୍ଧାଳୁ

ଆଠଗଡ଼,୧୨/୦୮: ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ଶୈବକ୍ଷେତ୍ର । ସାରା ରାତି ଲାଗିରହିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠରେ ରାତ୍ର ୨ଟାରେ ମନ୍ଦିରର ଦ୍ଵାର ଫିଟାଯାଇ ମହାଦେବଙ୍କ ସମସ୍ତ ରୀତିନୀତି ସମାପନ କରାଯାଇଛି । ଏହା ପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆ ମାନେ ଜଳଲାଗି କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବ୍ୟାପକ ପୋଲିଶ ଫୋର୍ସ ମୁତୟନ ।

ସୂଚନା ଅନୁଯାୟୀ, ପବିତ୍ର ଶ୍ରାବଣ ମାସର ଚତୁର୍ଥ ସୋମବାରରେ ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ଶିବ ଶଙ୍କର । ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସ୍ଥାୟୀ କଂକ୍ରିଟ ସେତୁ ଦେଇ ଶ୍ରାବଣୀ ଲିଙ୍ଗରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ । ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଭିଡକୁ ଦୃଷ୍ଟିରେ ରଖି ପୀଠ ମଧ୍ୟକୁ ବାହୁଙ୍ଗିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କଂକ୍ରିଟ ସେତୁ ପୂର୍ବରୁ କାଉଡିଆ ମାନେ ବାହୁଙ୍ଗି ରଖି କେବଳ ଜଳକଳଷ ଧରି ପୀଠ ଭିତରକୁ ପ୍ରବେଶ କରିଛନ୍ତି । ଚଳିତ ବର୍ଷ ପୂଜକ ସମିତି ଏବଂ ପ୍ରଶାସନ ପକ୍ଷରୁ କାଉଡ଼ିଆ ଆଣୁଥିବା ପ୍ଲାଷ୍ଟିକ କଳସକୁ ପୀଠ ମଧ୍ୟକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । କେବଳ ମାଟି କିମ୍ବା ପିତଳ କିମ୍ବା ତମ୍ବା କଳସରେ ଜଳ ଆଣିବା ପାଇଁ ଆବେଦନ କରାଯାଇଛି । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିଶ ଫୋର୍ସ ମୁତୟନ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.