ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଡିରୁ କୋଟିଏ ଟଙ୍କାର ସୁନା ଜବତ , ୩ ଅଟକ

ଜଳେଶ୍ବର,୧୪।୫ :  ପଶ୍ଚିମବଙ୍ଗରୁ ଓଡିଶା ଅଭିମୁଖେ ଏକ ଗାଡିରୁ ପ୍ରାୟ ଏକ କୋଟି ଟଙ୍କାର ଏସଏସଟି ଟିମ ଦ୍ୱାରା ଯାଞ୍ଚ ବେଳେ ଜବତ କରିଛି। ଏଥିସହ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି।

ସାଧାରଣ ନିର୍ବାଚନକୁ ଆଖି ଆଗରେ  ରଖି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓଡିଶା ପଶ୍ଚିମବଙ୍ଗ ସୀମାରେ ପୋଲିସ ,ଫ୍ଲାଇଙ୍ଗ ସ୍ୱାର୍ଡ ଏସଏସଟି, ଜିଏସଟି  ବିଭାଗ ତରଫରୁ   ଚେକିଂ ଜୋରସୋରରେ କରାଯାଉଛି। ତେବେ ଆଜି ଅପରାହ୍ନ ସମୟରେ ପଶ୍ଚିମବଙ୍ଗ କଲିକତାରୁ ଦିଘା ହୋଇ ୫୭ନଂ ରାଜ୍ୟରାଜପଥ ଦେଇ ଓଡିଶା ବାରିପଦା ଅଭିମୁଖେ ଏକ ଚାରିଚକିଆ ଗାଡ଼ିରେ ସୁନା ଭର୍ତ୍ତି ହୋଇ ଆସୁଥିଲା । ତେବେ  ଆମ୍ବଳିଅଠା ଠାରେ ଏସଏସଟି ବିଭାଗ ପକ୍ଷରୁ ଚେକିଙ୍ଗ ବେଳେ  ଗାଡି ଭିତରେ ପ୍ରଚୁର ପରିମାଣରେ ସୁନା ଗହଣା ଥିବା ଜାଣିବାକୁ ପାଇଥିଲା।  ସୁନା ଥିବା ଗାଡିକୁ ଜବତ କରିବା ସହିତ  ୩ଜଣଂକୁ ଅଟକ ରଖି ଜଳେଶ୍ୱର ପୋଲିସ ତଦନ୍ତ ଜାରି ରଖିଛି । ତେବେ ଜବତ ସୁନା ଆନୁମାନିକ ଏକ କୋଟି ଟଙ୍କା ହେବ ।

ଆହୁରି ପଢନ୍ତୁ : ପୂର୍ବ ଶତ୍ରୁତାକୁ ନେଇ ଏସିଡ ମାଡ, ୪ ଗୁରୁତର

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.