ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ମହୁମାଛି ଆକ୍ରମଣରେ ଜେଜେ ମୃତ ,ନାତି ଗୁରୁତର

ଲମତାପୁଟ,  ୨୫/୦୬ : ନାତି କୁ ବଞ୍ଚାଇବାକୁ ଯାଇ ଜେଜେର ଜୀବନ ଗଲା  l ଏଭଳି କିଛି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାରେଙ୍ଗବାଡି ଗ୍ରାମରେ । ମୃତକ ଜଣକ ହେଲେ ଜେଜେ ସକୁ ପ୍ରଧାନୀ ।

 ସବୁଦିନ ଭଳି ସୋମବାର ମଧ୍ୟ ଜେଜେ ସକୁ ପ୍ରଧାନୀ ଓ ନାତି ତିନୁ ପ୍ରାଧନୀ ମିଶି ନିଜର କିଛି ଛେଳି ଚରେଇବା ପାଇଁ ଗାଁ ନିକଟ ଜଙ୍ଗଲ କୁ ଯାଇଥିଲେ।ଏହି ସମୟ ମଧ୍ୟରେ କିଛି ସମୟ ଥକା ମେଣ୍ଟାଇବା ପାଇଁ ଜଙ୍ଗଲ ଭିତରେ ଥିବା ଏକ ପଥର ଉପରେ ବସି ଥିଲେ । ଏହି ସମୟରେ ହଠାତ ପାଖରେ ଥିବା ଗଛରୁ ବହୁତ ମହୁମାଛି ଉଡ଼ି ଆସି ଉଭୟ ଙ୍କୁ ଆକ୍ରମଣ କରିଥିଲେ। ମାଛି ଗୁଡ଼ିକ ଆକ୍ରମଣ କରୁଥିବା ଦେଖି ଜେଜେ ନାତିକୁ ବଞ୍ଚାଇବାକୁ  ଯାଇ ନିଜେ ପିନ୍ଧି ଥିବା ସାର୍ଟ କାଢି ନାତିକୁ ପିନ୍ଧେଇ ଦେଇ ଥିଲେ। ନାତି ତିନୁ କୌଶଳ କ୍ରମେ ସେଠୁ ଖସି ଆସିଥିବା ବେଳେ ଜେଜେ କିନ୍ତୁ ସେଠି ରହି ଯାଇଥିଲେ । ପରେ ବହୁତ୍ କଷ୍ଟ ରେ ଘରେ ପହଞ୍ଚି ଆଖି ବୁଜି ଦେଇଥିଲେ। ପରେ ପରିବାର ଲୋକେ ତିନୁକୁ ମେଡ଼ିକାଲକୁ ଆଣି ଚିକିତ୍ସା କରିଥିଲେ।  ଏବେ ମଧ୍ୟ ନାତି ତିନୁର ଦେହ ମୁଁହ ପୁରା ଫୁଲି ଯାଇଛି ଓ ଚିକିତ୍ସା ଜାରି ରହିଛି।  ମୃତକ ଜେଜେ ସୁକୁଙ୍କ ଅନ୍ତିମ ସଂସ୍କାର କରା ଯାଇଛି । ହଠାତ ଏଭଳି ଦୁଃଖଦ ଘଟଣା ଘଟି ଥିବାରୁ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.