ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଝିଙ୍କ ଶୀକାର ଓ ମାଂସ ବିକ୍ରୀ ଅଭିଯୋଗରେ ଜଣେ ଗିରଫ, ୯କେଜି୮୦୦ଗ୍ରାମ ମାଂସ ଜବତ

ମାଲକାନଗିରି,୩୧/୩ :   ଝିଙ୍କ ପକ୍ଷୀ ଶୀକାର ଓ ମାଂସ ବିକ୍ରୀ ଅଭିଯୋଗରେ ମାଲକାନଗିରି ବନ ବିଭାଗ ଜଣେ   ବ୍ୟକ୍ତି କୁ ଗିରଫ କରିଛି। ତାଙ୍କ ଠାରୁ ୯କେଜି୭୦୦ଗ୍ରାମ ମାଂସ ଜବତ କରିଛି। ମାଲକାନଗିରି ବନ ବିଭାଗ ସହକାରି ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ ଏ ନେଇ ସୂଚନା ଦେଇଛନ୍ତି ।

ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳ ଅନ୍ତର୍ଗତ ପତ୍ରପୁଟ ଗ୍ରାମ ରେ କିଛିଲୋକ ଝିଙ୍କ ପକ୍ଷୀ ଶିକାର କରି ମାଂସ କାଟି ଭାଗ ବଣ୍ଟା କରୁଥିବାର ବନବିଭାଗ ନିକଟରେ ଖବର ପହଂଚିଥିଲା।  ଏହି ଖବର ପାଇ ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଙ୍କ ନେତୃତ୍ୱ ରେ ବନପାଳ ପବିତ୍ର କୁମାର ଦାଶ,ଜଗବନ୍ଧୁ ପାତ୍ର, ବନରକ୍ଷୀ ଦିଲୀପ କୁମାର ଡାକୁଆ, ଦିପ୍ତୀରଞ୍ଜନ ନାୟକ,ଖଗେଶ୍ୱର ପଟନାୟକ,ପାରା ଷ୍ଟାଫ ସଦାଶିବ ସଗରିଆ, ଦେବେନ୍ଦ୍ର ଦଳେଇ, ନିରଞ୍ଜନ ପାଙ୍ଗି, ପଦମନ ନାୟକ,ଏହି ୯ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସେହି ଗାଁ ଉପରେ ଚଡାଉ କରିଥିଲେ।

ବନ କର୍ମଚାରୀ ଙ୍କୁ ଦେଖି ସେଠରେ ଜମି ଥିବା ଲୋକମାନେ ଦୌଡ଼ି ପଳା ଇଥିଲେ। ବନ ବିଭାଗ କର୍ମଚାରୀ ଗୋଡ଼ାଇ ଜଣଙ୍କୁ ଧରିଥିଲେ। ତାଙ୍କ ନିକଟରୁ କଟୁରୀ, ଟାଙ୍ଗିଆ,୫୬ଟି ଝିଙ୍କ ପକ୍ଷୀ କାଠି,୯କେଜି ୭୦୦ଗ୍ରାମ ଝୀଙ୍କ ପକ୍ଷୀ କଟା ମାଂସ ଜବତ କରି ଗିରଫ କରିଥିଲେ।ଜଙ୍ଗଲର ଝିଙ୍କ ପକ୍ଷୀ ବେଆଇନ ଶିକାର ଓ ମାଂସ ବିକ୍ରୀ ଅଭିଯୋଗ ରେ ପତ୍ରପୁଟ ଗ୍ରାମର ମାଧବ ଚାଲାଣ (୬୪)ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ରେଞ୍ଜର ବାସୁଦେବ ନାୟକ  ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.