ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ହୋଲି ଖେଳରେ ଗଣ୍ଡଗୋଳ : ଖଣ୍ଡା ଚୋଟରେ ଯୁବକ ଗୁରୁତର

ଦିଗପହଣ୍ଡି,୨୬।୩  ଦିଗପହଣ୍ଡି ଥାନା ଲଙ୍ଗଲଦେଇ ଗ୍ରାମରେ   ଅଶାନ୍ତ । ହୋଲି ଖେଳକୁ ନେଇ ଗଣ୍ଡଗୋଳ ଘଟିବା ପରେ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଜଣେ ଗୁରୁତର ହୋଇଛି। ଗୁରୁତର ଜଣକ ହେଲେ ହିନ ଦାସ ଓରଫ ମଙ୍ଗଳୁ । ଗୁରୁତର ହିନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ  ହୋଲି ଖେଳକୁ ନେଇ ଲଙ୍ଗଲଦେଇ ଗ୍ରାମରେ   ଗଣ୍ଡଗୋଳ ଘଟିଥିଲା। ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଖଣ୍ଡାରେ ହୀନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ହୀନ ଗୁରୁତର ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ହୀନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ଘଟଣାସ୍ଥଳରୁ ଖଣ୍ଡା ଜବତ କରିଛି। ଗାଁରେ ଅଶାନ୍ତ ସୃଷ୍ଟି କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହୋଇଛି। କିଛିଦିନ ତଳେ ଏହି ଥାନା ଅନ୍ତର୍ଗତ ଚାଞ୍ଚଡାପଡ଼ିଆ ଗ୍ରାମରେ ଜଣେ ଅଭିଯୁକ୍ତ ମାଉଜର ଦେଖାଇ ଆତଙ୍କ କରିବା ସହ ଗାଡ଼ି ପୋଡ଼ି ଦେଇଥିଲେ।

ଆହୁରି ପଢନ୍ତୁ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.