ପଦ୍ମପୁର, ୧୦/୭: ବରଗଡ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଅଞ୍ଚଳରେ ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୁତ୍ତ । ତେବେ ମୃତ ଯୁବକ ଜଣକ ହେଉଛନ୍ତି ମାଣ୍ଡୋସିଲ ଗାଁର ପିଙ୍କୁ ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଗାଁର ପିଙ୍କୁ ସାହୁଙ୍କୁ ବିଳମ୍ବିତ ରାତ୍ରିରେ କିଛି ଯୁବକ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହାଣିଥିଲେ । ଏନେଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାମନ୍ସକୁ ଖବର ଦେଇଥିଲେ । ଏହାପରେ ଆମ୍ବୁଲାମନ୍ସ ଯୋଗେ ତାଙ୍କୁ ନୂଆପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।