ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ସୁକିନ୍ଦା ସାପ୍ତାହିକ ହାଟରୁ ୫୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ଘଟଣା : ଜଣେ ଗିରଫ

ସୁକିନ୍ଦା, ୮/୧୧, ସୁକିନ୍ଦା ହାଟରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କ ଠାରୁ ୫୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟ ଘଟଣାରେ ପୋଲିସ ସଞ୍ଜୟ ଶବର (୧୯)ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ  କରିଛି।  ଗିରଫ ବ୍ୟକ୍ତି ଜଣକ ହେଲେ ସଞ୍ଜୟ ଶବର । ତାର ପ୍ରକୃତ ଘର ସୋସୋ ଥାନା ଅନ୍ତର୍ଗତ ହଦଗଡ଼ ଅଞ୍ଚଳରେ।  ଗତ କିଛି ଦିନ ହେବ ସେ ସୁକିନ୍ଦା ରଙ୍ଗିଟାଙ୍ଗର ଅଞ୍ଚଳରେ ରହୁଥିବା ପୋଲିସ ଜାଣିବାକୁ ପାଇଛି। 

ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରୀ ଗ୍ରାମ ଭାସ୍କର ସାହୁଙ୍କ ପୁଅ ଶ୍ରୀବତ୍ସ କୁମାର ସାହୁ ପ୍ରତି ରବିବାର ଦିନ ସୁକିନ୍ଦା ସାପ୍ତାହିକ ହାଟରେ ତେଜେରାତି ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ଗତ ରବିବାର ଦିନ ଶ୍ରୀବତ୍ସ ହାଟ ବ୍ୟବସାୟ ସାରି ସନ୍ଧ୍ୟାରେ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ ଦୁଇ ଜଣ ଅଚିହ୍ନା ଯୁବକ ଶ୍ରୀବତ୍ସ ଠାରୁ ଟଙ୍କା ଥିବା ବ୍ୟାଗ ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ।ଶ୍ରୀବତ୍ସ ତୁରନ୍ତ ସୁକିନ୍ଦା ଥାନାରେ ପହଞ୍ଚି ପୋଲିସକୁ ସୂଚନା ଦେବାପରେ ପୋଲିସ ୨୬୭/୨୦୨୩ରେ ଏକ ମାମଲା ରୁଜୁ କରି ଜାରୀ ରଖିଥିଲା।ଏହି ଲୁଟ୍ ଘଟଣାରେ ପୋଲିସ ବୁଧବାର ସଞ୍ଜୟ ଶବର ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Copyright © 2022 - Summa Real Media Private Limited. All Rights Reserved.