ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଘରର ମାଟି କାନ୍ଥ ପଡ଼ି ଜଣେ ମୃତ, ୨ଗୁରୁତର

ଜଳେଶ୍ୱର, ୨୫।୩: ଘରର ମାଟି କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଶେଖ ଆରିଫ । ଗୁରୁତରମାନଙ୍କୁ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ ରବିବାର ସକାଳେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଶ୍ଚିମବାଡ଼ ଗ୍ରାମର ଶମୀରୁଦ୍ଦିନ ତାଙ୍କ ସ୍ତ୍ରୀ ଆଶୁନା ବିବି ଓ ତାଙ୍କର ପୁଅ ଆରିଫ ନିଜ ଘର କାମ ପାଇଁ ତାଙ୍କ ସମ୍ପର୍କୀୟ ପୁତୁରା ଆଇରୁଦ୍ଦିନଙ୍କ ମାଟି ଘର ପାଖରେ ଚିପ୍ସ ଗୋଟାଉଥିଲେ । ଠିକ୍ ଏତିକି ବେଳେ ହଠାତ୍ ମାଟି ଘରର କାନ୍ଥ  ଓଲଟି ପଡ଼ିଥିଲା । ଫଳରେ କାନ୍ଥ ତଳେ ସମସ୍ତେ ଚାପି ହୋଇଯାଇଥିଲେ । 

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ନେଇ ଯାଇଥିଲେ । ଡାକ୍ତର ସେଠାରେ ଶେଖ୍ ଆରିଫକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଦୁହେଁ ଥିବା ସ୍ୱାମୀ ସ୍ତ୍ରୀଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି । ଆରିଫର ମୃତ୍ୟୁ ଖବର ଶୁଣି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.