ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ରାଜମିସ୍ତ୍ରୀଙ୍କୁ ନିର୍ମମ ହତ୍ୟା, ୨ ଅଟକ

ଧରାକୋଟ,୫।୨୩ ବଡଗଡ ଥାନା ଅନ୍ତର୍ଗତ ମାଣିକପୁର ନିକଟସ୍ଥ ମହୁଲି ଗ୍ରାମ ଉପକଣ୍ଠରେ ଜଣେ ରାଜ ମିସ୍ତ୍ରୀଙ୍କୁ ନିର୍ମମ ଭାବେ ସୋମବାର ରାତିରେ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ବ୍ରହ୍ମପୁର ଆଙ୍କୁଲି ର ମନୋଜ ବେହେରା । ଏ ସଂକ୍ରାନ୍ତ ରେ ବଡଗଡ ପୋଲିସ ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରୁଛି ।

 ମଙ୍ଗଳବାର ସକାଳ ମହୁଲି ଗ୍ରାମ ନିକଟ ହର ଭାଙ୍ଗି କେନାଲ ବ୍ରିଜ ତଳେ ଗୋଟିଏ ଅଜଣା ଶବକୁ ଲୋକ ମାନେ ଦେଖିଥିଲେ।  ଏନେଇ ତୁରନ୍ତ ବଡଗଡ ଥାନାକୁ ଖବର ଦେଇଥିଲେ । ଖବର ପାଇ ବଡଗଡ ଥାନା ଅଧିକାରୀ ସନ୍ଧ୍ୟା ରାଣୀ ସିଂ,ଶେରଗଡ଼ ଥାନା ଅଧିକାରୀ ବିରେନ୍ଦ୍ର ଶିଆଳ,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ ରକ୍ତ ଭିଜା କାତି,ପଥର ଓ ଇଟା କୁ ପୋଲିସ ଜବତ କରିଛି । ଏ ସଂକ୍ରାନ୍ତରେ  ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରି ଫେରିଛି । ମୃତକ ଙ୍କ ବଡ଼ଭାଇ ମୁନା ବେହେରା ଏ ସମ୍ପର୍କରେ ବଡଗଡ ଥାନାରେ ଏତଲା ଦେଇଛନ୍ତି । 

ପ୍ରକାଶ ଥାଉକି ଗତ ଛଅ ମାସ ହେଲା ବ୍ରହ୍ମପୁର ଓ ଚିକିଟି ଅଞ୍ଚଳର ପ୍ରାୟ ସାତ ଜଣ ରାଜ ମିସ୍ତ୍ରୀ ମାଣିକପୁର ଛକ ନିକଟସ୍ଥ ଭଡ଼ା ଘରେ ରହି ଅଞ୍ଚଳର ବିଭିନ୍ନ ସ୍ଥାନରେ  କାମ କରୁଥିଲେ । ଏ ମାନଙ୍କ ମଧ୍ୟରେ ବେଳେ ବେଳେ କୌଣସି କାରଣ କୁ ନେଇ ବଚସା ହେଉ ଥିଲା । ତିକ୍ତତା ଯୋଗୁଁ ଏମାନେ ଦୁଇ ଭାଗରେ ବିଭକ୍ତ ହୋଇ ସେହି ଘରେ ରହି ଆସୁଥିଲେ । ହେଲେ ସୋମ ବାର ମୃତକ ମନୋଜ ରୁଗୁମୁ ଗ୍ରାମରେ କାମକରି ସନ୍ଧ୍ୟାରେ ମାଣିକ ପୁର ଫେରିଥିଲେ । ନିକଟସ୍ଥ ଗ୍ରାମକୁ ଭୋଜି ଖାଇବା ପାଇଁ ସମସ୍ତେ ମିଳିମିଶି ଯାଇଥିଲେ । କିନ୍ତୁ କିଛି ଗ୍ରାମବାସୀଙ୍କ କହିବା ହେଲା ମନୋଜ ଘରକୁ ଫେରି ନଥିଲେ । ପୂର୍ବ ଶତ୍ରୁତା କୁ ନେଇ ମନୋଜ ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମନୋଜ ଙ୍କ ସହ ରହୁଥିବା ଅନ୍ୟ ସହ ଯୋଗୀ ମାନେ ଫେରାର ଥିବା ବେଳେ ଦୁଇ ଜଣ ସହ ଯୋଗୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ଫେରାର ମାନଙ୍କୁ ପୋଲିସ ଖୋଜୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.