ବରଗଡ଼, ୨୧।୧୧ : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁ ଟିକ୍ରା ରେ ଘଟିଛି ଅଭାବନୀୟ ଘଟଣା।ଚୋର ସନ୍ଦେହରେ ଲୋକଙ୍କ ମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ବିଜୟ ବାଗ ନାମକ ଯୁବକର ମୃତ୍ୟୁ ଘଟିଥିବା ବେଳେ ବିଜୁ ଜାଲ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୁରଜ କର୍ମୀ ଏବେ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ମଙ୍ଗଳବାର ସନ୍ଧ୍ୟା ସମୟରେ ସାହୁଟିକ୍ରାରେ ଏକ ନିଛାଟିଆ ସ୍ଥାନରେ ଲୁଟ ପାଇଁ ଉଦ୍ୟମ କରୁଥିବା ୪ ଜଣ ଲୁଟେରା ଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ । ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଧରାପଡିଥିବା ୩ ଯୁବକଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ ।ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ୨ ଜଣଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅନ୍ୟ ଜଣଙ୍କର ମୃତ ଶରୀରକୁ ଜବତ କରି ଶବଗୃହକୁ ପଠାଇ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି ।ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ହତ୍ୟା ଘଟଣାରେ ସଂପୃକ୍ତ କୌଣସି ବ୍ୟକ୍ତିକୁ ପୋଲିସ ଗିରଫ କରିନାହିଁ ।