ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଞ୍ଜି ବଜାରରେ ସମାନ ଦିନ ସେଟଲ୍‌ମେଣ୍ଟ ସୁବିଧା, ଲାଭବାନ ହେବେ ନିବେଶକ, ବଜାର

ନୂଆଦିଲ୍ଲୀ,୨୯/୦୩: ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ଗୁରୁବାରଠାରୁ  ଇଚ୍ଛାଧିନ ଭିତ୍ତିରେ ଟି ପ୍ଲସ ଜିରୋ ବା ସମାନ ଦିନ ସେଟଲମେଣ୍ଟ ସୁବିଧା ଆରମ୍ଭ କରିଛି । ଏହା ପୂର୍ବରୁ  ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାସ୍‌ନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ୨୫ ଷ୍ଟକ୍‌ର ଏକ  ତାଲିକା ଜାରି କରିଥିଲା । ଗୁରୁବାରଠାରୁ ସମାନ ଦିନ ସେଟଲମେଣ୍ଟ ଲାଗୁ କରାଯାଇଛି । ସରଳ ଭାବେ  କହିବାକୁ ଗଲେ ପୂର୍ବରୁ କୌଣସି ଦିନ ସେୟାର  ବିକ୍ରି କଲେ ଗୋଟିଏ ଦିନ ପରେ ଆକାଉଣ୍ଟକୁ ଅର୍ଥ  ଆସୁଥିଲା । ଏଣିକି ସମାନ ଦିଗରେ ଆକାଉଣ୍ଟକୁ ଅର୍ଥ କ୍ରେଡିଟ ହୋଇଯିବ । 

୨୫ ସେୟାରରୁ ଉଭୟ ସେନସେକ୍ସ ଓ ନିଫ୍ଟି  ଏହି ସୁବିଧା ଆରମ୍ଭ କରିଛି । ଏଭଳି ସୁବିଧା ଆରମ୍ଭ  କରିବା ନେଇ ୩ ମାସ ଆଗରୁ ସେବି ଏକ ପରାମର୍ଶ  ପତ୍ର ଜାରି କରିଥିଲା । ୧୨ ଜାନୁଆରୀ ମଧ୍ୟରେ ପ୍ରସ୍ତାବ  ରଖିବାକୁ ଅଂଶୀଦାରଙ୍କୁ କୁହାଯାଇଥିଲା । ୬ ଦିନ  ଆଗରୁ ୬ ଷ୍ଟେପ୍‌ ଗାଇଡ୍‌ଲାଇନ ଜାରି ହୋଇଛି ।  ସବୁ ନିବେଶକ ନୂଆ ସୁବିଧା ପାଇଁ ଯୋଗ୍ୟ ବିବେଚିତ  ହେବେ ବୋଲି ସେବି କହିଛି । 

୨ଟି ପର୍ଯ୍ୟାୟରେ ଏହି ସୁବିଧା ଆଣିବାକୁ ପ୍ରସ୍ତାବ  ଦେଇଥିଲା ସେବି । କୌଣସି ଦିନ ଯଦି ୧.୩୦  ପୂର୍ବରୁ ସେୟାର ବିକ୍ରି କରୁଛନ୍ତି ତେବେ ସମାନ  ଦିନ ୪.୩୦ ସୁଦ୍ଧା ଆକାଉଣ୍ଟଙ୍କୁ ଟଙ୍କା ଆସିଯିବ ।  ସେହିଭଳି ୩.୩୦ ଭିତରେ ହେଉଥିବା ନେଣଦେଣ  କ୍ଷେତ୍ରରେ ସେଟଲମେଣ୍ଟ ତୁରନ୍ତ ହେବ । ଏହା  ଆରମ୍ଭ ହେବା ପରେ ପ୍ରଥମ ପର୍ଯ୍ୟାୟ ଆପେ ଆପେ  ବନ୍ଦ ହୋଇଯିବ । 

ନୂଆ ସୁବିଧା ଦ୍ୱାରା ନିବେଶକ  ଲାଭବାନ ହେବେ । ସମାନ ଦିଗରେ ଆକାଉଣ୍ଟକୁ  ଅର୍ଥ ସେଟଲମେଣ୍ଟ ହେବ । ଗୋଟିଏ ଦିନ ଅପେକ୍ଷା  କରିବାକୁ ପଡ଼ିବନି । ଫଳରେ ଅର୍ଥକୁ ଅନ୍ୟ କୌଣସି  କାମରେ ନିବେଶକ ବ୍ୟବହାର କରିପାରିବେ ।  ସେୟାର କ୍ରୟ କ୍ଷେତ୍ରରେ ସେହିଦିନ ସେୟାର ଡିମାଟ  ଆକାଉଣ୍ଟରେ କ୍ରେଡିଟ ହେବ । ସମାନ ଦିନରେ ମଧ୍ୟ  ସେୟାର ପ୍ଲେଜ କରିପାରିବେ । ଏବେ ସେୟାର ଡିମାଟ  ଆକାଉଣ୍ଟକୁ ଆସିବା ଲାଗି ଗୋଟିଏ ଦିନ ଅପେକ୍ଷା  କରିବାକୁ ପଡୁଛି । 

ଏହା ଦ୍ୱାରା ବଜାରରେ ଲିକ୍ୱିଡିଟି ବୃଦ୍ଧି ହେବ  ବୋଲି ଆଶା କରାଯାଉଛି । ବିନା କୌଣସି ଅପେକ୍ଷାରେ  ନିବେଶକ ସେୟାର କ୍ରୟ କରିପାରିବେ । ୨୦୨୪ ମାର୍ଚ୍ଚ  ସୁଦ୍ଧା ସେଟଲମେଣ୍ଟ ସମୟ ୧ ଘଣ୍ଟା ହ୍ରାସ କରିବା  ଏବଂ ୨୦୨୪ ସୁଦ୍ଧା ତ୍ୱରିତ ସେଟଲମେଣ୍ଟ ଶୁଭାରମ୍ଭ  କରିବାକୁ ପ୍ରସ୍ତୁତି ହେଉଥିବା ସେବି ମୁଖ୍ୟ ମାଧୁରୀ  ପୁରୀ ବୁଚ୍‌ କହିଥିଲେ ।  

ଦେଶ ମଧ୍ୟରେ ୨୦୦୨ ପୂର୍ବରୁ ଟି ପ୍ଲସ ୫  ସେଟଲମେଣ୍ଟ ସୁବିଧା ଥିଲା । ୨୦୦୨ରେ ଟି ପ୍ଲସ  ୩ ଏବଂ ୨୦୦୩ରେ ଟି ପ୍ଲସ ୨ ସିଷ୍ଟମ ଆସିଲା ।  ୨୦୨୧ ଯାଏ ଏହି ସିଷ୍ଟମ ଲାଗୁ ହେଉଥିଲା । ଏହା  ପରେ ୨୦୨୩ ଜାନୁଆରୀରେ ଟି ପ୍ଲସ ୧ ବ୍ୟବସ୍ଥା  କାର୍ଯ୍ୟକାରୀ ହେଲା । ଏହା ଦ୍ୱାରା ଫଣ୍ଡ ଏବଂ  ସେୟାରର ସେଟଲମେଣ୍ଟ ୨୪ ଘଣ୍ଟାରେ ହେଉଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.