ପ୍ରମୁଖ ଖବର
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ଓୟୁଏଟିର ଅତ୍ୟାଧୁନିକ ଅଡିଟୋରିୟମ୍‌: କଣ୍ଟ ପୂରିଲା, କାମ ସରିଲାନି

ଭୁବନେଶ୍ୱର,୨୯/୦୩: ଆଶା ଥିଲା ଚଳିତ ବର୍ଷ ସମାବର୍ତ୍ତନ ଉତ୍ସବ ନୂଆ ପ୍ରେକ୍ଷାଳୟରେ ହେବ । ଶୀତତାପ ନିୟନ୍ତ୍ରଣ ଏହି ପ୍ରେକ୍ଷାଳୟରେ ଆଉ ଗରମ ଅନୁଭୂତ ହେବ ନାହିଁ । ହେଲେ କାମ ଧାର୍ଯ୍ୟ ସମୟରେ ନ ସରିବାରୁ ଏହା ଉଦ୍‌ଘାଟନ ହୋଇପାରିଲା ନାହିଁ । ଏବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ତେଣୁ କୌଣସି ପ୍ରକାରରେ ଏହି ପ୍ରେକ୍ଷାଳୟ ଉଦ୍‌ଘାଟନ ହେବାର ସମ୍ଭାବନା ନାହିଁ । ଫଳରେ ଚଳିତ ବର୍ଷ ଏପ୍ରିଲ ମାସରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବ ଏହି ନୂଆ ଅଡିଟୋରିୟମ୍‌ରେ ହୋଇପାରିବ ନାହିଁ ଯାହାକୁ ନେଇ ଶିକ୍ଷାର୍ଥୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ୟେ ହେଉଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଛାତ୍ରଛାତ୍ରୀଙ୍କ ଅଭିଯୋଗ । 

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଓୟୁଏଟିରେ ୧୦୦୦ ସିଟ୍‌ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିୟମ୍‌ ନିର୍ମାଣ ଚାଲିଛି । ଏହି ଅଡିଟୋରିୟମ୍‌ ଓୟୁଏଟିର ସର୍ବବୃହତ ଅଡିଟୋରିୟମ୍‌ । ଏହାର ନିର୍ମାଣ କାର୍ଯ୍ୟ ଡିସେମ୍ବର ମାସରେ ସାରିବାକୁ ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ଏହି ଅଡିଟୋରିୟମ୍‌ର କାର୍ଯ୍ୟ ପ୍ରାୟ ସରିଗଲାଣି । ସମ୍ମୁଖରେ ଏକ ସୁନ୍ଦର ଫାଟକ ନିର୍ମାଣ ହୋଇଛି । ପ୍ରାୟ ୬୦ କୋଟି ଟଙ୍କାରେ ଏହି ଅଡିଟୋରିୟମ୍‌ ନିର୍ମାଣ ହେଉଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ କର୍ମଶାଳା, ଆଲୋଚନାଚକ୍ର,  ସମାବର୍ତ୍ତନ, ପ୍ରତିଷ୍ଠା ଦିବସ ପାଳନ ପାଇଁ ଉକୃଷ୍ଟ ବ୍ୟବସ୍ଥା ହୋଇଛି । ଏଥିସହ କୃଷକ ଓ ଶିକ୍ଷାର୍ଥୀଙ୍କ ପାଇଁ ହଷ୍ଟେଲ୍‌ ନିର୍ମାଣ ହେଉଛି । ଅଡିଟୋରିୟମ୍‌ର କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ହଷ୍ଟେଲ୍‌ ନିର୍ମାଣ କାର୍ଯ୍ୟ ଚାଲିଛି ।

ଛାତ୍ର ଅମୂଲ୍ୟ କୁମାର ପ୍ରଧାନଙ୍କ କହିବା କଥା, ଏବେ ସେଠାରେ ଚଳିତବର୍ଷର ସମାବର୍ତ୍ତନ ଉତ୍ସବ ହୋଇପାରିବ ନାହିଁ । ଅନ୍ୟ ପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି, ଏହାର ନିର୍ମାଣ କାର୍ଯ୍ୟ ପୂର୍ତ୍ତ ବିଭାଗ କରୁଛି । କାମ ଶେଷ ହେଲାଣି । ମାତ୍ର ଆମକୁ ଏହି ଅଡିଟୋରିୟମ୍‌କୁ ହସ୍ତାନ୍ତର କରାଯାଇ ନାହିଁ । ତେଣୁ ଏହା ଉପରେ ଆମେ କିଛି କହି ପାରିବୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.