ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନର ଆଭିମୁଖ୍ୟରେ କ୍ଷୁବ୍ଧ ପିଓକେ; ସବ୍‌ସିଡି ପ୍ୟାକେଜ ଦେବା ପରେ ବି ଥମୁନି ହିଂସା; ୪ ଦିନରେ ୩ ମୃତ ଶତାଧୀକ ଆହତ

Image source:

ନୂଆଦିଲ୍ଲୀ,୧୪/୦୫: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ବର୍ଦ୍ଧିତ ମୁଦ୍ରାସ୍ଫିତୀ ଯୋଗୁ ଲୋକଙ୍କ ଅସନ୍ତୋଷ ବଢ଼ିଚାଲିଛି। ସେଠାକାର ଲୋକଙ୍କ ପ୍ରଦର୍ଶନ ପାକ୍‌ ସରକାରଙ୍କ ଅଣ୍ଟା ଭାଙ୍ଗିବାକୁ ବସିଲାଣି। ତୁରନ୍ତ ପ୍ରଭାବ ସହିତ ପିଓକେ ପାଇଁ ଶେହବାଜ ସରିଫ ସରକାର ୨୩ ବିଲିୟନ ଅର୍ଥ ବଜେଟ୍ ଅନୁମୋଦନ କରିଛନ୍ତି। ବିଦ୍ୟୁତ୍ ହାର ଏବଂ ରୁଟି ଦର ହ୍ରାସ କରିବାକୁ ମଧ୍ୟ ସ୍ଥାନୀୟ ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପିଓକେ ରେ ପରିସ୍ଥିତି ଅଶାନ୍ତ ରହିଛି। ଶୁକ୍ରବାର ଠାରୁ ଏହି ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୋମବାର କ୍ରମାଗତ ଚତୁର୍ଥ ଦିନ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଛି। ଏଥିରେ ଦୁଇଜଣ ବିକ୍ଷୋଭକାରୀ ଏବଂ ଜଣେ ଏସଆଇ ରହିଥିବା ବେଳେ ରବିବାର ଏହି ସଂଘର୍ଷରେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନାଥାଉକି, ଗତ ଚାରି ଦିନ ଧରି ପିଓକେରେ ସାମାଜିକ କର୍ମୀ, ବ୍ୟବସାୟୀ ଏବଂ ଆଇନଜୀବୀମାନଙ୍କ ଦ୍ବାରା ଗଠିତ ମିଳିତ ଆୱାମୀ ଆକ୍ସନ୍ କମିଟି ରାଜଧାନୀ ମୁଜାଫରବାଦକୁ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ଟିକସ ବୃଦ୍ଧି ବିରୋଧରେ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଛି। ସୋମବାର ଦିନ ମଧ୍ୟ ଲକ୍ଷ ଲକ୍ଷ ବିକ୍ଷୋଭକାରୀ ମୁଜାଫରବାଦ ଅଭିମୁଖେ ଯାତ୍ରା ଜାରି ରଖିଥିଲେ। ଏହି ପଦଯାତ୍ରାକୁ ରୋକିବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା, ଯାହାଦ୍ୱାରା ବିକ୍ଷୋଭକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ରବିବାର ଦିନ ଭିଡ଼ ଭିତରୁ କେହି ଜଣେ ପୋଲିସ ଏସଆଇ ଅଦନନ୍ କୁରେଶୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ସଂଘର୍ଷରେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ତିନିଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି।

କହିରଖୁଛୁ ଯେ, ଭୀମ୍ବର୍ ଠାରୁ ଆରମ୍ଭ ହୋଇଥିବା ବିକ୍ଷୋଭକାରୀଙ୍କ ରାଲି ସୋମବାର ଦିରକୋଟରୁ ମୁଜାଫରବାଦରେ ପ୍ରବେଶ କରିଥିଲା। ଏହି ବିକ୍ଷୋଭକାରୀମାନେ ମୁଜାଫରବାଦରେ ବିଧାନସଭାକୁ ଘେରିଥିଲେ। ଚତୁର୍ଥ ଦିନ ପାଇଁ ପିଓକେରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ବନ୍ଦ କରାଯାଇଥିଲା। ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହାବାଜ ସରିଫ ମଧ୍ୟ ପ୍ରଦର୍ଶନକାରୀଙ୍କୁ ଶାନ୍ତ କରିବା ପାଇଁ ଭିନ୍ନ ଆଭିମୁଖ୍ୟ ଦେଖାଇଛନ୍ତି। ଶେହବାଜ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୋମବାର ବିକ୍ଷୋଭକାରୀ ଏବଂ ସ୍ଥାନୀୟ ସରକାରଙ୍କ ସହ ଆଲୋଚନା ପରେ ସେ ତୁରନ୍ତ ପ୍ରଭାବ ସହିତ ପିଓକେ ପାଇଁ ୨୩ ବିଲିୟନ ଅର୍ଥ ବଜେଟ୍ ଅନୁମୋଦନ କରିଛନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.