ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ସ୍ବୀକାର କଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ; ସଂଖ୍ୟାଲଘୁଙ୍କୁ ହତ୍ୟା କରାଯାଉଛି, ଦେଶ ସେମାନଙ୍କ ପାଇଁ ନୁହେଁ ସୁରକ୍ଷିତ

ଇସ୍ଲାମାବାଦ: ପାକିସ୍ତାନରେ ଦୀର୍ଘ ବର୍ଷ ଧରି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହୋଇଆସିଛି । ଏନେଇ ବିଭିନ୍ନ ସମୟରେ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ଖୋଦ ପାକିସ୍ତାନର ମନ୍ତ୍ରୀ ଏକଥା ସ୍ବୀକାର କରିଛନ୍ତି । ପାକିସ୍ତାନରେ ସଂଖ୍ୟାଲୁଘୁଙ୍କୁ ଭଲ ବ୍ୟବହାର କରାଯାଏ ନାହିଁ । ସେମାନଙ୍କର ହତ୍ୟା କରାଯାଉଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ ସ୍ବୀକାର କରିଛନ୍ତି ଯେ, ଦେଶରେ ସଂଖ୍ୟାଲଘୁ ସମାଜର ଲୋକେ ସୁରକ୍ଷିତ ନାହାନ୍ତି । ଧର୍ମ ନାଁରେ ପାକିସ୍ତାନରେ ସଂଖାଲଘୁଙ୍କୁ ଉତ୍ପୀଡ଼ନ କରାଯାଉଛି । ତେବେ ପଡ଼ୋଶୀ ଦେଶରୁ ଏବେ ହିନ୍ଦୁ ଏବଂ ଖ୍ରିଷ୍ଟିଆନ ସମୁଦାୟ ଭିଡ଼ ହିଂସାର ସମ୍ମୁଖୀନ ହେଉଥିବା ନେଇ ଲଗାତାର ଖବର ଆସୁଛି । 

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ନ୍ୟାସନାଲ ଆସେମ୍ବଲିାରେ ସମ୍ବୋଧନ ଅବସରରେ ସ୍ବୀକାର କରିଛନ୍ତି ଯେ ପାକିସ୍ତାନରେ ଧର୍ମ ନାଁରେ ସଂଖ୍ୟାଲଘୁଙ୍କ ଉତ୍ପୀଡ଼ନ କରାଯାଉଛି । ଏହା ଚିନ୍ତାର ବିଷୟ । କିନ୍ତୁ ନିଜ ଭାଷଣରେ ମନ୍ତ୍ରୀ ହିନ୍ଦୁ ଧର୍ମ ସଂପର୍କରେ ଉଲ୍ଲେଖ କରିନାହାନ୍ତି । 

 ଖ୍ବାଜା ଆସିଫ୍‌ କହିଛନ୍ତି ଯେ, ‘ପ୍ରତିଦିନ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ହତ୍ୟା କରାଯାଉଛି । ଇସ୍ଲାମ ଛାୟାରେ ବି ସେମାନେ ସୁରକ୍ଷିତ ନୁହଁନ୍ତି । ମୁଁ ସେମାନଙ୍କ ଚିନ୍ତା ଦୂର କରିବାକୁ ଚାହୁଁଛି । କିନ୍ତୁ ବିରୋଧୀ ଏଥିରେ ବାଧକ ସାଜିପାରନ୍ତି । ଏଭଳି ଘଟଣାକୁ ନେଇ ବିଶ୍ବରେ ପାକିସ୍ତାନର ବଦନାମୀ ହେଉଛି । ସମ୍ବିଧାନରେ ସଂରକ୍ଷଣ ଦିଆଯାଇଥିଲେ ବି ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ନ୍ୟାସନାଲ ଆସେମ୍ବଲିରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଏକ ପ୍ରସ୍ତାବ ପାରିତ ହେବା ଜରୁରି । ଏଭଳି ଅନେକ ଲୋକ ଅତ୍ୟାଚାରର ଶିକାର ହୋଇଛନ୍ତି । ବ୍ୟକ୍ତିଗତ ମନୋରଞ୍ଜନ ପାଇଁ ସେମାନଙ୍କୁ ହତ୍ୟା କରାଯାଉଛି ।’ 

ଛୋଟ ଛୋଟ ଇସଲାମ ସମୁଦାୟଙ୍କୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା କହିଛନ୍ତି, ‘ଏପରିକି ଛୋଟ ମୁସଲିମ୍‌ ସମୁଦାୟଙ୍କୁ ବି ଅପମାନ ସହିବାକୁ ପଡ଼ୁଛି । ଆମେ ସେମାନଙ୍କ ସୁରକ୍ଷା ପାଇଁ ତତ୍ପର ।’ ତେବେ ପାକିସ୍ତାନର ମାନବାଧିକାର ଆୟୋଗର ରିପୋର୍ଟ ଅନୁସାରେ, ହିନ୍ଦୁ, ଶିଖ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କୁ ଜବରଦସ୍ତି ଧର୍ମାନ୍ତରୀକରଣ, ଅପହରଣ କରିବା ସହିତ ହତ୍ୟା ଏବଂ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି ।  

  • Pakistan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.