ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନର ଏତେ ସାହସ ନାହିଁ ଭାରତର ନିର୍ବାଚନରେ ହସ୍ତକ୍ଷେପ କରି ପାରିବ ; ରାହୁଲଙ୍କ ଉପରେ ଖୁବ୍ ବର୍ଷିଲେ ରାଜନାଥ ସିଂହ

ନୂଆଦିଲ୍ଲୀ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ସହ କଂଗ୍ରେସର ସମ୍ପର୍କ ଥିବା ଅଭିଯୋଗ କରି ଖୁବ୍‌ ବର୍ଷିଛନ୍ତି। ତାଙ୍କୁ ଯେବେ ପୂର୍ବତନ ପାକିସ୍ତାନୀ ମନ୍ତ୍ରୀଙ୍କ ବୟାନକୁ ନେଇ ପଚରା ଗଲା କି ପାକିସ୍ତାନ ଭାରତର ନିର୍ବାଚନକୁ ପ୍ରଭାବିତ କରୁଛି କି ? ଏହାର ଜବାବରେ ରାଜନାଥ ଶକ୍ତ ଅନ୍ଦାଜରେ କହିଲେ କି, ପାକିସ୍ତାନର ଏତେ ସାହସ ନାହିଁ କି, ସେ ଭାରତର ନିର୍ବାଚନରେ ହସ୍ତକ୍ଷେପ କରିବ। ଏହା ବ୍ୟତୀତ ସେ କଂଗ୍ରେସ ପାର୍ଟି ଉପରେ ନିଆଁ ସହ ଖେଳିବାର ଅଭିଯୋଗ ଲଗେଇଛନ୍ତି।  

ରାଜନାଥ ସିଂହ କହିଛନ୍ତି କି, ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସୈନ , ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିବା ବଡ଼ ଚିନ୍ତାର ବିଷୟ ଏବଂ କଂଗ୍ରେସକୁ ନିଜର ନେତାଙ୍କ ପ୍ରତି ଦେଶର ଅଶେଷ ଶ୍ରଦ୍ଧା ଉପରେ ସ୍ପଷ୍ଟୀକରଣ ଦେବା ଉଚିତ୍‌ , ଯାହା ସର୍ବଦା ଭାରତକୁ ଅସ୍ଥିର କରିବାକୁ ପ୍ରୟାସ କରିଥାଏ।

ରାଜନାଥ ସିଂହ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ପାକିସ୍ତାନ ସହ କଂଗ୍ରେସର ସମ୍ୱନ୍ଧ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି , ଏକ ଏମିତି ଦେଶରୁ ଏହି ଅସୀମ ପ୍ରେମ ପଛରେ କୌଣସି କାରଣ ନିଶ୍ଚୟ ଥିବ , ଯାହା ଭାରତକୁ ଅସ୍ଥିର କରିବାକୁ ପ୍ରୟସା କରୁଛି। ଏହା ବଡ଼ ଚିନ୍ତାର ବିଷୟ ଏବଂ ଭାରତ ଏହି ପ୍ରେମ ପଛର କାରଣ ଜାଣିବାକୁ ଚାହୁଁଛି। 

କହି ରଖୁଛୁ କି , ଚୌଧୁରୀ ୨୦୧୯ରେ ପୁଲୱାମା ଆତଙ୍କବାଦୀ ହମଲାରେ ପାକିସ୍ତାନର ହାତ ଥିବାର ଦାବି କରି ଚର୍ଚ୍ଚାକୁ ଆସି ଥିଲେ। ସେ ରାହୁଲ ଅନ୍‌ ଫାୟର କ୍ୟାପସନରେ ରାହୁଲ ଗାନ୍ଧୀଙ୍କର ଏକ ଭାଷଣର ଅଂଶ ୧ ମଇରେ ଏକ୍ସରେ ପୋଷ୍ଟ କରି ଥିଲେ, ଯାହାର ଭାରତୀୟ ଜନତା ପାର୍ଟି (ବିଜେପି)ର ନେତାମାନେ ଦୃଢ ସମାଲୋଚନା କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି , ଯଦି ଏକ ଏମିତି ଦେଶର ପୂର୍ବତନ ମନ୍ତ୍ରୀ ରାହୁଲଙ୍କର ତାରିଖ କରିଥାଏ, ଯାହା ଭାରତକୁ ଅସ୍ଥିର କରିବାର ପ୍ରୟାସ କରି ଚାଲିଛି , ଏହା ତ ଚିନ୍ତାର ବିଷୟ। କଂଗ୍ରେସକୁ ପାକିସ୍ତାନ ସହ ନିଜ ସଂପର୍କ ବିଷୟରେ ସ୍ପଷ୍ଟୀକରଣ ଦେବା ଉଚିତ୍‌। 

ରାଜନାଥ ସିଂହ କହିଛନ୍ତି ପଡୋଶୀ ଦେଶ ଭାରତୀୟ ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଏହା ପଚରାଯାଉଛି କି ପାକିସ୍ତାନ ଏଥିରେ ସଫଳ ହେଉଛି। ସେ କହିଛନ୍ତି ପାକିସ୍ତାନର ନିର୍ବାଚନକୁ ପ୍ରଭାବିତ କରିବାର ସାହସ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.