ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ତିନି ମାସରେ ପିଲାଙ୍କ ପ୍ରତି ବଢ଼ିଲା ଦରଦ; ପାକିସ୍ତାନରୁ ଭାରତ ଫେରିବେ କି ଅଞ୍ଜୁ?


ନୂଆଦିଲ୍ଲୀ,୧୮/୦୬: ଚଳିତ ବର୍ଷ ଜୁଲାଇରେ ନିଜ ଫେସବୁକ ପ୍ରେମିକଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କର ଏବେ ଭାରତ ମନେପଡ଼ୁଛି। ଇସଲାମ ଗ୍ରହଣ କରିବା ପରେ ଫାତିମା ହୋଇଥିବା ଅଞ୍ଜୁଙ୍କ ସ୍ୱାମୀ ନସରୁଲ୍ଲା ଦାବି କରିଛନ୍ତି ଯେ ଅଞ୍ଜୁ ତାଙ୍କର ଦୁଇ ସନ୍ତାନଙ୍କୁ ମନେପକାଉଛନ୍ତି ଏବଂ ତାଙ୍କର ମାନସିକ ସ୍ତିତି ଭଲ ରହୁନି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଅଞ୍ଜୁ ଆସନ୍ତା ମାସରେ ଅକ୍ଟୋବରରେ ଭାରତ ଫେରିବେ ବୋଲି ଆଶା କରାଯାଉଛି। ୩୪ ବର୍ଷୀୟ ଅଞ୍ଜୁ ଓରଫ ଫାତିମା ଜୁଲାଇରୁ ପାକିସ୍ତାନର ଖୈବର ପଖତୁନଖଓ୍ବାରେ ରହୁଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ତାଙ୍କ ଫେସବୁକ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି।

ଅଞ୍ଜୁଙ୍କ ମାନସିକ ସ୍ଥିତି ଭଲ ନାହିଁ: 

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ ଏକ ଫୋନ୍ ସାକ୍ଷାତକାରରେ ଅଞ୍ଜୁଙ୍କ ସ୍ୱାମୀ ନାସରୁଲ୍ଲା କହିଛନ୍ତି ଯେ ତାଙ୍କ ପତ୍ନୀ ମାନସିକ ସ୍ତରରେ ବିବ୍ରତ ଅଛନ୍ତି ଏବଂ ତାଙ୍କ ପିଲାମାନଙ୍କୁ ମନେପକାଉଛନ୍ତି। ନସରୁଲ୍ଲା ଆହୁରି ମଧ୍ୟ କହିଛନ୍ତି ଯେ ଅଞ୍ଜୁ ମାନସିକ ସ୍ତରରେ ବିବ୍ରତ ହୋଇ ନିଜ ପିଲାମାନଙ୍କୁ ମନେପକାଇବା ସହିତ ସେ ଭାରତ ଫେରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ। ଅଞ୍ଜୁଙ୍କ ସ୍ୱାମୀ ନସରୁଲ୍ଲା ଅଞ୍ଜୁଙ୍କ ମାନସିକ ସ୍ବସ୍ଥ୍ୟ ପାଇଁ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ତାଙ୍କ ପାଇଁ ଭାରତ ଫେରିବା ଭଲ ହେବ। ସୂଚନାଥାଉକି, ଅଞ୍ଜୁଙ୍କର ଦୁଇଟି ସନ୍ତାନ ଅଛନ୍ତି। ଜଣେ ୧୫ ବର୍ଷର ଝିଅ ଏବଂ ଏକ ଛଅ ବର୍ଷର ପୁଅ ଅଛି। ନସରୁଲ୍ଲା କହିଛନ୍ତି ଯେ ପାକିସ୍ତାନରେ ଆବଶ୍ୟକ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା ଶେଷ ହେବା ପରେ ଅଞ୍ଜୁ ଭାରତ ଫେରିବେ। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କୁ ଭିସା ମିଳେ ତେବେ ସେ ଅଞ୍ଜୁଙ୍କ ସହ ଭାରତ ଆସିବେ।

ସୂଚନାଥାଉକି, ଅଞ୍ଜୁ ରାଜସ୍ଥାନର ଭିୱାଡି ଜିଲ୍ଲାରେ ରହୁଥିଲେ ଏବଂ ସେ ପୂର୍ବରୁ ବିବାହିତ ଥିଲେ। ୨୦୧୯ ରେ, ଅଞ୍ଜୁ ଫେସବୁକ୍ ମାଧ୍ୟମରେ ପାକିସ୍ତାନର ନସରୁଲ୍ଲାଙ୍କ ସହ ବନ୍ଧୁତା କଲେ ଏବଂ ଧୀରେ ଧୀରେ ଏହା ପ୍ରେମରେ ପରିଣତ ହେଲା। ସେ ଜୁଲାଇରେ ନସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନର ଉତ୍ତର-ପଶ୍ଚିମ ଖୈବର ପାଖତୁନଖୱା ପ୍ରଦେଶକୁ ଯାଇଥିଲେ ଏବଂ ବର୍ତ୍ତମାନ ସେଠାରେ ରହୁଛନ୍ତି। ଅଞ୍ଜୁ ତାଙ୍କ ସ୍ୱାମୀ ଅରବିନ୍ଦଙ୍କୁ କହିଥିଲେ ଯେ, ସେ କିଛି ଦିନ ଜୟପୁର ଯାଉଛନ୍ତି। ତେବେ ପରେ ତାଙ୍କ ସ୍ୱାମୀ ଗଣମାଧ୍ୟମ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ସେ ପାକିସ୍ତାନ ସୀମା ପାର କରିଛନ୍ତି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.