ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୭ ସନ୍ତାନଙ୍କ ସହ ସ୍ତ୍ରୀକୁ କୁରାଢୀରେ ହାଣି ହତ୍ୟା କଲା ସ୍ବାମୀ , ଅର୍ଥ ସାଜିଲା ଅନର୍ଥର କାରଣ

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଲାହୋରରୁ ଛାତିଥରା ଘଟଣା ସାମନାକୁ ଆସିଛି। ସେଠାରେ ଭୟଙ୍କର ଦାରିଦ୍ର୍ୟରେ ଚିନ୍ତିତ ହୋଇ ଜଣେ ବ୍ୟକ୍ତି ନିଜର ପତ୍ନୀ ଓ ୭ ନାବାଳକ ଶିଶୁଙ୍କୁ କୁରାଢୀରେ ହାଣି ହତ୍ୟା କରିଛି। ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହି ଘଟଣା ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନଓ୍ବାଜ ଦୁଃଖ ପ୍ରକାଶ କରିଛନ୍ତି ଓ ପୋଲିସ ମହାନିର୍ଦେଶକଙ୍କୁ ମାମଲାର ରିପୋର୍ଟ ମାଗିଛନ୍ତି।

ପୋଲିସର କହିବା ଅନୁସାରେ, ଅଭିଯୁକ୍ତ ଆର୍ଥିକ ସମସ୍ୟାକୁୁ ନେଇ ମାନସିକ ରୂପରେ ଚିନ୍ତାରେ ଥିଲା। ସେ ସବୁବେଳେ ନିଜ ପତ୍ନୀ ସହ ଝଗଡା କରୁଥିଲା। ଅଭିଯୁକ୍ତ ବ୍ୟକ୍ତିକୁ ଗିରଫ କରି ନିଆଯାଇଛି ଓ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ କହିବା ଅନୁସାରେ, ସନ୍ଦିଗ୍ଧ ନିଜ ଅପରାଧ ସ୍ବୀକାର କରି କହିଛି ସେ ଏହି ପଦକ୍ଷେପ ଏଥିପାଇଁ ନେଇଛି, କାରଣ ସେ ନିଜ ପିଲାଙ୍କୁ ଖାଇବାକୁ ଦେଇପାରୁନଥିଲା।

ପୋଲିସର କହିବା ଅନୁସାରେ, ଅଭିଯୁକ୍ତର ଚିହ୍ନଟ ସଜ୍ଜାଦ ଖୋଖର ରୂପରେ ହୋଇଛି, ଯିଏକି ପେଶାଗତ ଭାବରେ ଜଣେ ଶ୍ରମିକ। ସଜ୍ଜାଦ ମୁଜଫରଗଢ ଜିଲ୍ଲାର ଅଲ୍ଲୀପୁରରେ ନିଜ ୪୨ ବର୍ଷୀୟ ପତ୍ନୀ କୌସର ଓ ୭ ସନ୍ତାନଙ୍କ ସହ ରହୁଥିଲା। ଆର୍ଥିକ ସମସ୍ୟା କାରଣରୁ କୁରାଢୀରେ ହାଣି ସେ  ସମସ୍ତଙ୍କୁ ହତ୍ୟା କରିଛି। ମୃତ ଶିଶୁଙ୍କ ଭିତରେ ୪ ଝିଅ ଓ ୩ ପୁଅ ଥିଲେ, ଯେଉଁଥିରେ ସବୁଠାରୁ ବଡ଼ ପୁଅର ବୟସ ୧୦ ବର୍ଷର ଥିଲା ଓ ସବୁଠାରୁ ଛୋଟ ଶିଶୁର ବୟସ ମାତ୍ର ୮ ମାସର ଥିଲା। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.