ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ପାକିସ୍ତାନ ପରମାଣୁ ବିଜ୍ଞାନୀଙ୍କ ଧମକ: ଭାରତକୁ ରକ୍ଷା କରିପାରିବନି ଏସ୍‌-୪୦୦

ଇସଲାମାବାଦ,୦୨/୦୪: ପାକିସ୍ତାନର ପରମାଣୁ ବିଜ୍ଞାନୀ ତଥା ଅବସରପ୍ରାପ୍ତ ସେନା  ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଖଲିଦ କିଦୱାଇ ନିକଟରେ ଭାରତକୁ ଧମକ  ଦେଇଛନ୍ତି । କହିଛନ୍ତି ଭାରତକୁ ଦୃଷ୍ଟିରେ ରଖି  ପାକିସ୍ତାନ ତାର ପରମାଣୁ ଅସ୍ତ୍ର ପ୍ରସ୍ତୁତ କରୁଛି । ଭାରତ ଏଥିରୁ ବର୍ତ୍ତି ପାରିବ ନାହିଁ । ଏପରିକି ରୁଷରୁ ଆଣିଥିବା ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭାରତକୁ ଆକ୍ରମଣରୁ ରକ୍ଷା  କରିପାରିବ ନାହିଁ ବୋଲି କିଦୱାଇ କହିଛନ୍ତି ।  

ନିକଟରେ ଇସ୍‌ଲାମାବାଦସ୍ଥିତ ଇନଷ୍ଟିଚ୍ୟୁଟ୍‌  ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌ରେ ଆୟୋଜିତ ଏକ  କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ଅବସରରେ କିଦୱାଇ କହିଛନ୍ତି ପାକିସ୍ତାନ ପ୍ରତି ଭାରତ  ସବୁବେଳେ ଶତ୍ରୁତାପୂର୍ଣ୍ଣ ମନୋଭାବ ପୋଷଣ  କରିଆସିଛି । ତେଣୁ ପାକିସ୍ତାନର ସବୁ ଆଣବିକ କାର୍ଯ୍ୟକ୍ରମ କେବଳ ଭାରତକୁ ଲକ୍ଷ୍ୟରେ ରଖି  କରାଯାଉଛି । ପାକିସ୍ତାନ ବର୍ତ୍ତମାନ ପୂର୍ଣ୍ଣ ସ୍ପେକ୍ଟ୍ରମ  ନିବାରକ (ଏଫଏସ୍‌ଡି) ବିକଶିତ କରୁଛି । ପାକିସ୍ତାନ ପ୍ରସ୍ତୁତ କରୁଥିବା ସମସ୍ତ ଭୂପୃଷ୍ଠରୁ  ଭୂପୃଷ୍ଠକୁ ନିକ୍ଷେପ କରାଯିବା ମିସାଇଲ ଏହା  ପଶ୍ଚିମ ଲଞ୍ଚ ବେସ୍‌ରେ ମୁତୟନ କରାଯାଉଛି । ସେଠାରୁ ଏହି ମିସାଇଲ ଭାରତର ଯେକୌଣସି  ସହରକୁ ସହଜରେ ଟାର୍ଗେଟ କରିପାରିବ ।  

ପାକିସ୍ତାନର ଆଣବିକ ଆକ୍ରମଣରୁ ଭାରତ ବର୍ତ୍ତି  ପାରିବ ନାହିଁ । ରୁଷ ଠାରୁ ଭାରତ କିଣିଥିବା  ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଭେଦ କରି ପାକିସ୍ତାନର ପରମାଣୁ ଅସ୍ତ୍ର ଭାରତର ଯେକୌଣସି ସହରକୁ ଲକ୍ଷ୍ୟଭେଦ କରିପାରିବ । ଭାରତର ସମସ୍ତ ମିସାଇଲ ଓ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ନଷ୍ଟ କରିଦିଆଯିବ । ଅବଶ୍ୟ  ପାକିସ୍ତାନ ବର୍ତ୍ତମାନ ଘୋର ରାଜନୈତିକ ଓ  ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହା ସତ୍ତେ୍ୱ ମଧ୍ୟ ତାର ଆଣବିକ କାର୍ଯ୍ୟକ୍ରମରେ  କୌଣସି ପ୍ରକାର ବାଧା ସୃଷ୍ଟି ହୋଇନାହିଁ କି  ହେବ ନାହିଁ ବୋଲି କିଦୱାଇ କହିଛନ୍ତି । 

କିଦୱାଇ ବର୍ତ୍ତମାନ ପାକିସ୍ତାନର ନ୍ୟାସନାଲ  କମାଣ୍ଡ ଅଥରିଟି (ଏନ୍‌ସିଏ)ର ପରାମର୍ଶଦାତା  ଅଛନ୍ତି । ଅବଦୁଲ କାଦିର ଖାନ ପାକିସ୍ତାନ ଆଣବିକ  ବୋମାର ଜନକ ଭାବେ ସମସ୍ତେ ଜାଣନ୍ତି ।  କିନ୍ତୁ ଆଣବିକ ବୋମାକୁ ଅସ୍ତ୍ରରେ ପରିଣତ  କରିବାର କାର୍ଯ୍ୟ କେବଳ କିଦୱାଇ ହିଁ  କରିଥାନ୍ତି । ତାଙ୍କ ନେତୃତ୍ୱରେ ବର୍ତ୍ତମାନ  ପାକିସ୍ତାନର ଆଣବିକା କାର୍ଯ୍ୟ ଦ୍ରୁତଗତିରେ  ପ୍ରସାରିତ ହେବାରେ ଲାଗିଛି । ସେ  ବର୍ତ୍ତମାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ  କରାଯାଇପାରୁଥିବା ମିସାଇଲ ଅଧିକରୁ  ଅଧିକ ପ୍ରସ୍ତୁତ କରିବା ଉପରେ ଜୋର୍‌  ଦେଉଛନ୍ତି । ଯାହାଫଳରେ କି ଏହି ମିସାଇଲ  ସହାୟତାରେ ଆଣବିକ ଅସ୍ତ୍ରକୁ ଆଣ୍ଡାମାନ ଓ  ନିକୋବର ଦ୍ୱୀପପୁଞ୍ଜଠାରୁ ଆରମ୍ଭ କରି ଭାରତର  ଯେକୌଣସି ସହରକୁ ପଠାଯାଇପାରିବ ।  ସୂଚନାଯୋଗ୍ୟ ଯେ ରୁଷଠାରୁ ୫ଟି ଏସ୍‌-୪୦୦  ବାୟୁ ପ୍ରତିରକ୍ଷା ପ୍ରଣାଳୀ ରେଜିମେଣ୍ଟ କିଣିବାକୁ  ୨୦୧୮ରେ ରାଜିନାମା କରିଛି । ସେଥରୁ ୩ଟି  ମିଳିସାରିଥିବା ବେଳେ ଆସନ୍ତା ୨୦୨୬ ସୁଦ୍ଧା ଆଉ  ୨ଟି ମିଳିବାର ସମ୍ଭାବନା ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.