ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଟିମ୍‌ ଇଣ୍ଡିଆର ବିଜୟରେ ପାକିସ୍ତାନ କ୍ରିକେଟରଙ୍କ ପ୍ରତିକ୍ରିୟା ,କହିଲେ , ରୋହିତ ଶର୍ମାଙ୍କ ସ୍ଥାନରେ ଆଉ କିଏ ହୋଇ ଥିଲେ ...

ନୂଆଦିଲ୍ଲୀ – ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ର ଫାଇନାଲ ମୁକାବିଲାରେ ସାଉଥ୍‌ ଆଫ୍ରିକାକୁ ୭ ରନ୍‌ରେ ହରାଇ ଦ୍ୱିତୀୟ ଥର ଟାଇଟଲକୁ କବଜା କରିଛି।  ବାର୍ବାଡୋସ୍‌ରେ ଖେଳାଯାଇ ଥିବା ଫାଇନାଲ ମ୍ୟାଚ୍‌ରେ ଗୋଟିଏ ସମୟରେ ଟିମ୍‌ ଇଣ୍ଡିଆ ପରାଜୟ ଦେଖୁଥିଲା , କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରାହ ଓ ଅର୍ଶଦୀପଙ୍କର ବୋଲିଂ ଟିମ୍‌କୁ ବିଜଯ ଦେଇଛି। ଭାରତରେ ୧୩ ବର୍ଷ ପରେ ବିଶ୍ୱକପ୍‌ର ଅଭାବ ପୂରଣ ହୋଇଛି। ପୂରା ଦୁନିଆରୁ ପ୍ରତିକ୍ରିୟା ଆସୁଛି। ପାକିସ୍ତାନୀ ମିଡ଼ିଆ ଓ ସେଠାର କ୍ରିକେଟରମାନେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଖେଳାଳିଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି। 

ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶହଜାଦ ଓ ଅମର ଅକମଲ ଟିମ୍‌ ଇଣ୍ଡିଆର ଖୁବ୍‌ ପ୍ରଶଂସା କରିଛନ୍ତି। ଅହମ୍ମଦ ଶହଜାଦ ଜିୟୋ ନ୍ୟୁଜ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି ଭାରତ ଖୁବ୍‌ ସୁନ୍ଦର ଖେଳୁଛି। ୩ ୱିକେଟ୍‌ ଖସିବା ପରେ ବି ଟିମ୍‌ ଇଣ୍ଡିଆ ପାଖରେ ଗୋଟିଏ ବିକଳ୍ପ ଥିଲା ଯେ, ବିରାଟ କୋହଲି ଲମ୍ୱା ଇନିଂସ ଖେଳନ୍ତୁ ଏବଂ ସେ ତାହା କରି ଦେଖାଇଲେ। ଯଦି ସେ ଖେଳି ନଥାନ୍ତେ ତ ବୋଧହୁଏ ଭାରତ ଏକେ ସ୍କୋର କରି ପାରିନଥାନ୍ତି। ସେ କହିଛନ୍ତି, ଅନେକ ଲୋକ କହୁଥିଲେ କି ବୁମରାହଙ୍କୁ ଆଣିବାରେ ରୋହିତ ଶର୍ମା ବିଳମ୍ୱ କରିଦେଲେ , କିନ୍ତୁ ସେ କହିଛନ୍ତି , ବିଳମ୍ୱ କରି ନାହିଁ । ରୋହିତ ଶର୍ମାଙ୍କ ସ୍ଥାନରେ ଆଉ କିଏ ଲିଡର ହୋଇ ଥିଲେ , ବୋଧେ ମ୍ୟାଚ୍‌ ଜିତି ନଥାନ୍ତା ।

ପାକସ୍ତାନୀ କ୍ରିକେଟର ଶହଜାଦ ଭାରତର ବିଜୟ ପାଇଁ ଦୁଇ ପ୍ଲେୟର୍ସଙ୍କୁ କ୍ରେଡିଟ୍‌ ଦେଇଛନ୍ତି। ସେ କହିଛନ୍ତି , କି ବିରାଟ କୋହଲି ବ୍ୟାଟିଂରେ ମ୍ୟାଚ୍‌ ଜିତାଇ ଥିବା ବେଳେ ରୋହିତ ଶର୍ମା ନିଜର ଲିଡରସିପ୍‌ରେ ଭାରତକୁ ମ୍ୟାଚ୍‌ ଜିତାଇଛନ୍ତି। ଜସପ୍ରୀତ ବୁମରାହଙ୍କୁ ଦୁନିଆର ସବୁଠୁ ଭଲ ବୋଲର ଦର୍ଶାଇ ଶହବାଜ କହିଛନ୍ତି, ବଡ ବଡ଼ ବୋଲର ଏମିତି ସୁଯୋଗରେ ୱାଇଡ୍‌ ବଲ୍‌ ପିଙ୍ଗିବାରେ ଲାଗିଥାନ୍ତି। ବୁମରାହଙ୍କୁ ଚାପ ଥିବା ବେଳେ ଅଣାଯାଉଛି , ଆଉ ସେ ଡେଲିଭର କରି ଦେଖାଇ ଥାନ୍ତି। ଏହି ସମୟରେ ସର୍ଟର ଫର୍ମାଟରେ ବୁମରାହ ବିଶ୍ୱର ସବୁଠୁ ଭଲ ବୋଲର। ଅନେକ ଖେଳାଳି ଅଛନ୍ତି , ଯିଏ ପ୍ରଦର୍ଶନ କରନ୍ତି ନାହିଁ , ହେଲେ ଆଟିଟ୍ୟୁଡ୍‌ରେ ବୁଲନ୍ତି , ତାହା ଖରାପ ଲାଗେ। ବୁମରାହ ନିଜ କାମରେ ଫୋକସ ରଖନ୍ତି ଏବି ନିରବରେ ଟିମ୍‌କୁ ମ୍ୟାଚ୍‌ ଜିତାନ୍ତି।

ସେପଟେ , ପାକିସ୍ତାନର ଆଉ ଜଣେ କ୍ରକେଟର ଉମର ଅକମଲଙ୍କ କହିବାନୁସାରେ, ଗୋଟେ ସମୟରେ ଲାଗୁଥିବା ଯେ, ସାଉଥ୍‌ ଆଫ୍ରିକା ମ୍ୟାଚ୍‌ ଜିତି ଯିବ। କିନ୍ତୁ ଚାପରେ ସେ ସେମାନେ ଖେଳି ପାରିଲେ ନାହିଁ । ଲାଗୁଥିବା କି ଯଦି ଜଣେ କିଏ ଆଉଟ୍ ହୋଇଯାଏ ତ ମିଲରଙ୍କ ଉପରେ ଖୁବ୍‌ ଚାପ ଆସିବ ଏବଂ ସେମିତି ହିଁ ହେଲା। ସେ ଆହୁରି କହିଛନ୍ତି , ଡଟ୍‌ ବଲ୍‌ ଖେଳିବାରେ ମିଲରଙ୍କ ଉପରେ ଚାର ପଡ଼ିଲା। ଯେମିତି ରୋହିତ ଶର୍ମା ଅଧିନାୟକତ୍ୱ କଲେ ଏବଂ ବୋଲରଙ୍କୁ ବ୍ୟବହାର କଲେ , ତାଙ୍କୁ କ୍ରେଡିଟ୍‌ ମିଳିବା ଉଚିତ୍‌। ବିରାଟ କୋହଲି ବ୍ୟାଟିଂ ସମୟରେ ଗେମ୍‌କୁ ପୂରା ବଦଳାଇ ଦେଲେ । ତାଙ୍କୁ  ବି ବିଜୟର କ୍ରେଡିଟ୍‌ ମିଳିବା ଉଚିତ୍‌। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.