ପ୍ରମୁଖ ଖବର
  • ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ କଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ
  • ||
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ରାଜ୍ୟରେ ଶେଷ ପର୍ଯ୍ୟାୟ ଶେଷ ମତଦାନ, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ସଂସଦରେ ପାକ୍‌ ନେତାଙ୍କ ବୟାନ: ଭାରତ ଚନ୍ଦ୍ରରେ, ଆମେ ନର୍ଦ୍ଦମାରେ

ନୂଆଦିଲ୍ଲୀ ୧୭/୦୫: ପାକିସ୍ତାନୀ ନେତା ସଇଦ ମୁସ୍ତଫା କମାଲଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । କମାଲ ମୁତ୍ତାହିଦା କୌମି ମୁଭ୍‌ମେଣ୍ଟ୍‌ ପାକିସ୍ତାନ (ଏମ୍‌କ୍ୟୁଏମ୍‌-ପି) ପାର୍ଟିର ସଦସ୍ୟ । ସେ ଗତ ବୁଧବାର ସଂସଦରେ କରାଚୀବାସୀଙ୍କ ସମସ୍ୟା ବିଷୟରେ କହିଥିଲେ । ଭାଷଣ ଦେବାବେଳେ ସେ ଭାରତର ପ୍ରଶଂସା କରିବାକୁ ଲାଗିଲେ । କହୁ କହୁ କହିଦେଲେ, ଭାରତ ଚନ୍ଦ୍ରକୁ ଗଲାଣି ଆଉ ଆମ ପିଲା ଏଠି ନର୍ଦ୍ଦମାରେ ପଡ଼ି ମରୁଛନ୍ତି । 

ସୂଚନାଯୋଗ୍ୟ, କରାଚୀରେ ମୁକୁଳା ଗର୍ତ୍ତକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଥିଲେ, ଯେଉଁଥିରେ ପଡ଼ି ଅନେକ ସମୟରେ ପିଲାଙ୍କର ମୃତ୍ୟୁ ହେଉଛି । କମାଲ କହିଲେ ‘ସ୍ଥିତି ଏମିତି ଯେ ବିଶ୍ୱ ଚନ୍ଦ୍ରକୁ ଯାତ୍ରା କରୁଛି ଆଉ ଆମ ପିଲାମାନେ ମୁକୁଳା ଗର୍ତ୍ତରେ ପଡ଼ି ପ୍ରାଣ ହରାଉଛନ୍ତି । ଗୋଟିଏ ପରଦାରେ ଖବର ଆସୁଛି, ଭାରତ ଚନ୍ଦ୍ରକୁ ଯାତ୍ରା କଲା । ତା’ର ୨ ସେକେଣ୍ଡ୍‌ ପରେ ଖବର ଆସୁଛି କରାଚୀ ରାସ୍ତାରେ କୌଣସି ଖୋଲା ଗର୍ତ୍ତରେ ପଡ଼ି ଶିଶୁ ପ୍ରାଣ ହରାଇଲା । ଗତ ୧୫ ବର୍ଷ ହେଲା ପ୍ରତି ୩ ଦିନରେ ଏହି ଖବର ଆସୁଛି ।’ ସହରରେ ସ୍ୱଚ୍ଛ ପାଣିର ଅଭାବ ବିଷୟ ମଧ୍ୟ ସେ ସଂସଦରେ ଉଠାଇଥିଲେ । 




କମାଲ କହିଲେ, କରାଚୀ ପାକିସ୍ତାନର ରାଜସ୍ୱର ଇଞ୍ଜିନ । ଏହା ଦେଶର ପ୍ରବେଶ ଦ୍ୱାର । ଏଠାକୁ ଶୁଦ୍ଧ ଓ ସତେଜ ପାଣି ଆସୁନି । ଏକ ରିପୋର୍ଟର ତଥ୍ୟକୁ ଦର୍ଶାଇ ସେ କହିଲେ, ଏଠାରେ ୭୦ ଲକ୍ଷ ପିଲା ସ୍କୁଲ ଯାଉନାହାନ୍ତି । ଜାତୀୟ ସ୍ତରରେ ଏହି ସଂଖ୍ୟା ୨.୬ କୋଟି । କମାଲଙ୍କ ଭାଷଣ ପୂର୍ବରୁ ବରିଷ୍ଠ ପାକିସ୍ତାନୀ ରାଜନେତା ମୌଲାନା ଫଜଲୁର ରହମାନ ଭାରତ ଓ ପାକିସ୍ତାନ ମଧ୍ୟରେ ଆର୍ଥିକ ଅସମାନତାକୁ ଇଙ୍ଗିତ କରିଥିଲେ । ସେ କହିଥିଲେ ‘ଭାରତ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଛି ଆଉ ଆମେ ଦେବାଳିଆପଣରୁ ରକ୍ଷା ପାଇବା ପାଇଁ ଭିକ ମାଗୁଛୁ ।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.