ପ୍ରମୂଖ ଖବର
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

୫ ଲକ୍ଷ ଟଙ୍କାର ଡିଲ୍ ଚାଲିଥିବା ବେଳେ ମାଡିବସିଲା ବନବିଭାଗ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ନବରଙ୍ଗପୁର, ୦୩/୦୯ : ୫ ଲକ୍ଷ ଟଙ୍କାର ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ବନ ବିଭାଗ। କୋଡିଙ୍ଗା ବନାଞ୍ଚଳ ଅଧିନସ୍ଥ ବାଗିନୀ ଗ୍ରାମ ନକିଟରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର। ଜଣେ ଅଭିଯୁକ୍ତ ଗିରଫ।

ସୂଚନାନୁଯାୟୀ, ବଜ୍ରକାପ୍ତା ଡିଲ୍ ନେଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ବିଶେଷ ସୂତ୍ରରୁ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ଚଢାଉ କରାଯାଇଥିଲା। କୋଡିଙ୍ଗା ବନାଞ୍ଚଳ ଅଧିନସ୍ଥ ବାଗିନୀ ଗ୍ରାମ ନିକଟରେ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ମାଡି ବସିଥିଲା। ଚଢାଉ ବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତାର ଓଜନ ୮.୯୭୦ କିଲୋଗ୍ରାମ ରହିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ କୋଷାଗୁମୁଡ଼ା ବ୍ଲକ ଜୁନାପାଣି ଗ୍ରାମର କମଳ ସିଂ ଗୌଡ଼ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଠାରୁ ଏକ ମୋଟର ସାଇକେଲ୍ ଓ ଏକ ମୋବାଇଲ୍ ଫୋନ ଜବତ କରାଯାଇଛି। ଏହି ଚଢାଉରେ କୋଡ଼ିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନନ୍ଦ, ବନପାଳ ପ୍ରଭାତ ବିଷୋଇ, ବନରକ୍ଷୀ ଉମାଶଙ୍କର ପାଣିଗ୍ରାହୀ ଏବଂ ଦୀପକ ପ୍ରଧାନ, କୋଡିଙ୍ଗା ବନାଞ୍ଚଳର ପାରା ଷ୍ଟାଫ ଏବଂ ଅନ୍ୟ ଅଧିକାରୀ ସାମିଲ ଥିବା ଜଣାପଡ଼ିଛି। 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.