ଭୁବନେଶ୍ୱର ୧୩/୦୮: ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ସସ୍ପେଣ୍ଡ। ୧୮ ମାସ ପାଇଁ ସସ୍ପେଣ୍ଡ କଲା ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନ । ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସସ୍ପେଣ୍ଡ କରାଯାଇଛି। ଫଳରେ ଚଳିତବର୍ଷ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଆଉ ଭାଗ ନେଇପାରିବେନି ପ୍ରମୋଦ ଭଗତ।ବିଶ୍ୱ ଏକ ନମ୍ବର ଖେଳାଳି ଭାବେ ସେ ସ୍ୱର୍ଣ୍ଣ ଦାବିଦାର ଥିଲେ। ଉଭୟ ପୁରୁଷ ସିଙ୍ଗଲ୍ସ ଓ ମିକ୍ସଡ ଡବଲରେ ପ୍ରମୋଦ ଅଂଶ ଗ୍ରହଣ କରିଥାନ୍ତେ ।
ସେ ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିଥିଲେ। ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦ ନିଲମ୍ବନ ହେବା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି। ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ଲାଭ କରି ସାରିଛନ୍ତି ପାରାଲିମ୍ପିଆନ୍ ପ୍ରମୋଦ ଭଗତ। ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ବରଗଡ଼ ଜିଲ୍ଲା, ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି। ଏହା କ୍ରୀଡ଼ାପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି।