ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଣ୍ୟ କାରବାରରେ ଅଭୂତପୂର୍ବ ସଫଳତା, ଦେଶରେ ପାରାଦୀପ ବନ୍ଦର ପ୍ରଥମ

ପାରାଦୀପ,୦୨/୦୪: ପଣ୍ୟ କାରବାରରେ ପାରାଦୀପ ବନ୍ଦରକୁ ଅଭୂତପୂର୍ବ ସଫଳତା ମିଳିଛି । ଭାରତର ବୃହତ ବନ୍ଦର ମଧ୍ୟରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଆର୍ଥିକ ବର୍ଷ ୨୦୨୩-୨୪ରେ ୧୪୫.୩୮ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାର କରି ପାରାଦୀପ ବନ୍ଦର ଦେଶର ବୃହତ୍‌ ବନ୍ଦର ମଧ୍ୟରେ ୧ ନମ୍ବର ମାନ୍ୟତା ଲାଭ କରିଛି । ଏହି ନୂତନ କୀର୍ତ୍ତିମାନ ସହିତ ପାରାଦୀପ ବନ୍ଦର କାଣ୍ଡ୍‌ଲା ବନ୍ଦରକୁ ପଛରେ ପକାଇ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି । ବନ୍ଦର ଟ୍ରାଫିକ ଚଳାଚଳର ୫୬ ବର୍ଷ ଇତିହାସରେ ଏହା ସର୍ବପ୍ରଥମ । ବିଗତ ଆର୍ଥିକ ବର୍ଷ ତୁଳନାରେ ବନ୍ଦର ପଣ୍ୟ କାରବାରର ୧୦.୦୨ ନିୟୁତ ମେଟ୍ରିକ ଟନ୍‌ ବା ୭.୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଉପକୂଳ ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଅଦ୍ୟାବଧି ସର୍ବାଧିକ ୫୯.୧୯ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାର କରିଛି ।  ଉପକୂଳ ତାପଜ କୋଇଲା ପଣ୍ୟ କାରବାର ୪୩.୯୭ ନିୟୁତ ମେଟ୍ରିକ ଟନରେ ପହଞ୍ଚିଛି, ଯାହାକି ବିଗତ ଆର୍ଥିକ ବର୍ଷ ତୁଳନାରେ ୪.୦୨% ଅଭିବୃଦ୍ଧି ଘଟିଛି । ସେହିପରି ବନ୍ଦରର ବର୍ଥ ଉତ୍ପାଦନ ବିଗତ ବର୍ଷ ତୁଳନାରେ ୬.୩୩ ପ୍ରତିଶତ ବୃଦ୍ଧି ପାଇ ଦୈନିକ ୩୩.୦୧୪ ମେଟ୍ରିକ ଟନ ରେ ପହଞ୍ଚିଛି, ଯାହାକି ବୃହତ ବନ୍ଦର ମଧ୍ୟରେ ସର୍ବାଧିକ । ଏହି ସମୟ ମଧ୍ୟରେ ପାରାଦୀପ ବନ୍ଦରରେ ସର୍ବାଧିକ ୨୭୧୦ଟି ଜାହାଜ ଗମନାଗମନ କରିଛି ଯାହା ବିଗତ ଆର୍ଥିକ ବର୍ଷ ଠାରୁ ୧୩.୮୨ ପ୍ରତିଶତ ଅଧିକ । 

ସେହିପରି ଯାନ୍ତ୍ରିକ କୋଇଲା ହ୍ୟାଣ୍ଡ୍‌ଲିଂ ପ୍ଲାଣ୍ଟରେ ସର୍ବାଧିକ ୨୭.୧୨ ନିୟୁତ ମେଟ୍ରିକ ଟନ କୋଇଲା ପରିଚାଳନା ହୋଇଛି । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ପାରାଦୀପ ବନ୍ଦରରେ ପଣ୍ୟ ପରିଚାଳନା ମୂଲ୍ୟ ୨୦୨୨ ମସିହାରୁ ୩ ବର୍ଷ ନିମନ୍ତେ ସ୍ଥିର ରଖାଯାଇଛି । ଯାହା ଦେଶର ଅନ୍ୟ ବନ୍ଦର ତୁଳନାରେ ସବୁଠୁ ଶସ୍ତା । ଅନ୍ତରୀଣ ଆର୍ଥିକ କାରବାରରେ ବନ୍ଦରର ପରିଚାଳନାଗତ ରାଜସ୍ୱ ୨୩ ଶହ କୋଟି ଟଙ୍କା ଅତିକ୍ରମ କରିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୪.୩୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଟିକସ ଦେବା ପରେ ପାରାଦୀପ ବନ୍ଦରର ଲାଭାଂଶ ୧୦୨୦ କାଟି ଟଙ୍କାରେ ପହଞ୍ଚିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୨୦% ଅଧିକ । ଏହା ସହ ବନୀକରଣକୁ ପ୍ରାଧାନ୍ୟ ଦେଇ ୨ଲକ୍ଷ ଚାରା ରୋପଣ କରାଯାଇଛି । 

୨୦୨୫ସୁଦ୍ଧା ୧୦ ଲକ୍ଷ ଚାରା ରୋପଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବନ୍ଦର ତରଫରୁ ପାୱାର ପ୍ଲାଣ୍ଟ୍‌ ଅପରେସନ ପାଇଁ ଯୋଜନା କରାଯାଇଛି । ବନ୍ଦରର ଏହି ଐତିହାସିକ ସଫଳତା ହାସଲ ପରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ବନ୍ଦରର ସମସ୍ତ ଅଧିକାରୀ,କର୍ମଚାରୀ ଓ ବନ୍ଦର ବ୍ୟବହାରକାରୀ ସଂସ୍ଥାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତଙ୍କ ମିଳିତ ସହଯୋଗରେ ଏଭଳି ଚମତ୍କାର କୃତିତ୍ୱ ହାସଲ କରିପାରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.