ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପୂର୍ବତଟ ରେଳପଥର ଜିଏମ ଭାବେ ଦାୟିତ୍ବ ନେଲେ ପରମେଶ୍ୱର ଫୁଙ୍କୱାଲ

ଭୁବନେଶ୍ବର, ୨୮/୫ :  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇଆରଏମଏସ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ୧୯୮୮ବ୍ୟାଚ୍ ଅଧିକାରୀ ଅଟନ୍ତି । ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର ସହ ସେ ଡିଆରଏମ/ରାଜକୋଟ, ଏଡିଆରଏମ/ଅହମ୍ମଦାବାଦ, ଅଧ୍ୟକ୍ଷ/ଆରଆରବି ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଡିଏସଓ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି । ପୂର୍ବତଟ ରେଳପଥରେ ନିଯୁକ୍ତି ପାଇବା ପୂର୍ବରୁ ସେ ପଶ୍ଚିମ ରେଳବାଇ, ମୁମ୍ବାଇରେ ପ୍ରିନ୍ସିପାଲ୍ ଚିଫ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ।

ଆରଡିଏସଓରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବେଗ ବୃଦ୍ଧି କରିବା ପାଇଁ ଟ୍ରାକ୍ ଏବଂ ବ୍ରିଜ୍ କ୍ଷେତ୍ରରେ ଅଭିନବ ଜ୍ଞାନ କୌଶଳ ପ୍ରଚଳନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।  ରେଲୱେ ଇଞ୍ଜିନିୟରିଂ ବ୍ୟତୀତ ମାନବ ସମ୍ବଳ କାର୍ଯ୍ୟ, ଗବେଷଣା ଏବଂ ଡିଜାଇନ୍ ଏବଂ ସାଧାରଣ ପ୍ରଶାସନରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି । ଟ୍ରାକ୍, ବ୍ରିଜ୍ ଏବଂ ପରିବେଶ ଇଞ୍ଜିନିୟରିଂ ଉପରେ ସେ ଅନେକ ଗବେଷଣା ପତ୍ର ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ କରିଛନ୍ତି । ବେଜିଂ (ଚାଇନା), କାଲଗରୀ (କାନାଡା) ଏବଂ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ହେଭି ହଲ୍ ଆସୋସିଏସନ୍ (ଆଇଏଚ୍ଏଚ୍ଏ)ସମ୍ମିଳନୀରେ ସେ ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ । ସେ ସ୍ୱିଡେନ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଚୀନ, କାନାଡା, ମାଲେସିଆ, ସିଙ୍ଗାପୁର ଏବଂ ଇଟାଲୀ ଗସ୍ତ କରି ବିଭିନ୍ନ ପ୍ରଶିକ୍ଷଣ ଏବଂ ଅଧ୍ୟୟନ କାର୍ଯ୍ୟ କରିଛନ୍ତି । ଶ୍ରୀ ଫୁଙ୍କୱାଲଙ୍କର ସାହିତ୍ୟ ପ୍ରତି ଗଭୀର ଆଗ୍ରହ ରହିଛି ଏବଂ ତାଙ୍କର କିଛି କବିତା ସମକାଳୀନ ହିନ୍ଦୀ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.