ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ହଜିଲା ପୁଅର ଫଟୋ ଧରି ୩ବର୍ଷ ହେଲା ଖୋଜୁଛନ୍ତି ବାପା, ମା

ଅସ୍ତରଙ୍ଗ ୦୯/୦୭: ପୁଅର ଫଟୋ  ଧରି ଖୋଉଛନ୍ତି ବୃଦ୍ଧ ବାପା, ମା’। ଗାଁକୁ ଗାଁ ବୁଲି ପୁଅର ପରିଚୟ ଠିକଣା ଖୋଜୁଛନ୍ତି ଅସହାୟ ବୃଦ୍ଧ ବାପା, ମା’। ୩ବର୍ଷ ତଳେ ନିଖୋଜ ହୋଇଯାଇଥିବା ପୁଅକୁ ଗାଁ ଓ ସହର ପାଦରେ ଚାଲି ଚାଲି ବୁଲି ବୁଲି ଖୋଜୁଛନ୍ତି। 

ଗତ ତିନି ବର୍ଷ ତଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ଗ୍ରାମର ପ୍ରଦୀପ୍ତ ବେହେରା ଙ୍କ ୨୪ବର୍ଷୀୟ ପୁଅ ଲକ୍ଷ୍ମୀଧର ବେହେରା ଓରଫ କୁଲୁ ବହୁତ ଭଲ ପାଠ ପଢ଼ୁଥିବା ବେଳେ ଭୁବନେଶ୍ୱର ପରୀକ୍ଷା ଦେବାକୁ ଯାଇଥିଲା। ଏହା ଭିତରେ ୩ବର୍ଷରୁ ଉର୍ଦ୍ଧ ବିତିଗଲାଣି ହେଲେ ସେହିଦିନୁ ପୁଅ ଆଉ ଘରକୁ ଫେରିନି। ଦିନ ରାତି ଏକ କରି ପୁଅକୁ ଖୋଜୁଛନ୍ତି ବାପା ଓ ମା’। ଯେତେଖୋଜିଲେ ବି ପୁଅ ମିଳୁନାହିଁ। ଏଠି, ସେଠି ସବୁଠି ଖୋଜା ସରିଲାଣି। ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଅର ସନ୍ଧାନ ନ ମିଳିବାରୁ ଏବେ ଆଖିରୁ ଲୁହ ଗଡ଼ାଇ ପୁଅକୁ ଖୋଜୁଛନ୍ତି। 

 ମା’ କନକଲତା ବ୍ୟାକୁଳରେ ପୁଅକୁ ଖୋଜୁଛି। ପୁଅର କଥା ଭାବି ପୁଅର ସାର୍ଟିଫିକେଟକୁ ଦେଖି ମନକୁ ବୁଝାଇବା ସହ କଇଁ କଇଁ କାନ୍ଦୁଛି ଜନ୍ମକଲା ମା’। ବୁଢ଼ା ବୁଢ଼ୀ ଦି ଜଣ କଣ ବା କରିବେ ପୁଅ କଥା ଭାବି ଭାବି ଘରେ ଚୁଲି ଜଳିବା ବନ୍ଦ। କେତେ ଅବା ଖୋଜିବେ ଚାଲି ଚାଲି ଗାଁ ଗାଁ ବୁଲିବେ, ସେଥିରେ ମଧ୍ୟ ଥକି ନ ପଡି ଖୋଉଛନ୍ତି, କେଉଁଠି ଥକା ମାଡି ବସୁଛନ୍ତି, ପୁଅ କୁ ଖୋଜି ଖୋଜି କେଉଁଠି ଶୋଉଛନ୍ତି କେଉଁଠି ବସୁଛନ୍ତି ଠିକ ଠିକଣା ନାହିଁ। ବହୁ କଷ୍ଟରେ ବୁଢ଼ା ବାପା ପ୍ରଦୀପ୍ତ ପୁଅ ନିଖୋଜ ବୋଲି ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.