ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରିକ୍ରମା ମାର୍ଗ ଲୋକାର୍ପଣକୁ ପୂରିଲାଣି ୪ ମାସ, ତଥାପି ଚାଲିଛି କାମ... ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ପୁରୀ, ୨୯/୦୫ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣକୁ ପୂରିଲାଣି ୪ ମାସ। ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ୧୮ଟି ମଠର ସୌନ୍ଦର୍ଯ୍ୟୀକରଣ ତଥା ପୁନଃରୁଦ୍ଧାର କାର୍ଯ୍ୟ । ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ ଓ ରଘୁନନ୍ଦନ ପାଠାଗାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାରୁ ଫେବର ଟାଇଲ ଉଠିବା ସହ ମ୍ୟାନହୋଲ ଚାମ୍ବରଗୁଡ଼ିକ ଦବିବାକୁ ବସିଲାଣି। ଅସରାଏ ବର୍ଷାହେଲେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ଦକ୍ଷିଣଦ୍ୱାର ଅନ୍ତଃପ୍ରଦକ୍ଷଣ ମାର୍ଗ ପ୍ରାଚୀର ନିର୍ମାଣ କାର୍ଯ୍ୟ ଜାରି ରହିଛି। ପେଜ ବିଶୋଧନ ଗୃହ ନିର୍ମାଣ ମଧ୍ୟ ଶେଷ ହୋଇପାରିନାହିଁ। 

ଏମାରମଠ ନିର୍ମାଣ ସ୍ଥାନରେ ଦୀର୍ଘ ଦିନ ଧରି କେବଳ ଗାତ ଖୋଳା ହୋଇପଡ଼ିରହିଛି। ଅସଂପୂର୍ଣ୍ଣ କାର୍ଯ୍ୟଗୁଡିକ କେବେ ଶେଷ ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାରି ମଧ୍ୟରେ ପରିକ୍ରମା ମାର୍ଗ ପରିସରରେ ପୁଣି ନିର୍ମାଣ କାର୍ଯ୍ୟକୁ ବାରମ୍ବାର ଭଙ୍ଗାଯାଇ ପୁନଃ ନିର୍ମାଣ କରାଯାଉଛି। ଏହାଦ୍ୱାରା ଶୋଭା ହରାଇବାକୁ ବସିଲାଣି ପରିକ୍ରମା ମାର୍ଗ । ଯାହାକୁ ନେଇ ଶ୍ରଦ୍ଧାଳୁ, ସେବାୟତ ଓ ସ୍ୱେଚ୍ଛାସେବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ କରିଥିଲେ । ପରିକ୍ରମା ମାର୍ଗ ନିର୍ମାଣ ପାଇଁ ୩୩୧ କୋଟି ଟଙ୍କାର କାର୍ଯ୍ୟାଦେଶ ଟାଟା କମ୍ପାନୀଙ୍କୁ ଦିଆଯାଇଥିଲା । କାର୍ଯ୍ୟ ସରିବା ଅବଧି ଦୁଇରୁ ତିନି ଥର ବୃଦ୍ଧି କରାଯାଇଥିଲେ ହେଁ ଠିକାସଂସ୍ଥା ସକ୍ଷମ ହୋଇପାରିନାହିଁ । 

ପ୍ରକଳ୍ପ ଲୋକାର୍ପଣ ଶ୍ରୀମନ୍ଦିର, ଜିଲ୍ଲା, ପୂର୍ତ୍ତ ବିଭାଗ, ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଅଧିକାରୀ ଅସପୂର୍ଣ୍ଣ କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ଆଉ ପୂର୍ବ ପରି ତତ୍ପରତା ପ୍ରକାଶ କରୁନାହାନ୍ତି । ଏପର୍ଯ୍ୟନ୍ତ ହୋଇନଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଆରମ୍ଭ ହୋଇନାହିଁ । କେବଳ ରାସ୍ତା ଓ ନଳା ନିର୍ମାଣରେ ଦିନ ପରେ ଦି ନ ଗଡ଼େଇବାରେ ଲାଗିଛନ୍ତି । ଜାତୀୟ ଏøତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ) ଠାରୁ ଆପତ୍ତିବିହିନ ପ୍ରମାଣପତ୍ର ମିଳିଥିଲେ ହେଁ ଅଭ୍ୟର୍ଥନା ପ୍ରକୋଷ୍ଠ ଓ ରଘୁନନ୍ଦନ ପାଠାଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଶ୍ରୀମନ୍ଦିର ମେଘନାଦ ପାଚେରି ଠାରୁ ୭୫ ମିଟର ପରିସରରେ ରହିଥିବା ବଡ଼ ଆଖଡ଼ା ମଠ, ବଡ ଛତା ମଠ, ଛାଉଁଣି ମଠ, ଲଙ୍ଗୁଳି ମଠ, ମଙ୍ଗୁ ମଠ, ରାଧାବଲ୍ଲଭ ମଠ, ଏମାର ମଠ, ନରସିଂହାଚାରୀ ମଠ, ପଞ୍ଜାବୀ ମଠ, ଦକ୍ଷିଣ ପାଶ୍ୱର୍ ମଠ, ଉତ୍ତର ପାଶ୍ୱର୍ ମଠ, ତ୍ରିମାଳି ମଠ, ତୋରାଣି ଛତ୍ର ମଠ, କଟକୀ ମଠ, ସାନ ଛତାର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରହିଛି । କେତେକ ମଠର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅଳ୍ପ କିଛି କାର୍ଯ୍ୟ ବାକିଥିବା ଜଣେ ଅଧିକାରୀ କହିଛନ୍ତି । 

ଅନ୍ୟପକ୍ଷରେ କପାଳମୋଚନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ସେହିଭଳି ପରିକ୍ରମା ମାର୍ଗ ପରିସରରେ ଅନେକ ସ୍ଥାନରେ ଚଟାଣରେ ଖଣ୍ଡୋଲାଇଟ୍‌ ପଥର ପକାଯାଇନାହିଁ । ସେଠାରେ ଏବେ ବି ପକାଯାଉଛି । ଲୋକାର୍ପଣ ପୂର୍ବରୁ ଜିଲ୍ଲା ସମେତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବାରମ୍ବାର ପୁରୀ ଆସି କାର୍ଯ୍ୟ ସମୀକ୍ଷା କରିବା ସହ ଶୀଘ୍ର ଶେଷ କରିବାକୁ ଦାୟିତ୍ୱରେ ରହିଥିବା କର୍ମଚାରୀଙ୍କୁ ତାଗିଦ୍‌ କରୁଥିଲେ । କିନ୍ତୁ ଏବେ କାହାରି ଦେଖା ନାହିଁ । ଫଳରେ ଠିକା ସଂସ୍ଥା ଧିରେ ଧିରେକାର୍ଯ୍ୟ ଜାରି ରଖିଛନ୍ତି । କାର୍ଯ୍ୟ କେବେ ଶେଷ ହେବ ତାହା ଅନିଶ୍ଚିତତା ଦେଖାଦେଇଛି । ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଜଣେ ଅଧିକାରୀ କୁହନ୍ତି, ମଠଗୁଡ଼ିକର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବାକି କାର୍ଯ୍ୟଗୁଡ଼ିକ ଶୀଘ୍ର ଶେଷ କରାଯିବ । ଅନ୍ୟପକ୍ଷରେ ରଘୁନନ୍ଦନ ପାଠାଗାର ଓ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ ଲାଗି ସଠିକ୍‌ ଭାବେ ସ୍ଥାନ ଚିହ୍ନଟ ହୋଇନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.