ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ବିଦେଶରେ ପ୍ରଶିକ୍ଷଣ ନେବେ ସିନ୍ଧୁ, ଲକ୍ଷ୍ୟ ସେନ୍‌

ନୂଆଦିଲ୍ଲୀ,୨୪/୦୫: ଭାରତର ଷ୍ଟାର୍‌ ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍‌ ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ବିଦେଶରେ ପ୍ରଶିକ୍ଷଣ ନେବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର  ମିଶନ ଅଲିମ୍ପିକ୍‌ ସେଲ୍‌ (ଏମ୍‌ଓସି) ଉଭୟଙ୍କ ପ୍ରଶିକ୍ଷଣ ପାଇଁ  ସମସ୍ତ ଖର୍ଚ୍ଚ ବହନ କରିବ । ପ୍ୟାରିସ୍‌ ଯାତ୍ରା କରିବା ପୂର୍ବରୁ ସିନ୍ଧୁ ଜର୍ମାନୀ ଠାରେ ମାସେରୁ ଊଦ୍ଧ୍ୱର୍ ସମୟ ରହି  ପ୍ରଶିକ୍ଷଣ ନେବେ । ତାଙ୍କ ସହ କୋଚ୍‌ ଏବଂ  ସହକାରୀ ସଦସ୍ୟମାନେ ମଧ୍ୟ ଯୋଗ ଦେବେ । ସେହିପରି ଲକ୍ଷ୍ୟ ଫ୍ରାନ୍ସର ମର୍ସେଲି ଠାରେ  ୧୨ ଦିନ (ଜୁଲାଇ ୮ରୁ ୨୧ ତାରିଖ) ଧରି ପ୍ରଶିକ୍ଷଣ ନେବେ। ଅଲିମ୍ପିକ୍‌ କ୍ରୀଡ଼ାର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟ ଏଠାରେ ଖେଳାଯିବ । 

ସିନ୍ଧୁ ଓ ଲକ୍ଷ୍ୟଙ୍କ ବ୍ୟତୀତ ଟେବୁଲ ଟେନିସ୍‌ ଖେଳାଳି ଶ୍ରୀଜା  ଆକୁଲା, ତୀରନ୍ଦାଜ ଟିଶା ପୁନିଆ, ଗଲ୍ଫର ଅଦିତି ଅଶୋକ,  ସନ୍ତରକ ଆର୍ଯ୍ୟନ ନେହରାଙ୍କୁ ମଧ୍ୟ ସହାୟତା କରିବା ପାଇଁ  ଏମ୍‌ଓସି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ଟିଟି  ଖେଳାଳି ହରମିତ ଦେଶାଇ, ମହିଳା ୪ଗୁଣା ୪୦୦ମିଟର  ରିଲେ ଦଳ, ରେସଲର ନିଶା (୬୮କିଲୋ), ଋତିକା  (୭୬କିଲୋ)ଙ୍କୁ ଟିଓପି ଯୋଜନାରେ ସାମିଲ କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.