ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଉଦ୍‌ଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିବେ ସିନ୍ଧୁ, କମଲ, ଗଗନ ନାରଙ୍ଗ ଚିଫ୍‌ ଡି ମିଶନ

ନୂଆଦିଲ୍ଲୀ, ୦୯/୦୭: ଆସନ୍ତା ୨୬  ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ  ଅଲିମ୍ପିକ୍ସ । ଉଦ୍‌ଘାଟନୀ ଉତ୍ସବରେ ଅଲିମ୍ପିକ୍ସ ପଦକ  ବିଜେତା ପିଭି ସିନ୍ଧୁ ଏବଂ ଭେଟେରାନ ଟେବୁଲ  ଟେନିସ ଖେଳାଳି ଅଚନ୍ତା ଶରତ କମଲ ଭାରତୀୟ  ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ ।  ସେମିତି ଅଲିମ୍ପିକ୍ସ ପଦକ ବିଜେତା ସୁଟର  ଗଗନ ନାରଙ୍ଗ ଭାରତର ଚିଫ ଡି ମିଶନ ନିଯୁକ୍ତ  ହୋଇଛନ୍ତି । ଏ ବିଷୟ ଭାରତୀୟ ଅଲିମ୍ପିକ୍ସ  ସଂଘ (ଆଇଓଏ) ପକ୍ଷରୁ ଘୋଷଣା କରାଯାଇଛି । 

ପୂର୍ବରୁ ଆଇଓଏ କେବଳ କମଲଙ୍କୁ  ଉଦ୍‌ଘାଟନୀରେ ତ୍ରିରଙ୍ଗା ଧାରଣ କରିବେ ବୋଲି  ଚୟନ କରିଥିଲା । କିନ୍ତୁ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ  କରାଯାଇ ତାଙ୍କ ସହ ସିନ୍ଧୁଙ୍କୁ ସାମିଲ କରାଯାଇଛି । 

ସେମିତି ବିଶ୍ୱ ଚାମ୍ପିଅନ ମହିଳା ବକ୍ସର  ଏମ୍‌ସି ମେରୀକମ୍‌ଙ୍କୁ ଭାରତୀୟ ଦଳର ଚିଫ୍‌  ଡି ମିଶନ ଭାବେ ଘୋଷଣା କରାଯାଇଥିଲା । ମାତ୍ର  ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ପରବର୍ତ୍ତୀ ସମୟରେ  ମେରୀ ଏଥିରୁ ଓହରି ଯାଇଥିଲେ । ତେଣୁ ତାଙ୍କ  ସ୍ଥାନରେ ନାରଙ୍ଗଙ୍କୁ ନିଯୁକ୍ତ କରିଛି ଆଇଓଏ । 

ଆଇଓଏ ସଭାପତି ପି.ଟି ଉଷା କହିଛନ୍ତି, ‘ ଚିଫ୍‌ ଡି ମିଶନ ନିଯୁକ୍ତ ପାଇଁ ଆମେ ଜଣେ  ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଚାହୁଥିଲୁ ।  ଗଗନ ନାରଙ୍ଗଙ୍କୁ ମେରୀକମ୍‌ଙ୍କ ସ୍ଥାନରେ  ନିଯୁକ୍ତ କରାଯାଇଛି । ମୋର ବିଶ୍ୱାସ ଆମର  କ୍ରୀଡ଼ାବିତମାନେ ପ୍ରସ୍ତୁତ ରହିଛନ୍ତି । ପ୍ୟାରିସରେ  ସେମାନେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ।' 

କମଲ କହିଛନ୍ତି, ‘ ଉଦ୍‌ଘାଟନୀ ଉତ୍ସବରେ  ତ୍ରିରଙ୍ଗା ଧାରଣ କରିବା ସୌଭାଗ୍ୟର ବିଷୟ । ଏ  ସୁଯୋଗ ମୋତେ ମିଳିଥିବାରୁ ନିଜକୁ ଗୌରବାନ୍ୱିତ  ମନେ କରୁଛି ।’ ଗଗନ ନାରଙ୍ଗ ୪ ଥର  ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିଲେ । ସେ ୨୦୧୨  ଲଣ୍ଡନ ଅଲିମ୍ପିକ୍ସରେ ୧୦ ମିଟର ଏୟାର ରାଇଫଲ  ଚାଳନାରେ ବ୍ରୋଞ୍ଜ ଜିତିଥିଲେ

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.