ନୂଆଦିଲ୍ଲୀ,୧୬।୯: ମଣିଷକୁ ସ୍କୁଟର ଚଲାଉଥିବାର ଆମେ ସାଧାରରତଃ ଦେଖୁ। ଯଦିଓ କିଛି ଫିଲ୍ମରେ ମାଙ୍କଡକୁ ଆମେ ଗାଡି ଚଳାଇବାର ମଧ୍ୟ ଦେଖିଛୁ, କିନ୍ତୁ ପାରା କେବେ ସ୍କୁଟର ଚଳାଇ ପାରିବ ? ଏଭଳି କଥା ନିହାତି ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଥିବ। ସବୁଠୁ ବଡ କଥା ହେଉଛି ଏହି ପାରା ସ୍କୁଟର ଚଳାଇବାରେ ମଧ୍ୟ ବିଶ୍ୱ ରେକର୍ଡ ସୃଷ୍ଟି କରିଛି।ଏଭଳି ଏକ ରେକର୍ଡ ଇଟାଲୀରେ ହୋଇଛି।
ବୁଲଗେରିଆରେ ରହୁଥିବା ଟ୍ରେନ୍ର କଲୋୟାନ୍ ୟାଭୋଶେଭଙ୍କ ଏହି ପୋଷା ପାରା ସ୍କୁଟର ଚଳାଇ ବିଶ୍ବ ରେକର୍ଡ କରିଛି। ସବୁଠାରୁ ବଡ଼ କଥା ହେଲା ଏହି ପାରା ମୋଟ ୫ ମିଟର ପର୍ଯ୍ୟନ୍ତ ସ୍କୁଟର ଚଲାଇଥିଲା। ଏହି ଶୁଆର ନାଁ ହେଉଛି କଲୋୟାନ୍।
ଏହି ଶୁଆ ଏକ ସ୍ବତନ୍ତ୍ର ପ୍ରଜାତିର। ଏହି ପ୍ରଜାତିକୁ କେକାଡୃଇଡୋ କୁହାଯାଏ। ଏହି ଶୁଆର ରଙ୍ଗ ଧଳା, ସେଭଳି ଏହାର ଥଣ୍ଟ କଳା ରଙ୍ଗର। ଏହା କାଁକଟୁ ଶୁଆର ୨୧ ପ୍ରଜାତି ଭିତରୁ ଅନ୍ୟତମ। ଏହି ଶୁଆକୁ ପୋଷିବାକୁ ଚାହୁଁଥିଲ ଆପଣଙ୍କୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ। ଚିକୋର ଏହି ବିଶ୍ବ ରେକର୍ଡକୁ ଇଟାଲୀର ଏକ ଟିଭି ଶୋ’ ସେଟ୍ରେ ଦେଖିବାକୁ ମିଳିଥିଲା। ଏଥିରେ ସ୍ପଷ୍ଟ ଦେଖାଯାଉଛି କିଭଳି ଏକ ଶୁଆ ସ୍କୁଟର ଚଳାଉଛି। ତେବେ ଏହି ସ୍କୁଟର ମଧ୍ୟ ଖୁବ୍ ଛୋଟ। ଏହାକୁ ଖାସ୍ କରି ଶୁଆ ପାଇଁ ତିଆରି କରାଯାଇଛି। ସୋସିଆଲ ମିଡିଆରେ ଶୁଆର ଭିଡିଓ ଖୁବ୍ ଭାଇରାଲ ହେଉଛି। ଲୋକେ ମଧ୍ୟ ଭାରି ପ୍ରଶଂସା କରୁଛନ୍ତି।