ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପେମେଣ୍ଟ ବ୍ୟାଙ୍କ ପାଖରୁ ଦୂରେଇ ଗଲା ପେଟିଏମ, ସଙ୍କଟ ମଧ୍ୟରେ ନେଲା ବଡ଼ ପଦକ୍ଷେପ

Image Courtesy: livemint

ନୂଆଦିଲ୍ଲୀ: ପିନଟେକ୍ କମ୍ପାନି ପେଟିଏମ ଜାରି ସଙ୍କଟ ମଧ୍ୟରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ୯୭ କମ୍ୟୁନିକେସନ୍‌ ବିବାଦରେ ଫସିଥିବା ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କ ପାଖରୁ ଦୂରେଇ ଯାଇଛି । ଏଥିପାଇଁ ଅନେକ ଇଣ୍ଟର କମ୍ପାନି ବୁଝାମଣାକୁ ରଦ୍ଦ କରାଯାଇଛି ।  ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଶୁକ୍ରବାର ଏନେଇ ସୋସିଆଲ ମିଡିଆରେ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ପେଟିଏମ ଏବଂ ପିପିବିଏଲ୍‌ର ଶେୟାରଧାରକ ବିଭିନ୍ନ ଇଣ୍ଟର କମ୍ପାନି ଏଗ୍ରିମେଣ୍ଟ ଶେଷ କରିବା ଉପରେ ସହମତି ପ୍ରକାଶ କରିଛନ୍ତି । 

 ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ନିୟାମକ ନିର୍ଦ୍ଦେଶାବଳୀକୁ ନମାନିବାରୁ ଆରବିଆଇ ଯାଞ୍ଚ ପରିସରଭୁକ୍ତ ହେବା ପରେ ନିଆଯାଇଛି । ଓ୍ବାନ97 କମ୍ୟୁନିକେସନ ଦ୍ବାରା ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ପରିଚାଳିତ ହେଉଛି । ଶୁକ୍ରବାର ଏକ ବୈଧାନିକ ବିଜ୍ଞପ୍ତିରେ କମ୍ପାନୀ ପକ୍ଷରୁ କୁହାଯାଇଛି,  କମ୍ପାନୀ ଏବଂ ଏହାର ସହାୟକ କମ୍ପାନୀମାନେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ ସ୍ବତନ୍ତ୍ର ସଂଚାଳନ ପ୍ରତି ଦୃଷ୍ଟିକୋଣକୁ ମଜବୁତ୍ କରିବା ପାଇଁ ଅତିରିକ୍ତ ଉପାୟ ଆରମ୍ଭ ହୋଇଛି । 

 ସେପଟେ ଶେୟାର ବଜାରରେ ପେଟିଏମର ପ୍ୟାରେଣ୍ଟ କମ୍ପାନି ଓ୍ବାନ ୯୭ କମ୍ୟୁନିକେସନ୍‌ ଲିଷ୍ଟେଡ୍‌ ଅଛି । ଆଜିର ଏହି ନୂଆ ନିଷ୍ପତ୍ତି କମ୍ପାନି ପକ୍ଷରୁ ବିଏସଇ ଏବଂ ଏନଏସଇକୁ ସୂଚନା ଦିଆଯାଇଛି । ତେବେ ବୋର୍ଡ ଅଫ ଡାଇରେକଟର୍ସ ସହଯୋଗୀ କମ୍ପାନି ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ ସହିତ ଇଣ୍ଟର କମ୍ପାନି ଏଗ୍ରିମେଣ୍ଟ ରଦ୍ଦ କରିବାକୁ ନେଇ ପ୍ରସ୍ତାବକୁ ମଞ୍ଜୁରି ଦେଇଥିବା ନେଇ କମ୍ପାନି ପକ୍ଷରୁ କୁହାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.