ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆପଣ ପରିବାରର ଅଂଶ, ଚିନ୍ତାର କିଛି କଥା ନାହିଁ’: ପେଟିଏମ୍ ସଙ୍କଟ ନେଇ କହି​‌ଲେ ଫାଉଣ୍ଡର...ହେବନି କାହାର ଛଟେଇ!

ନୂଆଦିଲ୍ଲୀ,୫।୨: ଆରବିଆଇର କଡା କଟକଣା ପରେ ଅନଲାଇନ୍ ପେମେଣ୍ଟ ସର୍ଭିସ ଦେଉଥିବା କମ୍ପାନୀ ପେଟିଏମ୍‌ ଏବେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ଏହାର ବ୍ୟାଙ୍କିଙ୍ଗ ଶାଖାକୁ ବ୍ୟାନ୍ କରାଯିବା ପରେ କମ୍ପାନୀ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି ଓ ମାତ୍ର ୩ ଦିନରେ ଏହା ୪୩%ରୁ ଅଧିକ ହ୍ରାସ ପାଇଛି। ଏହି ସଙ୍କଟ ପରେ ପେଟିଏମ୍ ପକ୍ଷରୁ ନା କେବଳ ନିଜ ୟୁଜର୍ସଙ୍କୁ ଭରସା ଦିଆଯାଇଛି,ବଂର କମ୍ପାନୀର କର୍ମଚାରୀଙ୍କୁ ମଧ୍ୟ ଚିନ୍ତା ନକରିବାକୁ କୁହାଯାଇଛି।

ପେଟିଏମ୍‌ର ଫାଉଣ୍ଡର ଓ ସିଇଓ ବିଜୟ ଶେଖର ଶର୍ମା କଥିତ ଭାବରେ ନିଜ କର୍ମଚାରୀଙ୍କୁ ଏହି ସଙ୍କଟ ସମୟରେ ବଡ ଆଶ୍ବାସନ ଦେଇଛନ୍ତି। ବିଜନେସ୍ ଟୁଡେରେ ଛପା ଯାଇଥିବା ମନି କନଟ୍ରୋଲର ରିପୋର୍ଟ ଅନୁସାରେ, ପେଟିଏମ୍ ସିଇଓ କିହିଛନ୍ତି, ବାସ୍ତବରେ କ’ଣ ଭୁଲ ହୋଇଛି, ସେ ଜିନିଷକୁ ନେଇ ସମ୍ପୂର୍ଣ୍ଣ ଭାବରେ ଆଶ୍ବସ୍ଥ ନୁହେଁ, କିନ୍ତୁ ଖୁବ୍ ଶୀଘ୍ର ସବୁକିଛି ସମାଧାନ ହୋଇଯିବ। ଏହି ଆଶ୍ବାସନା ବିଜୟ ଶେଖର ଶର୍ମା ଟାଉନ ହଲ୍‌ରେ ଭର୍ଚୁଆଲି ସୂଚନା ଦେଇଛନ୍ତି

ରିପୋର୍ଟ ଅନୁସାରେ, ଏହି ଟାଉନ ହଲ୍‌ରେ ପେଟିଏମ୍ ଫାଉଣ୍ଡରଙ୍କ ସହିତ କମ୍ପାନୀର ପ୍ରେସିଡେଣ୍ଟ ଓ ସିଓଓ ଭାବେଶ ଗୁପ୍ତାଙ୍କ ବ୍ୟତୀତ ପେଟିଏମ୍ ବ୍ୟାଙ୍କ ସିଇଓ ସୁରିନ୍ଦର ଚାଓ୍ବଲା ଉପସ୍ଥିତ ଥିଲେ। ଏହା ଭିତରେ ବିଜୟ ଶେଖର ଶର୍ମା କହିଛନ୍ତି, କମ୍ପାନୀରେ କୌଣସି ଛଟେଇ ହେବନି ଓ ଆମେ ଆରବିଆଇ ସହିତ ଲଗାତାର ଆଲୋଚନା କରୁଛୁ। ଏହା ସହିତ ପେଟିଏମ୍‌ ସହ ପାର୍ଟନରସିପ୍‌ ପାଇଁ ଅନ୍ୟ ବ୍ୟାଙ୍କ ସହିତ କାମ ମଧ୍ୟ କରୁଛନ୍ତି। ସେ ଆଗକୁ ନିଜ କର୍ମଚାରୀଙ୍କୁ ଆଶ୍ବସ୍ଥ କରି କହିଛନ୍ତି, ଆପଣ ସବୁ ପେଟିଏମ୍ ପରିବାର ଅଂଶ ଓ ଚିନ୍ତାର କୌଣସି କଥା ନାହିଁ।’

ଉଲ୍ଲେଖନୀୟ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାନୁଆରୀ ୩୧ ତାରିଖରେ ପେଟିଏମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଆରବିଆଇ ଏକ ଅଡିଟ୍ ରିପୋର୍ଟ ଓ ବାହାର ଅଡିଟର୍ସଙ୍କ ଦ୍ବାରା ଦିଆଯାଇଥିବା ରିପୋର୍ଟ ପରେ ପେଟିଏମ୍ ବ୍ୟାଙ୍କିଙ୍ଗ ସର୍ଭିସରେ ଅଣ-ଅନୁପାଳନ ଓ ମ୍ୟାଟେରିଆଲ ସୁପରଭାଇଜରୀ ଚିନ୍ତା ଭିତରେ ପେଟିଏମ୍ ବ୍ୟାଙ୍କର ସେବା ଉପରେ ବ୍ୟାନ୍ ଲଗାଇବାର ନିର୍ଦେଶ ଜାରି କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କ ନିଜ ନିର୍ଦେଶରେ କହିଥିଲେ, ଏହି ନିର୍ଦେଶ ୨୯ ଜାନୁଆରୀ ପରେ ଲାଗୁ ହେବାକୁ ଯାଉଛି। ଏହାପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ନା ତ ଗ୍ରାହକଙ୍କୁ ଯୋଡି ପରିବା ଓ ନା ହିଁ ପିପିବିଏଲ୍‌କୁ ଏହି ଧାର୍ଯ୍ୟ ତାରିଖ ପରେ କୌଣସି ଗ୍ରାହକଙ୍କ ଖାତା, ବାଲେଟ୍ ଓ FASTag ରେ ଡିପୋଜିଟ୍‌/ଟପ୍‌-ଅପ୍ ସ୍ବୀକାର କରିବାର ଅଧିକାର ହେବନି। ଆରବିଆଇ ଏହି ଆକ୍ସନ ବ୍ୟାଙ୍କିଙ୍ଗ ରେଗୁଲେସନ୍ ଆକ୍ଟ ୧୯୪୯ ସେକ୍ସନ ୩୫ଏ ଅନୁସାରେ ନେଇଛି। ରିଜର୍ଭ ବ୍ୟାଙ୍କ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ପେଟିଏମ୍‌କୁ ନୋଡାଲ ଆକାଉଣ୍ଟ ସେଟଲ କରିବା ପାଇଁ ନିର୍ଦେଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.