ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି ଜିଲ୍ଲାରେ ନିଆଁ ବର୍ଷା, ବାଟୋଇଙ୍କ ଶୋଷ ମେଣ୍ଟାଉଛି ତରଭୁଜ ଓ ତାଳ ସଜ

ମାଲକାନଗିରି,୨୮/୪(ଆପ୍ର): ଗତ କିଛି ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ନିଆଁ ବର୍ଷା ହେଉଥିବା ରୁ ଲୋକେ ତତଲା କଢେଇ ରେ ସିଜିଲା ପରି ଛଟପଟ ହେଉଛନ୍ତି। ଜିଲ୍ଲାରେ  ପାରଦ ୪୩ ଡିଗ୍ରି ଡେଇଁଛି|  ଏହା ଦ୍ୱାରା ଜନଜୀବନ ଅତିଷ୍ଠ ହୋଇପଡ଼ିଛନ୍ତି। 

ସକାଳ ୯ଟା ପରେ ତାପମାତ୍ରା ଦ୍ରୁତ ଗତିରେ ବଢି ଯାଇଥିଲା |ଦିନ ୧୧ ଟା ବେଳକୁ ରାସ୍ତାଘାଟ ଶୂନଶାନ୍ ହୋଇ ଯାଇଥିଲା | ଦୋକାନବଜାରରେ କାହାରିକୁ ଦେଖିବାକୁ ମିଳି ନଥିଲା | ଜିଲ୍ଲା ରେ ପ୍ରବଳ ଗରମ ହେଉଥିବାରୁ ବାଟୋଇ ଙ୍କ ଶୋଷ ମେଣ୍ଟାଉଛି ରାସ୍ତା କଡ଼ରେ ବିକ୍ରୀ ହେଉ ଥିବା ତରଭୁଜ ଓ ତୁମଶାପାଲି ଆଦିବାସୀ ଗାଁ ର ତାଳ ସଜ। ଏହା ବ୍ୟତୀତ ଥଣ୍ଡା ପାନୀୟ ଓ ଆଖୁରସ,ତାଳ ସଜ,ତରଭୁଜ, ମିଶ୍ରି ପାଣି ଦୋକାନଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା | ଲୋକେ ମୁଣ୍ଡରେ ଟୋପି ଅବା ଓଦା ଲୁଗା ପକାଇ କାଁ ଭାଁ ଯିବାଆସିବା କରୁଥିଲେ | 

ପୂର୍ବରୁ ଏହି ସମୟରେ ସହରରେ ଏତେ ତାତି ହେଉ ନଥିଲା|  ଜିଲ୍ଲାରେ ବର୍ଷା ଆଦୌ ନଥିବାବେଳେ ଜଙ୍ଗଲ ଧ୍ୱଂସ,  କଂକ୍ରିଟ ଜଙ୍ଗଲ ସୃଷ୍ଟି କୋଠା ବାଡ଼ି ନିର୍ମାଣ ଯୋଗୁଁ ଗରମ ବଢୁଥିବା କୁହାଯାଉଛି | ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ନଦୀ ନାଳ ସବୁ ଶୁଖିଗଲାଣି।ଏମିତି କି ଜଳସ୍ତର ମଧ୍ୟ କମିଗଲାଣି, ବାଲିମେଳା ଓ ସତୀ ଗୁଡା ଜଳ ଭଣ୍ଡାର ରୁ ଜଳସ୍ଥର ମଧ୍ୟ ହ୍ରାସ ପାଇବାରୁ ସହର କୁ ଯୋଗା ଯାଉଥିବା ପନିୟ ଜଳ ଯୋଗାଣ ରେ ବାଧା ସୃଷ୍ଟି ହୋଇଛି। ତାତି ଏପରି ଲାଗିଲେ ଜିଲ୍ଲାରେ ଅଂଶୁଘାତ ହେବାର ବହୁତ ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.