ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଏଣିକି ପ୍ରତି ସୋମବାର ବିଏମ୍‌ସିରେ ଅଭିଯୋଗ ଶୁଣାଣି, ଦିନ ୧୦.୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ଅଭିଯୋଗ ଶୁଣିବେ

ଭୁବନେଶ୍ୱର,୨୮/୦୬: ବିଏମ୍‌ସିରେ ପ୍ରତି ସୋମବାର ସାଧାରଣ ଅଭିଯୋଗ ଶୁଣାଣି ଆରମ୍ଭ ହେବ । ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ସିଧାସଳଖ ଶୁଣିବେ କର୍ତ୍ତୃପକ୍ଷ । 

ଚଳିତବର୍ଷର ସାଧାରଣ ନିର୍ବାଚନ ହେତୁ ମାର୍ଚ୍ଚ  ୧୬ରୁ ଲାଗୁହୋଇଥିଲା ଆଦର୍ଶ ଆଚରଣ ବିଧି । ସେଥିପାଇଁ  ସୋମବାର ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । ତେବେ  ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  ବିଭାଗର ନିର୍ଦେଶକ୍ରମେ ଆସନ୍ତା ସୋମବାର ଠାରୁ ଏହା  ପୁନଶ୍ଚ ଚାଲୁହେବ ବୋଲି ସୂଚନା ଦେଇଛନ୍ତି କମିଶନର  ରାଜେଶ ପ୍ରଭାକର ପାଟିଲ । ଦିନ ୧୦.୩୦ରୁ ଅପରାହ୍ଣ  ୧ଟା ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ଅଭିଯୋଗ ଶୁଣିବେ । 

ସୂଚନାଯୋଗ୍ୟ,  ବିଏମ୍‌ସିର ଅଭିଯୋଗ ଶୁଣାଣି ନିମନ୍ତେ ବିଭିନ୍ନ ପ୍ରକାରର  ଅନ୍‌ଲାଇନ୍‌ ବ୍ୟବସ୍ଥା ରହିଛି । ମାଗଣାରେ ୧୯୨୯କୁ କଲ୍‌ କରିବା ସହ ସିଟିଜେନ୍‌ ପୋର୍ଟାଲ୍‌ରେ ଅଭିଯୋଗ ମଧ୍ୟ  କରି ପାରିବେ । ଏହାଦ୍ୱାରା ଅନେକ ଅଭିଯୋଗର ସମାଧାନ  ହେବା ସହିତ ବିଭିନ୍ନ ସୂଚନା ନାଗରିକମାନଙ୍କୁ ମିଳିପାରୁଛି ।  ଏପରିକି ଅଭିଯୋଗର ସ୍ଥିତି ମଧ୍ୟ ଜାଣିହେଉଛି ବୋଲି  କହିଛନ୍ତି ଆସିଷ୍ଟାଣ୍ଟ କମିଶନର ଏନ୍‌. ଗଣେଶ ବାବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.