ନୂଆଦିଲ୍ଲୀ ୭/୯: ‘ଡାର୍କ ପାଟର୍ଣ୍ଣ’କୁ ନେଇ ଲୋକଙ୍କୁ ଆଲର୍ଟ ରହିବାକୁ କୁହାଯାଉଛି । ସେହିଭଳି ଏବେ ସରକାରଙ୍କ ତରଫରୁ ମଧ୍ୟ ପଦକ୍ଷେପ ଉଠାଯାଇଛି ଏବଂ ସରକାର ଲୋକଙ୍କଠୁ ମଧ୍ୟ ରାୟ ମାଗିଛନ୍ତି । ସରକାର ଡାର୍କ ପାଟର୍ଣ୍ଣକୁ ରୋକିବା ଏବଂ ଏଥିପାଇଁ ପ୍ରସ୍ତୁତ ରହିବା ପାଇଁ ସାର୍ବଜନିନ ଟିପ୍ପଣୀ ମାଗିଛନ୍ତି । ଏଥିରେ ଲୋକଙ୍କ ରାୟ ଜାଣିହେବ । ତେବେ ଅଧିକାଂଶ ଲୋକେ ଜାଣିନାହାଁନ୍ତି କି ଡାର୍କ ପାଟର୍ଣ୍ଣ କଣ ? ତେବେ ଆସନ୍ତୁ ଜାଣିବା...
ଡାର୍କ ପାଟର୍ଣ୍ଣ ହେଉଛି ଏମିତି ରଣନୀତି ଯାହା ଜରିଆରେ ଲୋକଙ୍କୁ ଅନଲାଇନ୍ ରୂପେ ଧୋକା ଦେଇହେବ । ସ୍ପଷ୍ଟ କହିବାକୁ ଗଲେ ଏହି ରଣନୀତିରେ ଅନଲାଇନ୍ ଗ୍ରାହକଙ୍କୁ ଧୋକା ଦେବା ବା ତାଙ୍କ ପସନ୍ଦରେ ହେରାଫେରି କରାଯାଏ । ଏବେ ଉପଭୋ୍ତା ମାମଲାରେ ମନ୍ତ୍ରାଳୟ ଜରିଆରେ ଜାରି ନିର୍ଦ୍ଦେଶରେ ଅନଲାଇନ୍ ମଞ୍ଚ ଜରିଆରେ ଆପଣାଯାଉଥିବା ବିଭିନ୍ନ ଭ୍ରମାତ୍ମକ ପ୍ରଥାକୁ ଲିଷ୍ଟ କରାଯାଇଛି ଯାହା ଗ୍ରାହକଙ୍କ ହିତ ବିରୁଦ୍ଧ ।
ଅଧିକାରୀଙ୍କ ବୟାନ ଅନୁସାରେ ମନ୍ତ୍ରାଳୟ ୩୦ ଦିନ ଭିତରେ ୫ ଅକ୍ଟୋବର ପର୍ଯ୍ୟନ୍ତ ଦିଶାନିର୍ଦ୍ଦେଶରେ ସାର୍ବଜନିକ ଟିପ୍ପଣୀ ମାଗିଛନ୍ତି । ମନ୍ତ୍ରାଳୟ ଅନୁସାରେ ଏହି ନିର୍ଦ୍ଦେଶ ବିକ୍ରେତା ଏବଂ ବିଜ୍ଞାପନଦାତାଙ୍କ ସମେତ ସମସ୍ତ ଲୋକ ଏବଂ ଅନଲାଇନ୍ ମଞ୍ଚରେ ଲାଗୁ କରାଯିବ । ଯେଉଁମାନେ ପରାମର୍ଶ ଦେବାକୁ ଚାହିଁବେ ଦେଇପାରିବେ ।
ମନ୍ତ୍ରାଳୟ କହିବାନୁସାରେ ବିଭାଗ ଗ୍ରାହକଙ୍କ ହିତ ରକ୍ଷା ଏବଂ ଏକ ନିରପେକ୍ଷା ପାରଦର୍ଶୀ ବଜାରକୁ ପ୍ରୋତ୍ସାହନ ଦେବା ପାଇଁ ବଦ୍ଧପରିକର । ବାସ୍ତବରେ ସରକାର ଗ୍ରାହକଙ୍କ ସହିତ ହେଉଠି ଠକେଇ ଉପରେ ଲଗାମ ଲଗାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ଏବଂ ଏହା ଜରିଆରେ ସରକାର ଏକ ପଦକ୍ଷେପ ମଧ୍ୟ ଉଠାଇଛନ୍ତି ଯାହା ଫଳରେ ଆଗାମୀ ଦିନରେ ଗ୍ରାହକଙ୍କୁ ଅନଲାଇନ୍ ଠକେଇରୁ ସୁରକ୍ଷା ଦେଇହେବ ।